Home Top News ଦୁଇ ସପ୍ତାହରେ ଆଦାନୀ ଗ୍ରୁପ୍ ନିବେଶକ ହରାଇଲେଣି ୫୧, ୨୯୪ କୋଟି

ଦୁଇ ସପ୍ତାହରେ ଆଦାନୀ ଗ୍ରୁପ୍ ନିବେଶକ ହରାଇଲେଣି ୫୧, ୨୯୪ କୋଟି

38

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ବୁଧବାର ଦିନ ଆଦାନୀ ଗ୍ରୁପ୍ ଷ୍ଟକ ପ୍ରାଇସ୍‌ରେ ହ୍ରାସ ଦେଖିବାକୁ ମିଳିଛି। ଯେଉଁଥିରେ ନିବେଶକଙ୍କ ୫୧, ୨୯୪.୦୪ କୋଟି କ୍ଷତି ହୋଇଗଲାଣି। ଧଡ଼ାଧଡ଼ ସେୟାର ବିକ୍ରି ହେବା କରାଣରୁ ଆଦାନୀ ଗ୍ରୁପ୍‌ର ୧୦ ତାଲିକାଭୁକ୍ତ ସଂସ୍ଥା ବଜାର ମୂଲ୍ୟରେ ୧୧ ଲକ୍ଷ ୬୨ ହଜାର ୦୩୦.୨୯ କୋଟି ହରାଇଛନ୍ତି।

ସୂଚନାଯୋଗ୍ୟଯେ, ଗତମାସ ଅର୍ଥାତ୍ ୨୪ ଜାନୁଆରୀରେ ଆମେରିକାର ସର୍ଟ ସେଲର ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ, ଆଦାନୀ ଗ୍ରୁପ୍ ସେୟାରଗୁଡିକର ମୂଲ୍ୟରେ ପ୍ରାୟ ୬୦% ହ୍ରାସ ହୋଇସାରିଲାଣି।

ଆଦାନୀ ଗ୍ରୁପ୍ ଷ୍ଟକ୍ – ଆଦାନୀ ଟ୍ରାନ୍ସମିସନ୍, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ୱିଲମାର, ଏବଂ ଆଦାନୀ ଗ୍ରୀନ୍ – ସେମାନଙ୍କର ୫% ଲୋ ସର୍କିଟ୍ ସୀମାରେ ଛୁଇଁଛି।

ଆଦାନୀ ପାୱାରର ସେୟାର ୫% ହ୍ରାସ ପାଇଛି, ଏବଂ NDTV ମଧ୍ୟ ୫% ଲୋୟର ସର୍କିଟ୍କୁ ଛୁଇଁଛି। ଆଦାନୀ ପୋର୍ଟ ଏବଂ ଏସିସିର ଷ୍ଟକ୍ ୬% ହ୍ରାସ ପାଇଛି।

ବିଶେଷଜ୍ଞଙ୍କ ମତରେ ଆଦାନୀ ସମୂହର ବଜାର ପୁଞ୍ଜି ବର୍ତ୍ତମାନ ଶିଖରରୁ ୭୦% ହ୍ରାସ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.