Home ଓଡ଼ିଶା ସାଂସଦଙ୍କ ଚିଲିକା ପରିଦର୍ଶନ: ଜେଟି ଖନନ କାର୍ଯ୍ୟ ତଦାରଖ

ସାଂସଦଙ୍କ ଚିଲିକା ପରିଦର୍ଶନ: ଜେଟି ଖନନ କାର୍ଯ୍ୟ ତଦାରଖ

33

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଆଜି ଚିଲିକା ପରିଦର୍ଶନରେ ଯାଇ ଜେଟି ଖନନ କାର୍ଯ୍ୟ ତଦାରଖ କରିଛନ୍ତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବାଲିପାଟପୁର ପଞ୍ଚାୟତ, ଭୁଷଣ୍ଡପୁର ପଞ୍ଚାୟତ ଓ ମଙ୍ଗଳାଯୋଡ଼ି ପଞ୍ଚାୟତ ଆଦିର ଚିଲିକା ଜେଟି ଖନନ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଥିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାନୀୟ ମସ୍ୟଜୀବୀଙ୍କ ସହିତ ମିଶି ଡଙ୍ଗାରେ ଯାଇ ତଦାରଖ କରିଛନ୍ତି। ଏହି ସମୟରେ ସାଂସଦଙ୍କ ସାଙ୍ଗରେ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନେତା କାଳୁ ଚରଣ ଖଣ୍ଡାୟତରାୟ, ସାଂସଦ ପ୍ରତିନିଧି ହେମନ୍ତ କୁମାର ବେହେରା, ଟାଙ୍ଗି ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର କଳସ, ଅନାଦି ବେହେରା, ଦଣ୍ଡପାଣି ବେହେରା, ବିରଞ୍ଚି ବେହେରା, ସତ୍ୟ ନାରାୟଣ ପରିଡା ଏବଂ ମିତ୍ରଭାନୁ ସୁବୁଦ୍ଧି ପ୍ରମୂଖ ସାମିଲ୍ ଥିଲେ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.