Home Top News ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ – କଂଗ୍ରେସ

ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ – କଂଗ୍ରେସ

49

ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର ୨୨.୨ (ଓଡ଼ିଆ ପୁଅ) – ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ଶରତ ରାଉତ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଏବଂ ରଜନୀ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଧାନ ମନ୍ତ୍ରୀ ଓ ଆଦାନୀ କମ୍ପାନୀ ସମୁହର ମହା ମେଗା ସ୍କାମର ଜେପିସି ତଦନ୍ତ ଦାବି କରାଯାଇଥିଲା। ବରିଷ୍ଠ ନେତା ଶ୍ରୀ ରାଉତ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ ନୀରବତା ଏହି ସମସ୍ତ ପ୍ରକରଣ ଉପରେ କୁହେଳିକା ସୃଷ୍ଟି କରିଛି ଏବଂ ଏହା ବିରୋଧରେ ଓଡ଼ିଶା ପ୍ରଦେଶର ୩୩ ଟି ଯାକ ସାଂଗଠନିକ ଜିଲ୍ଲାରେ ପ୍ରେସବାର୍ତ୍ତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ଏହି ମହା ଠକେଇର ପର୍ଦାଫାଶ କରାଯିବ। ମାର୍ଚ୍ଚ ୬ ରୁ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକବ୍ଲକ/ଏନଏସି/ମ୍ୟୁନିସିପାଲ କର୍ପୋରେସନ ଇତ୍ୟାଦି ମାନଙ୍କରେ ଥିବା ସରକାରୀ ବ୍ୟାଙ୍କ କିମ୍ବା ଏଲଆଇସି ଅଫିସ ସାମନାରେ ପ୍ରତିବାଦ ସଭା ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୧୩ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ମାଧ୍ୟମରେ ପ୍ରତିବାଦ କରାଯିବ।

କଂଗ୍ରେସ ଦଳ ଭାରତବର୍ଷର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ ଏବଂ ଦେଶର ସଂପତିକୁ ରକ୍ଷା କରିବାପାଇଁ ଜନସାଧାରଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସଂସଦ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଆଜି ଲଢ଼େଇ କରୁଛି। ଆଜି ଯେଉଁ ଭାରତବର୍ଷ ଆମେ ଦେଖୁଛୁ ତାହା ବିଗତ ଦିନର ସରକାର ଏବଂ ଦେଶର ଚିନ୍ତାନାୟକ ମାନଙ୍କର କଠିନ ପରିଶ୍ରମର ଫଳ।ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ଏକ ସରକାର ଓ ତାଙ୍କ ଦଳ ଦ୍ୱାରା ଯେଉଁଭଳି ଭାବରେ ଭାରତବର୍ଷର ହିଂସା, ଘୃଣା ଓ ବିଦ୍ୱେଶ ସୃଷ୍ଟି କରିବାରେ ଲାଗିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏଥିପାଇଁ ଏକ ଦାୟୀତ୍ୱ ସଂପନ୍ନ ବିରୋଧି ଦଳ ହିସାବରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟୀତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିବାରେ ବଦ୍ଧପରିକର।ଠିକ୍ ଏହି ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସଂପତି ଏବଂ ଦେଶର କୋଟି କୋଟି ଜନସାଧାରଣଙ୍କ ବ୍ୟାଙ୍କରେ ଥିବା ସଂଚୟ ରାଶି ଓ ଏଲଆଇସି ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଚାପ ପ୍ରୟୋଗ ସୃଷ୍ଟିକରି ଆଦାନୀ ବ୍ୟବସାୟୀ ସାମ୍ରାଜ୍ୟକୁ ବୃଦ୍ଧି କରିବାପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି।୨୦୧୪ ମସିହା ବେଳକୁ ଗୌତମ ଆଦାନୀଙ୍କର ସ୍ଥାନ ବିଶ୍ୱ ଧନୀ ତାଲିକାରେ ୬୦୯ ଥିଲା। ତାଙ୍କର କମ୍ପାନୀର ସମୁଦାୟ ବ୍ୟବସାୟୀକ ସଂପତି ୫୨ ହଜାର କୋଟି ଟଙ୍କା ଥିଲା କିନ୍ତୁ ଏହି ୯ବର୍ଷ ଭିତରେ ୨୦୨୨ ମସିହା ଶେଷ ସୁଦ୍ଧା ଗୌତମ ଆଦାନୀ ବିଶ୍ୱରେ ତୃତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ। ଏହି ୯ ବର୍ଷ ଭିତରେ ଆଦାନୀ ଗ୍ରୁପର ବ୍ୟବସାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବି ଯାଇଛି। ଯଥା ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଂଟ, ରେଳ, କଂଟେନର, ବିଦ୍ୟୁତ ଆବଂଟନ, ତାପଜ ଶକ୍ତି ବିଦ୍ୟୁତ ଉତ୍ପାଦନ, ପ୍ରଦ୍ୟୁଷଣ ମୁକ୍ତ ଶକ୍ତି ଉତ୍ପାଦନ, ସାମରିକ ଯନ୍ତ୍ରାଂଶ ଏବଂ ଖାଦ୍ୟ ଦ୍ରବ୍ୟ ଇତ୍ୟାଦି।ଏହି ୯ ବର୍ଷ ଭିତରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତ ବର୍ଷର ସମସ୍ତ ଜାତୀୟ ସଂପତି ତାଙ୍କ ହାତକୁ ଟେକି ଦେଇଛନ୍ତି। ଯଦ୍ୱାରାକି ଭାରତ ବର୍ଷର ପୁଞ୍ଜିବାଦ ଅଭ୍ୟୁଦୟ ହୋଇଛି। ବିଶେଷ ଭାବରେ ନରେନ୍ଦ୍ର ମୋଦି ନିଜର ବ୍ୟକ୍ତିଗତ ସଂପର୍କ ଯୋଗୁଁ ଆଦାନୀ ଓ ଆମ୍ବାନୀଙ୍କୁ ବହୁ ଭାବରେ ଲାଭ ପଂହଚାଉଛନ୍ତି। ଆଦାନୀ ଗ୍ରୁପର ୨୦୧୭-୧୮ ଆର୍ଥିକ ବର୍ଷରେ ୬ଟି ସୂଚୀବଦ୍ଧ କମ୍ପାନୀ ଥିବା ବେଳେ ସମୁଦାୟ ବ୍ୟବସାୟୀକ ଟର୍ନଓଭର ୭୭ ହଜାର କୋଟି ଟଙ୍କା ଥିଲା। ଏଥିରୁ ଅପରେଟିଂ ପ୍ରଫିଟ ୨୦୧୪୧ କୋଟି ଥିବା ବେଳେ ନେଟ ଲାଭ ୩୪୫୫ କୋଟି ଥିଲା। ମାତ୍ର ୪ବର୍ଷ ଭିତରେ ୨୦୨୨ ଶେଷ ବେଳକୁ ଏହି କମ୍ପାନୀ ୧୮ଲକ୍ଷ କୋଟିର ସଂପତି ସୃଷ୍ଟି କରି ବିଶ୍ୱର ନମ୍ବର ୨ ଧନୀ ହୋଇଯିବା ମାତ୍ର ଏକ ସଂଯୋଗ ନା ପ୍ରୟୋଗ।ଆପଣମାନଙ୍କର ମନେଥିବ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବାପରେ କହିଥିଲେ ହମ ଖାଉଁଗା ନା ଖାନେ ଦେଉଁଗା କିନ୍ତୁ ୯ ବର୍ଷ ଭିତରେ ଭାରତ ବର୍ଷର ଲକ୍ଷ ଲକ୍ଷ କୋଟି ଟଙ୍କାକୁ ଆଦାନୀ-ଆମ୍ବାନୀ ମାଧ୍ୟମରେ ଲୁଟ କରିଛନ୍ତି ଏବଂ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଇଲୋକ୍ଟ୍ରୋରାଲ ବଣ୍ଡ।ଆଦାନୀ ଇନଫାଷ୍ଟ୍ରଚର, ଆଦାନୀ ପାୱାର, ଆଦାନୀ ଗ୍ରୀନ ଏନରଜି, ଆଦାନୀ ଟ୍ରାନ୍ସମିସନ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ପୋଟସ୍‌, ଆଦାନୀ ଉଇଲମାର ଆଦି କମ୍ପାନୀ ସମୁହ ଷ୍ଟକ ହେରଫେର, ମନି ଲଣ୍ଡେରିଂ, ଫ୍ରଡ୍ ଆକାଉଣ୍ଟିଂ ଏବଂ ବିଦେଶୀ ଜାଲ କମ୍ପାନୀ ମାନଙ୍କ ଜରିଆରେ ବ୍ୟାପକ ମାତ୍ରାରେ ହେରଫେର କରି କମ୍ପାନୀ ସମୁହର ସେୟାର ପ୍ରାଇସ ଅହେତୁକ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ। ଅପ୍ରାକୃତିକ ଓ ଅସାଧୁ ଉପାୟରେ ସେୟାର ମୂଲ୍ୟ ବୃଦ୍ଧି କରି ଉକ୍ତ ସେୟାରକୁ ଷ୍ଟେଟବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଲଆଇସି ଭଳି ସଂସ୍ଥାମାନଙ୍କ ପାଖରେ ବନ୍ଧକ ରଖି ହଜାର ହଜାର କୋଟି ଟଙ୍କା ଋଣ ନେଇ ବ୍ୟବସାୟରେ ନିବେଶ କରିଛନ୍ତି ଯାହାକି ସଂପୂର୍ଣ୍ଣ ବେଆଇନ ଅଟେ।ଜାନୁଆରୀ ୨୪ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଭାରତବର୍ଷ ଏବଂ ସାରା ବିଶ୍ୱରେ ପୁଞ୍ଜି ବଜାର ଏବଂ ନିବେଶକ ମାନେ ବହୁ ଚିନ୍ତାରେ ପଡ଼ିଛନ୍ତି। ହିଣ୍ଡେନବର୍ଗ ରିପୋଟରେ ଆଦାନୀ ଗ୍ରୁପ ଅଫ କମ୍ପାନୀର ସେୟାରକୁ ଜାଣିସୁଣି ବହୁ ମୂଲ୍ୟ ବଢ଼ାଯାଇଛି ଏବଂ ଆଦାନୀ ଗ୍ରୁପର ଋଣ ପରିଶୋଧ କରିବା ଏବଂ ଲିକୁଇଡିଟି ସ୍ଥିତି ଏବଂ ସାମଗ୍ରିକ ଏକାଉଟିକିଂ ନୀତିନିୟମକୁ ପାଳନ କରାଯାଇ ନାହିଁ ବୋଲି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ଏପରିକି ମରିର୍ସସ ଏବଂ ଅନ୍ୟବହୁ ଦେଶରେ ଟ୍ୟାକ୍ସ ହେଭେନ ଦେଶରେ ସେଲ କମ୍ପାନୀ (ମିଛ କମ୍ପାନୀ) ସୃଷ୍ଟି କରି ତାହାରି ମାଧ୍ୟମରେ ବିଦେଶରୁ କୋଟି କୋଟି ଟଙ୍କା ନିଜ କମ୍ପାନୀରେ ପୁଞ୍ଜି ବିନିଯୋଗ କରାଇ ବଜାରରେ ନିଜ ସେୟାର ଦାମ ବହୁ ପରିମାଣରେ ବୃଦ୍ଧି କରି ନିବେଶକ ମାନଙ୍କୁ ଲକ୍ଷ କୋଟି କୋଟି ଟଙ୍କା ଠକିଛନ୍ତି ବୋଲି ରିପୋର୍ଟରେ କହିଛନ୍ତି।ଏପରିକି ଭାରତବର୍ଷର ଜାତୀୟ ବ୍ୟାଙ୍କମାନେ ୮୦ ହଜାର କୋଟି ଟଙ୍କା ଆଦାନୀ ଗ୍ରୁଫ କମ୍ପାନୀରେ ପୁଞ୍ଜି ବିନିଯୋଗ କରିଛନ୍ତି। ଏଲଆଇସି ୩୬ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛି। ଏ ସମସ୍ତ ପୁଞ୍ଜି ବିନିଯୋଗ ସରକାରଙ୍କର ବିନା ଅନୁମତି ଓ ଚାପ ପ୍ରୟୋଗ ବିନା ଏହା ସମ୍ଭବ ହେବ ନାହିଁ। ଆଦାନୀ ଗ୍ରୁପର ସସସ୍ତ କମ୍ପାନୀର ନେଟ ଓର୍ଥ ତିନିବର୍ଷ ତଳେ ମାତ୍ର ୨୦ ବିଲିୟନ ଡଲାର ଥିବା ବେଳେ ଏହି ତିନିବର୍ଷ ଭିତରେ ଏହା ୧୦୦ ବିଲିୟନ ଡଲାର ବୃଦ୍ଧି ପାଇ ଆଜିର ଦିନରେ ୧୨୦ ବିଲିୟନ ଡଲାରେ ପଂହଚିଛି। ଏତେବଡ଼ ଅଭିଯୋଗ ସତ୍ୱେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡାଇରେକ୍ଟର ଅଫ ରେଭିନ୍ୟୁ ଇଂଟେଲିଜେନ୍ସ, ସେବି, ଆରବିଆଇ, ଇଡି, କମ୍ପିଟିସନ ଅଥରିଟି ଅଫ ଇଣ୍ଡିଆ ଏବଂ ଇନକମ ଟ୍ୟାକ୍ସ ଆଦି ବିଭାଗ ସମସ୍ତେ ଚୁପ ବସିଯାଇଛନ୍ତି ଏବଂ କୌଣସି ତଦନ୍ତ କରାଯାଉ ନାହିଁ କାହିଁକି। ଆଦାନୀ ଗ୍ରୁପ ସମୁହର ସମୁଦାୟ ଋଣର ପରିମାଣ ୨.୫ ଲକ୍ଷ କୋଟି ଟଙ୍କା ଯାହାକି ଭାରତୀୟ ବ୍ୟାଙ୍କ ସମୁହ ପ୍ରଦାନ କରିଛନ୍ତି। ଯଦି କମ୍ପାନୀ କ୍ଷତିଗ୍ରସ୍ତ ହେଉଛି ତାହାଲେ ସମସ୍ତ ଟଙ୍କା ଡୁବି ଯିବାର ସମ୍ଭାବନା ରହିଛି ଯାହାକି ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱସ୍ତ କରିବାକୁ ସକ୍ଷମ। ପିତଳ ଉପରେ ସୁନା ପାଣି ଦେଇ ୨୪ କ୍ୟାରେଟ ସୁନା କହି ଠକେଇ କରି ବିକ୍ରୀ କରିବା ଯାହା ୧୦୦ ଟଙ୍କା ମୂଲ୍ୟର ସେୟାରକୁ ଅସାଧୁ ଉପାୟରେ ୨୦୦୦ ଟଙ୍କାରେ ପଂହଚାଇବା ସେୟା ଏବଂ ଏହି ସେୟାରକୁ ବନ୍ଧକ ରଖି ବ୍ୟାଙ୍କ ଆଦାନୀ ଗ୍ରୁପକୁ ଋଣ ଦେବା ଏ ଶତାବ୍ଦିର ସବୁଠାରୁ ବଡ଼ ଆର୍ଥିକ ଠକେଇ ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନିରବ।ଆଜି ଆଦାନୀର ସେୟାର ମୂଲ୍ୟ ବହୁ ପରିମାଣରେ କମିଯିବା ଯୋଗୁଁ ଏଲଆଇସି ଏବଂ ଭାରତୀୟ ବ୍ୟାଙ୍କ ମାନଙ୍କର ପାଖାପାଖି ୪୫ ହଜାର କୋଟି ଟଙ୍କା ଉଡ଼ି ଯାଇଛି। ଯଦ୍ୱାରାକି କୋଟି କୋଟି ଭାରତୀୟଙ୍କ ଅର୍ଥ ରାଶିକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ବିଜେପି ସରକାର ଜାଣିସୁଣି ସୁରକ୍ଷିତ ରଖିଲେ ନାହିଁ।ଏପରିକି ମରିସସ୍‌ରୁ ଏକ ନିର୍ଦ୍ଦିଷ୍ଟ ସେଲ କମ୍ପାନୀ ମାଧ୍ୟମରେ ୪୮ ହଜାର କୋଟି ଆଦାନୀ ଗ୍ରୁପ ଅଫ କମ୍ପାନୀରେ ପୁଞ୍ଜି ବିନିଯୋଗ ହୋଇଥିଲା ବେଳେ ଏ କମ୍ପାନୀର ଠିକଣା ଓ କାରବାର ବିଷୟରେ କୌଣସି ସୂଚନା ନାହିଁ ଏବଂ ମିଳୁ ମଧ୍ୟ ନାହିଁ। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଏହିସବୁ ସେଲ କମ୍ପାନୀ ମାଧ୍ୟମରେ ଲକ୍ଷ ଲକ୍ଷ କୋଟି ଟଙ୍କାର ମନିଲଣ୍ଡିରିଂ ହେଉଛି ଏବଂ ହେଉଥିଲା।ଆଦାନୀ ସଂପର୍କିତ ଲୁଟର ଅଭିଯୋଗ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ସଂସଦ ଏବଂ ସଂସଦ ବାହାରେ ବାରମ୍ବାର ସରକାରଙ୍କୁ ଚେତାଇଥିଲେ ଏବଂ ସେଥିରୁ ନିବୃତ ରହିବା ପାଇଁ ଚେତାଇଥିଲେ। କିନ୍ତୁ ଖୋଦ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳର ନେତୃବୃନ୍ଦ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଆପେକ୍ଷ କରିବା ସହିତ ଜନମାନସରେ ନିନ୍ଦିତ କରାଇବାରେ ଚେଷ୍ଟା କରିଥିଲେ। ଏପରିକି କଂଗ୍ରେସ ଦଳ ଦୁର୍ନୀତିର ଜନକ ବୋଲି କହିଥିଲେ ଏବଂ ତାଙ୍କ ସରକାର ଦେଶର ସ୍ୱାର୍ଥ ସହିତ ସାଲିସ୍ କରିବେ ନାହିଁ ବୋଲି କହିଥିଲେ।କଂଗ୍ରେସ ଦଳ ଆଦାନୀ ସହିତ ଏହି ଅର୍ଥନୈତିକ କାରବାର ଓ ମହା ଠକେଇର ସତ୍ୟତାକୁ ଜାଣିବାପାଇଁ ଏକ ଜଏଂଟ ପାଲ୍ୟାମେଂଟ କମିଟି ଦ୍ୱାରା ତଦନ୍ତ କରାଯାଉ ବା ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଦାବି କରୁଥିଲା ବେଳେ ସରକାର ଏହାକୁ ଗ୍ରହଣ କରୁନାହାନ୍ତି କାହିଁକି ଏପରିକି ବିଶ୍ୱରେ ବହୁ ନିବେଶକ ଏବଂ ନିବେଶକ ସଂସ୍ଥାମାନେ ନିଜର ନିବେଶକୁ ବହାର କରିନେଇ ସାରିଲେଣି ଏବଂ ଆଦାନୀ ଗ୍ରୁପ ଗୋଟିଏ କମ୍ପାନୀର ସେୟାରକୁ ବନ୍ଧକ ରଖି ସେହି ପଇସାରେ ଆଉ ଗୋଟିଏ କମ୍ପାନୀ କରିବା ବା ଅନ୍ୟ ଏକ ବ୍ୟବସାୟକୁ ଅଧିଗ୍ରହଣ କରିବା କାର୍ଯ୍ୟ କରିଛି। ଯଦ୍ୱାରାକି ମୂଳ ଋଣ ନେବାର ଉଦ୍ଦେଶ୍ୟ ଏବଂ ପ୍ରତିବଧତାକୁ ଖିଲାପ କରିଛି।ଏପରିକି ନରୱେର ଏକ ୟୁଏଲଏଫ ପେନସନ ଫଣ୍ଡ ସଂସ୍ଥା ଆଦାନୀର ଗ୍ରୀନ୍‌ଏନର୍ଜି କମ୍ପାନୀରେ ପୁଞ୍ଜି ବିଯୋଗ କରିଥିଲା ବେଳେ ଆଦନୀ ଗ୍ରୁପ ସେହି କମ୍ପାନୀର ସେୟାରକୁ ବନ୍ଧକ ରଖି ତାପଜ ବିଦ୍ୟୁତ ବ୍ୟବସାୟରେ ଲଗାଇଛି। ଯଦ୍ୱାରାକି ବିଶ୍ୱରେ ଯେଉଁ ଆର୍ଥିକ ସଂସ୍ଥାମାନେ ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ଏବଂ ବିଶ୍ୱ ତାପମାନକୁ ହ୍ରାସ କରିବାପାଇଁ ସଂକଳ୍ପ ନେଇଛନ୍ତି ଏବଂ ତାଙ୍କର ପୁଞ୍ଜିକୁ ପ୍ରଦ୍ୟୁଷଣକାରୀ ବ୍ୟବସାୟରେ ନଲଗାଇବାପାଇଁ ନିଷ୍ପତି ନେଇଥିଲେ ତାକୁ ମଧ୍ୟ ଖିଲାପ କରିଛନ୍ତି।ମୋଦି-ଆଦାନୀ ସଂପର୍କ କାହାକୁ ଆଉ ଅଛପା ନାହିଁ। ୨୦୧୪ ମସିହା ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ଭାବରେ ନିର୍ବାଚିତ ହେବାପରେ ଶପଥଗ୍ରହଣ ଉତ୍ସବକୁ ଆଦାନୀଙ୍କ ବ୍ୟକ୍ତିଗତ ଉଡ଼ାଜାହାଜ ରେ ଆସିଥିଲେ। ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ଯେଉଁଠି ହୋଇଛି ସବୁବେଳେ ଆଦାନୀଙ୍କ ବ୍ୟକ୍ତିଗତ ବିମାନକୁ ନରେନ୍ଦ୍ର ମୋଦି ବ୍ୟବହାର କରନ୍ତି। ନରେନ୍ଦ୍ର ମୋଦି ଯେଉଁ ଯେଉଁ ଦେଶକୁ ବିଦେଶ ଗ୍ରସ୍ତରେ ଯାଇଛନ୍ତି ସେହିସବୁ ଦେଶକୁ ସାଥିରେ ଆଦାନୀକୁ ନେଇ ଯାଇଛନ୍ତି ବା ଆଦାନୀ ପୂର୍ବରୁ ସେଠାରେ ଯାଇ ପଂହଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସବୁ ଦେଶର ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କୁ ଚାପ ପ୍ରୟୋଗ କରି ଆଦାନୀଙ୍କୁ ବ୍ୟବସାୟ କରାଇବାରେ ସାହାଯ୍ୟ କରିଛନ୍ତି ଏପରିକି ଶ୍ରୀଲଙ୍କା ଗ୍ରସ୍ତବେଳେ ଶ୍ରୀଲଙ୍କାର ଶକ୍ତି ବିତରଣ ବ୍ୟବସାୟ ଆଦାନୀଙ୍କୁ ଦେବେ ବୋଲି ଚାପ ପ୍ରୟୋଗ କରିଥିଲେ ବୋଲି ତାହା ତାଙ୍କ ପାଲ୍ୟମେଂଟରେ ଆଲୋଚନା ହେଲା। ବାଲାଂଦେଶ ଗ୍ରସ୍ତରେ ଯାଇ ବାଲାଂଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରି ତାପଜ ବିଦ୍ୟୁତ ସ୍ଥାପନ ଏବଂ କୋଇଲା ଟ୍ରାନସ୍‌ପ୍ରୋଟେସନ ଏବଂ ଏକ୍ସପୋଟ କାରବାର ପ୍ରଦାନ କରାଇଥିଲେ। ଅଷ୍ଟ୍ରେଲିଆ ସରକାରଙ୍କୁ ଚାପ ପ୍ରୟୋଗ କରି ଆଦାନୀଙ୍କୁ ସେଠାରେ କୋଇଲା ଖଣି ଦିଆ କରାଇଥିଲେ। ଇଜରାୟଲ ଗ୍ରସ୍ତକରି ପ୍ରଧାନମନ୍ତ୍ରୀ ଇଜରାୟଲ ସରକାରଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ବ୍ୟବସାୟ ଏବଂ ଡ୍ରୋନ ବ୍ୟବସାୟର ଟେଣ୍ଡର ଦିଆ କରାଇଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ନରେନ୍ଦ୍ର ମୋଦି-ଆଦାନୀ ମେଂଟ ଭାରତବର୍ଷର ଅର୍ଥନୀତିକୁ ଦୁର୍ବଳ କରିବା ଏବଂ ଏହି ଲୁଟ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଖୋଦ ଦେଶର ପ୍ରଧାନମନ୍ତ୍ରୀ ବୋଲି।ଭାରତବର୍ଷର ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଏପରିକି ସେବି ଏ ସମସ୍ତ ଘଟଣାର ତଦନ୍ତ କରୁ ନାହିଁ। ତାହାଲେ ଏସବୁ ଏଜେନ୍ସି ସସସ୍ତ କଥାରେ ତଦନ୍ତ କରୁଥିଲା ବେଳେ ଏ ଘଟଣାରେ ତଦନ୍ତ କାହିଁକି କରୁ ନାହାନ୍ତି। ଏହାଦ୍ୱାରା ବିଶ୍ୱ ପୁଞ୍ଜି ବଜାରରେ ଭାରତ ପ୍ରତି ଏକ ନକରାତ୍ମକ ଭାବନ ସୃଷ୍ଟି କରିବକି ନାହିଁ।ଭାରତ ବର୍ଷର ସଂପତିକୁ ଲୁଟ କରିବା, ଗରିବ ଲୋକଙ୍କ ଅର୍ଥକୁ ଲୁଟ କରିବା ଦେଶର ଅମୃତ କାଳ କହିବା କେତେ ଯୁକ୍ତିଯୁକ୍ତ। ଏହା କେବଳ ଅମୃତ କାଳ ନୁହେଁ ମିତ୍ର କାଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.