Home କଳାହାଣ୍ଡି ସୁଦୂର ଗୋଆରୁ ନିଜ ଖର୍ଚ୍ଚରେ ଫେରିଲେ ୪୧ ଜଣ ଶ୍ରମିକ

ସୁଦୂର ଗୋଆରୁ ନିଜ ଖର୍ଚ୍ଚରେ ଫେରିଲେ ୪୧ ଜଣ ଶ୍ରମିକ

57

କଳାହାଣ୍ଡି- ୦୪.୦୬.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରୁଥିବା ବେଳେ ସୁଦୂର ଗୋଆରୁ ନିଜ ଖର୍ଚ୍ଚରେ ୪୧ ଜଣ ଶ୍ରମିକ କଳାହାଣ୍ଡି ଫେରିଥିବା ଜଣାପଡିଛି । ଗୋଆରୁ ୨ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ କରି ଗୋଆର ଏକ ଟ୍ରାଭେଲ ଏଜ ଏଜେନ୍ସି ରୁ ଏକ ବସ ଏଇ.୦୮-ଠ.୨୬୦୧ ଯୋଗେ ଗୋଆରୁ ୪ତାରିଖ ସକାଳେ ଧର୍ମଗଡ ପହଂଚିଥିବାର ଜଣାପଡିଛି । ଧର୍ମଗଡ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଶ୍ରମିକ ମାନଙ୍କୁ ପର୍ଲାସ୍ଥିତ ଅସ୍ତାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଥିବା ଜଣାପଡିଛି । ଏସଂପର୍କରେ ସୋସିଆଲ ମିଡିଆରୁ ଜଣାପଡିଛି ଯେ, ଉକ୍ତ ଶ୍ରମିକ ମାନେ ଓଡିଶା ଫେରିବା ପାଇଁ ଅନଲାଇନ ରେ ଆବେଦନ କରିଥିଲେ । ସେମାନଙ୍କୁ ଫେରିବା ପାଇଁ ସରକାରୀସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ନିଜ ନିଜ ଘରୁ ଟଙ୍କା ମଗାଇ ବସଭଡା ଦେଇ ଘରକୁ ଫେରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.