Home କଳାହାଣ୍ଡି କଳାହାଣ୍ଡିରେ ପୁଣି କରୋନା ରୋଗୀ ଚିହ୍ନଟ , ଦୁଇ ମହିଳା ଡାକ୍ତର ଆକ୍ରାନ୍ତ

କଳାହାଣ୍ଡିରେ ପୁଣି କରୋନା ରୋଗୀ ଚିହ୍ନଟ , ଦୁଇ ମହିଳା ଡାକ୍ତର ଆକ୍ରାନ୍ତ

100

କଳାହାଣ୍ଡି, ୧୨.୦୬.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରେ ଗତ ୧୧ ତାରିଖ ଦିନ ଦୁଇଟି ପଜିଟିଭ କେଶ ନର୍ଲା ବ୍ଲକରେ ବାହାରିଥିବା ବେଳେ ସେମାନେ ନର୍ଲା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣାପଡିଛି । ପ୍ରାୟତଃ ପ୍ରବାସୀ ମାନଙ୍କ ଠାରୁ ହିଁ କରୋନା ପଜିଟିଭ କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସି ହିଁ କରୋନା ପଜିଟିଭ ହୋଇଥିବା ଜଣାପଡିଛି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଦୁଇଜଣ ମହିଳା ଡାକ୍ତରଙ୍କୁ ୧୨ ତାରିଖ ଦିନ ପଜିଟିଭ ବାହାରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏକ ପ୍ରେସ ରିଲିଜରେ ଜଣାଇଛନ୍ତି । ସେମାନଙ୍କ ବ୍ୟତୀତ ତେଲେଙ୍ଗାନାରୁ ଆସି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାନ କରୁଥିବା ଆଉଜଣକୁ ମଧ୍ୟ ପଜିଟିଭ ଆସିଥିବା ପ୍ରକାଶ । ଜନୈକ ପ୍ରବାସୀ ସାତ ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ନିଜ ଘରେ କ୍ୱାରେନଟାଇନରେ ରହୁଥିବା ବେଳେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଦୁଇଜଣ ମହିଳା ଡାକ୍ତରଙ୍କ ସ୍ୱାବ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ମଧ୍ୟ ହୋମ ରଖାଯାଇଥିଲା । ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିବା ପରେ ଦୁଇ ମହିଲା ଡାକ୍ତର ସମେତ ଉକ୍ତ ବ୍ୟକ୍ତି କୁ ଭବାନୀପାଟଣାସ୍ଥିତ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଇଦିଆଯାଇଥିବା ଜଣାପଡିଛି । ଏମାନଙ୍କୁ ମିଶାଇ କଳାହାଣ୍ଡିରେ ୪୧ ଜଣ ପଜିଟିଭ କେଶ ହୋଇଥିବା ବେଳେ ୨୦ ଜଣ ସୁସ୍ଥ ହୋଇଥିବା ଏବଂ ୨୧ ଜଣ ବର୍ତମାନ ଚିକିତ୍ସିତ ହେଉଥିବା ପ୍ରକାଶ । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ କରାଯିବା ସହିତ ସମସ୍ତ ଷ୍ଟାଫଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯିବା ସହିତ ସଂଯୋଗ ବ୍ୟକ୍ତି ମାନଙ୍କୁ ଖୋଜା ଚାଲିଥିବା ଜଣାପଡିଛି ।
ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ସେମାନଙ୍କ ସ୍ୱାବ ପରୀକ୍ଷଣ କରାଯାଇ ରିପୋର୍ଟ ଆସିବା ପୂର୍ବରୁ ଘରକୁ ଛାଡି ଦେଉଥିବା ହେତୁ ଏଭଲି ଅଭାବନୀୟ ଘଟଣା ମାନ ଘଟୁଥିବା ହେତୁ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ପ୍ରଥମତଃ କ୍ୱାରେନଟାଇନରେ ସାତଦିନ ରଖାଯାଉଛି, ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ସେମାନଙ୍କୁ ଛାଡିଦିଆଯାଉଥିବା ହେତୁ ସେମାନେ ଆରାମରେ ବାହାରେ ବୁଲାବୁଲି କରୁଥିବା ହେତୁ ଯଦିଓ ସେମାନଙ୍କ ମଧ୍ୟରୁ କାହାକୁ ଯଦି ପଜିଟିଭ ଆସିଗଲା ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଖୋଜିବା କଷ୍ଟକର ହୋଇପଡିଥାଏ । ତେଣୁ ଅନ୍ତତଃ ପକ୍ଷେ ସ୍ୱାବ ରିପୋର୍ଟ ଆସିବା ପର୍ଯ୍ୟନ୍ତକୁ କ୍ୱାରେନଟାଇନ ରେ ରଖାଯିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.