କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ଆନ୍ତ ରାଜ୍ୟ ଗଂଜେଇ କାରବାରର ପର୍ଦ୍ଦାଫାଶ

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଲା ଗ୍ରାମରୁ ଏକ ବଡ ଧରଣର ଚୋରା ଗଂଜେଇ କାରବାର ସଂପର୍କରେ ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ । ପଡୋଶୀ ଆନ୍ଧ୍ର ପ୍ରଦେଶରୁ କାନ୍ଧରେ ବୋହି ଲୋକେ ଭାର ରେ ବୋହି ଗଂଜେଇ ଆଣି କଳାହାଣ୍ଡିରେ ପ୍ୟାକିଂ କରାଯାଇ ଚୋରାରେ ଛତିଶଗଡ ଚାଲାଣ ହେଉଥିବା ଜଣାପଡିଛି । ଦୀର୍ଘ ଦିନରୁ ଏଭଲି ଚୋରାକାରବାର ଚାଲି ଆସୁଥିବା ବେଳେ କୌଣସି ସୁତ୍ରରୁ ଖବର  ପାଇ କଳାହାଣ୍ଡି ଅବକାରୀ ବିଭାଗ ଅଧିକ୍ଷକଙ୍କ ନିଦେ୍ର୍ଦଶରେ ଗତ ୧୩/୦୨ ତାରିଖ ଦିନ ଧର୍ମଗଡ ଅବକାରୀ ରେଂଜ ଅଧିକାରୀଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅନ୍ତର୍ଗତ ଉଛୁଲା ଗ୍ରାମରେ ଚଢଉ କରି…

"କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ଆନ୍ତ ରାଜ୍ୟ ଗଂଜେଇ କାରବାରର ପର୍ଦ୍ଦାଫାଶ"

କଳାହାଣ୍ଡିରେ ରକ୍ତମୁଖା ମାଓବାଦୀ , ସୁପରକ୍ଲାସ ଠିକାଦାରଙ୍କୁ ଗୁଳିକରି ହତ୍ୟା

କଳାହାଣ୍ଡି- ୧୬/୦୨.୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ରକ୍ତମୁଖା ହୋଇପଡିଥିବା ଜଣାପଡିଛି । ମାଓ ଅଧୁ୍ୟଷିତ ଲାଂଜିଗଡ ବ୍ଲକ ଅଧିନସ୍ଥ ଅପହଂଚ ଇଲାକାରେ ରାସ୍ତା କାମ କରୁଥିବା କଳାହାଣ୍ଡିର ସୁପର କ୍ଲାସ ଠିକାଦାର ଶିବଶଙ୍କର ଦାସ ଓରଫ ଟୁନୁ ଦାସ ଙ୍କୁ ଶୁକ୍ରବାର ଅପରାହ୍ନରେ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିବା ଅଭିଯେ୍ଧଜ୍ଞ ହୋଇଛି । ଶୁକ୍ରବାର ସକାଳୁ ଠିକାଦାର ଜଣକ ଲାଂଜିଗଡ ବ୍ଲକ ଅନ୍ତର୍ଗତ ବେଜେପୁର ପଂଚାୟତ ର ପାଜିବାହାଲି ଅଂଚଳରେ ନିର୍ମାଣାଧିନ ପିଏମଜିଏସୱାଇ ରାସ୍ତା କାମ ର ତଦାରଖ ଏବଂ ଲେବର ପାରିଶ୍ରମିକ ଦେବାକୁ ସେଠାକୁ ଯାଇଥିବା ବେଳେ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ତୁରନ୍ତ ବିଜେପୁର ପୋଲିସ…

"କଳାହାଣ୍ଡିରେ ରକ୍ତମୁଖା ମାଓବାଦୀ , ସୁପରକ୍ଲାସ ଠିକାଦାରଙ୍କୁ ଗୁଳିକରି ହତ୍ୟା"

ଜୁନାଗଡ ଏଲ-ନିସି ମିସନ ସ୍କୁଲ ପ୍ରିନ୍ସପାଲ ଙ୍କ ଅସାମ୍ବିଧାନିକ ବ୍ୟବହାର ର ବିରୋଧ, ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ତାଲା ବନ୍ଦ ଆନେ୍ଦାଳନ

କଳାହାଣ୍ଡି -୦୯/୦୨/୨୦୧୮ (ଓଡିଆପୁଅ) ଜୁନାଗଡ ସହର ସ୍ଥିତ ଏଲ-ନିସି ମିସନ ସ୍କୁଲ ର ପ୍ରିନ୍ସପାଲ ବିଭିନ୍ନ ସମୟରେ ଉଭୟ ଛାତ୍ର ଓ ଶିକ୍ଷକ ଙ୍କୁ ଅସାମ୍ବିଧାନିକ ବ୍ୟବହାର କରୁ ଥିବା ର ପ୍ରତିବାଦ କରି ଶୁକ୍ରବାର ସକାଳେ ଶିକ୍ଷୟତ୍ରୀ ଶିକ୍ଷକ ସ୍କୁଲ ର ମୂଖ୍ୟ ଫାଟକରେ ତାଲା ବନ୍ଦ କରି ଧାରଣାରେ ବସିଥିଲେ । ପରେ ଛାତ୍ରୀଛାତ୍ର ମାନେ ଏଥିରେ ସାମିଲ ହୋଇଥିଲେ । ସ୍କୁଲ ର ନିଦେ୍ର୍ଦଶକ ଧର୍ମଗଡରୁ ଆସି ଘଟଣା ସ୍ଥଳରେ ପହଂଚି ଅବିଭାବକ ମାନଙ୍କ ସହ ଆଲୋଚନା କରି ପ୍ରିନ୍ସପାଲ ଙ୍କୁ ଅପସାରଣ କରିବାକୁ ପ୍ରତିଶୃତି ଦେବା ପରେ କ୍ୟାମ୍ପସ ଶାନ୍ତ ହୋଇଥିଲା । ଘଟଣାରୁ ପ୍ରକାଶ ଜୁନାଗଡ ସହରର ହଣ୍ଡାଖାଲ…

"ଜୁନାଗଡ ଏଲ-ନିସି ମିସନ ସ୍କୁଲ ପ୍ରିନ୍ସପାଲ ଙ୍କ ଅସାମ୍ବିଧାନିକ ବ୍ୟବହାର ର ବିରୋଧ, ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ତାଲା ବନ୍ଦ ଆନେ୍ଦାଳନ"

ଜିଲ୍ଲା ବାହାର ପ୍ରାର୍ଥି ଙ୍କୁ ନିଯୁକ୍ତି ଦେବାକୁ ବିରୋଧ କରି କଳାହାଣ୍ଡି ବନ୍ଦ ଡାକରା ।

କଳାହାଣ୍ଡି ୩୧/୦୧/୨୦୧୮( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ଖାଲିଥିବା ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥି ଗତ ମଙ୍ଗଳବାର ଦିନ କଡା ପୋଲିସ ସୁରକ୍ଷା ମଧ୍ୟରେ ସାର୍ଟିଫିକେଟ ଯାଂଚ କରାଯାଇଥିଲା । ଅନ୍ୟ ପକ୍ଷରେ କେବଳ କଳାହାଣ୍ଡି ଜିଲ୍ଲାର ପ୍ରାର୍ଥôଙ୍କୁ ସୁଯୋଗ ଦିଆଯାଇ ବାହାର ଅନ୍ୟ ଜିଲ୍ଲାର ପ୍ରାର୍ଥି ଙ୍କୁ ବିରୋଧ କରି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଆନେ୍ଦାଳନକାରୀମାନେ ଟାୟାର ଜାଳି ରାସ୍ତା ରୋକ ଓ ପିକେଟିଂ କରିଥିଲେ । ଘଟଣା ସ୍ଥଳରେ ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ମୂତୟନ କରାଯାଇଥିଲା । ପ୍ରବଳ ବିରୋଧ ସତ୍ୱେ ୧୦୨୧ ଜଣଙ୍କ ଆବେଦନ ଯାଂଚ ହୋଇଥିବା ଜଣାପଡିଥିଲା…

"ଜିଲ୍ଲା ବାହାର ପ୍ରାର୍ଥି ଙ୍କୁ ନିଯୁକ୍ତି ଦେବାକୁ ବିରୋଧ କରି କଳାହାଣ୍ଡି ବନ୍ଦ ଡାକରା ।"

ଜୁନାଗଡ଼ ଅଂଚଳରେ ଅବାଧ ଖୈନୀ (ଭାଙ୍ଗ) କାରବାର ବୃଦ୍ଧି ପ୍ରସାଶନ ନିଷ୍କ୍ରିୟ

କଳାହାଣ୍ଡି- (ଓଡିଆପୁଅ) ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ମାଦକ ଦ୍ରବ୍ୟ ତଥା ଗୁଟଖା ଭାଙ୍ଗ (ଖଇନୀ) ଇତ୍ୟାଦି ବିକ୍ରକୁ ନେଇ କଟକଣା ଜାରି କରିଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ଏବଂ ଆଖପାଖ ଅଂଚଳରେ ବିଭିନ୍ନ ବ୍ରାଣ୍ଡ ନାମିତ ଥିବା ଭାଙ୍ଗ ଖୈନୀ ବଜାର ର ଦୋକାନ ମାନଙ୍କରେ ଉପଲବ୍ଧ ଥିବା ବେଳେ ଏହା କେବଳ ଜୁନାଗଡ଼ର କେତେକ ବ୍ୟକ୍ତି କରଖାନା ଗଢ଼ି ଭାଙ୍ଗ ତିଆରୀ କରୁଥିବା ଜଣାପଡିଛି । ଯଦିଓ ଏହା ସରକାରୀ ନିୟମାନୁସାରେ ବା କେନ୍ଦ୍ରୀୟ ଅବକାରୀ ବିଭାଗ ର ତତ୍ୱାବଧାନରେ ତିଆରି ପାଇଁ ଅନୁମତି ମିଳି ଥିଲେ ହେଁ ନିୟମକୁ ସଂପୃକ୍ତ ଭାଙ୍ଗ କାରଖାନା ମାଲିକ ଦୃଷ୍ଟିନଦେଇ…

"ଜୁନାଗଡ଼ ଅଂଚଳରେ ଅବାଧ ଖୈନୀ (ଭାଙ୍ଗ) କାରବାର ବୃଦ୍ଧି ପ୍ରସାଶନ ନିଷ୍କ୍ରିୟ"

ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ବିରୋଧ, କଳାହାଣ୍ଡି ଡିଆଇଇଟିରେ ପ୍ରତିରୋଧ

କଳାହାଣ୍ଡି – ୩୦.୦୧.୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଖାଲିଥିବା ପ୍ରାଥମିକ ଶିକ୍ଷକ ପଦ ନିମନ୍ତେ ଆବେଦନ କରିଥିବା ଛାତ୍ରଛାତ୍ରୀ ଙ୍କ ସାର୍ଟୀଫିକେଟ ସୋମବାର ଦିନ ଯାଂଚ ଥିବା ବେଳେ ଜିଲ୍ଲା ଭିତିକ ତାଲିମ ପ୍ରାପ୍ତ ଆବେଦନକାରୀଙ୍କୁ ନିଯୁକ୍ତି ଦାବି ରେ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଫଳରେ କେବଳ କଳାହାଣ୍ଡି ଜିଲ୍ଲାର ଆବେଦନକାରୀଙ୍କୁ ଯାଂଚ ପାଇଁ ଭବାନୀପାଟଣାସ୍ଥିତ ଡିଆଇଇଟିର ଗେଟରେ ଛଡାଯାଇଥିବା ବେଳେ ଅନ୍ୟ ଜିଲ୍ଲାର ଆବେଦନକାରୀଙ୍କୁ ଫେରାଇ ଦିଆଯାଇଥିଲା। ଏନେଇ ଦିନ ତମାମ ଡିଆଇଇଟି ପରିସରରେ ଉତେଜନା ହେବାପରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୧୬୦୫ ଟି ପ୍ରାଥମିକ ଶିକ୍ଷକ ପଦବୀ ନିମନ୍ତେ…

"ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ବିରୋଧ, କଳାହାଣ୍ଡି ଡିଆଇଇଟିରେ ପ୍ରତିରୋଧ"

କୁନ୍ଦୁଳି ପୀଡିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ କଳାହାଣ୍ଡି ବନ୍ଦ

କଳାହାଣ୍ଡି –୨୫-୧ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କୁନ୍ଦୁଳି ପୀଡିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲାରେ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ ହୋଇଯାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧଶେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ କର୍ମୀ ମାନଙ୍କୁ ଗିରଫ କରାଯାଇଥିବା ଘଟଣା ବ୍ୟତୀତ ସେଭଲି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବାର ସୂଚନା ମିଳିଛି। ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ପିସିସି ସମ୍ପାଦକ ସାମନ୍ତ ଖମାରୀ, ପିସିସି ସଭ୍ୟ ଚିତରଂଜନ ମଣ୍ଡଳ, ଏସ ସି ସେଲ ରାଜ୍ୟ ଉପସଭାପତି ପ୍ରଶାନ୍ତ ନାଏକ ପ୍ରମୂଖଙ୍କ ନେତୃତ୍ୱରେ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରାଯାଇଥିଲା। ବିଜେପି ପକ୍ଷରୁ ଜିଲ୍ଲା ଉପସଭାପତି ବଦ୍ରୀ ପଟ୍ଟନାୟକ,…

"କୁନ୍ଦୁଳି ପୀଡିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ କଳାହାଣ୍ଡି ବନ୍ଦ"

ଲୁକ୍କାୟୀତ ପ୍ରତିଭା ଲୋକ ଲୋଚନକୁ ଆସିଲେ କଳାର ବିକାଶ ହେବ:୨୨ ତମ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ: ଚାଷୀଙ୍କୁ ପଦ୍ମଶ୍ରୀ ପୁରଷ୍କାର ଦେବାକୁ ଦାବି

କଳାହାଣ୍ଡି – ୨୨-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିର କଳା ଓ ସଂସ୍କୃତିର ବିକାଶ ତଥା ଲୁକ୍କାୟୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ୨୨ତମ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ଘୁମୁରା-୨୦୧୮ କୁ ରାଜ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ଏକ ବିଶାଳ ମଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମଶାଳ ସହିତ ନଗର ପରିକ୍ରମା କରି ଉତ୍ସବ ପଡିଆ ଲାଲବାହାଦୁର ଷ୍ଟଡିୟମ ସ୍ଥିତ ଶହୀଦ…

"ଲୁକ୍କାୟୀତ ପ୍ରତିଭା ଲୋକ ଲୋଚନକୁ ଆସିଲେ କଳାର ବିକାଶ ହେବ:୨୨ ତମ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ: ଚାଷୀଙ୍କୁ ପଦ୍ମଶ୍ରୀ ପୁରଷ୍କାର ଦେବାକୁ ଦାବି"

ଶିକ୍ଷା ବିଭାଗର ଅଜବ ବ୍ୟବସ୍ଥା: ପିଲାଙ୍କୁ ମିଳୁନି ବହି, ବାହାରେ ଫିଙ୍ଗା ଯାଉଛି

କଳାହାଣ୍ଡି ୨୨-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଗତ ଗୁରବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦେବା ପାଇଁ ଆସିଥିବା ମାଗଣା ବହିପତ୍ର ଦିନ ସାରା ସ୍କୁଲ ବାହାରେ ପଡିଥିଲା। ଏହି ବହି ସବୁକୁ କେହି ଶିକ୍ଷକ ଉଠାଇ ନଥିଲେ। ଫଳରେ ଗାଈ ଗୋରୁ ସେସବୁକୁ ଖାଇଯିବା ସହ ମାଡି ଦଳି ନଷ୍ଟ କରି ଦେଇଥିଲା। ଏହି ଖବର ପ୍ରଘଟ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ରାତି ଆଠଟାରେ ସ୍କୁଲକୁ ଆସି ବହିପତ୍ର ସବୁ ସଂଗ୍ରହ କରି ରଖିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ। ସେହିଭଲି ଗତ ୧୯ତାରିଖ ଦିନ ମଧ୍ୟ ଏହି ସ୍କୁଲକୁ ଏକ…

"ଶିକ୍ଷା ବିଭାଗର ଅଜବ ବ୍ୟବସ୍ଥା: ପିଲାଙ୍କୁ ମିଳୁନି ବହି, ବାହାରେ ଫିଙ୍ଗା ଯାଉଛି"

ଇନ୍ଦ୍ରାବତୀ ଜଳସେଚନ ବିଭାଗର ଦୋମୁହାଁ ନୀତି। ରାଜରାସ୍ତାରେ ଚାଷୀ।

କଳାହାଣ୍ଡି-୧୫.୦୧.୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିର ଜୀବନରେଖା କୁହାଯାଉଥିବା ଇନ୍ଦ୍ରାବତୀ ର ଜଳସେଚନ ବିଭାଗୀୟ ଅଧିକାରୀ ମାନଙ୍କ ଦୋମୁହାଁ ନୀତି ଯୋଗୁଁ ଚାଷୀ ଆଜି ରାଜରାସ୍ତାରେ ଓହ୍ଲାଇଛି। ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମରାମତି ହେବାକୁ ଦୀର୍ଘ ଦୁଇ/ତିନି ବର୍ଷ ହେବ ମରାମତି ହେବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଅଦ୍ୟାବଧି କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଅନ୍ୟ ପକ୍ଷରେ କେନାଲର ମାତ୍ର ୨୦ କି.ମି. ପର୍ଯ୍ୟନ୍ତକୁ ହିଁ ଚଳିତ ରବି ଋତୁରେ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଘୋଷଣା କରିଥିବା ବେଳେ ତଳମୁଣ୍ଡକୁ ପାଣି ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। ଗତ ବର୍ଷ ମଧ୍ୟ ଏଭଲି ଭାବେ କର୍ତ୍ତୃପକ୍ଷଙ୍କ…

"ଇନ୍ଦ୍ରାବତୀ ଜଳସେଚନ ବିଭାଗର ଦୋମୁହାଁ ନୀତି। ରାଜରାସ୍ତାରେ ଚାଷୀ।"