Home Top News ଓଡ଼ିଶାରେ ରେଳବାଇ ବିକାଶ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ କୃତଜ୍ଞତା ଜଣାଇଲେ ମନମୋହନ

ଓଡ଼ିଶାରେ ରେଳବାଇ ବିକାଶ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ କୃତଜ୍ଞତା ଜଣାଇଲେ ମନମୋହନ

62

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନକୁ ଆସିବା ପରେ ନୂଆ ପ୍ରେରଣା ଓ ସଂକଳ୍ପ ସହିତ ଭାରତବର୍ଷ ବିକାଶ ପଥରେ ଆଗେଇ ଚାଲିଛି। ‘ଅନ୍ତ୍ୟୋଦୟ’କୁ ପ୍ରାଧାନ୍ୟ ଦେଇ ଗରୀବ କଲ୍ୟାଣ ପାଇଁ ସଂକଳ୍ପବଦ୍ଧ ମୋଦି ସରକାର ନିମ୍ନ ଓ ମଧ୍ୟବିତଙ୍କ ଉତ୍‌ଥାନ ପାଇଁ ପ୍ରତିଶୃତିବଦ୍ଧ। ବିଶେଷ ଭାବେ ସାଧାରଣ ଲୋକଙ୍କ ‘ଲାଇଫ୍ ଲାଇନ’ ପାଲଟିଥିବା ରେଳବାଇ କ୍ଷେତ୍ରର ବହୁ ବିକାଶ କାର୍ଯ୍ୟ ଗତ ୯ ବର୍ଷର ମୋଦି ସରକାର ଅମଳରେ କରାଯାଇଛି। ନୂତନ ରେଳପଥ, ବିଜୁଳିକରଣ, ନୂତନ ରେଳ ଚଳାଚଳକୁ ଅଗ୍ରାଧିକାର ଦେବା ସହିତ ରେଳଯାତ୍ରୀଙ୍କ ଆରାମଦାୟକ ସୁବିଧାକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ “ଅମୃତ ଭାରତ ଷ୍ଟେସନ” ଯୋଜନା ଅନ୍ତର୍ଗତ ଆଜି ସମଗ୍ର ଦେଶରେ ୫୦୮ ରେଳଷ୍ଟେସନ ଆଧୁନିକୀକରଣର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ୨୪ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛିା ଓଡିଶାର ପ୍ରସ୍ତାବିତ ୫୭ଟି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ୫୩୧.୮କୋଟି ବ୍ୟୟରେ ଆଧୁନିକୀକରଣ ହେବାକୁ ଥିବା ୨୫ଟି ରେଳ ଷ୍ଟେସନରେ ଶିଳାନ୍ୟାସ କରାଯାଇଛି। ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାର ଓଡିଶାକୁ ପ୍ରଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.