Home କଳାହାଣ୍ଡି ଋଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା, ୩ ଅଟକ

ଋଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା, ୩ ଅଟକ

133


କଳାହାଣ୍ଡି- ୨୪.୦୬.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରେ ରଥଯାତ୍ରକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପରେ ସମଗ୍ର ଜଗନ୍ନାଥ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । କୋଭିଡ-୧୯ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ରଥଯାତ୍ରା ପାଇଁ ନାନା କଳ୍ପନା ଜଳ୍ପନା ଜାରିରହିଥିବା ବେଳେ କୋଟୀ କୋଟୀ ଜଗନ୍ନାଥ ପ୍ରେମୀ ଉଦବେଗର ସହିତ ମାନ୍ୟବର ସୁପ୍ରିମ କୋର୍ଟ ରାୟକୁ ଅପେକ୍ଷା କରିରହିଥିଲେ । ସେସମୟରେ କଳାହାଣ୍ଡି ନୁ୍ୟଜ ନାମକ ହ୍ୱାଟସଆପ ଗ୍ରୁପରେ ପିଂଟୁ ନାମକ ଜଣେ ଯୁବକ ରଥଯାତ୍ରାକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ଏଭଲି ମନ୍ତବ୍ୟ କଦାପି ସଭ୍ୟ ସମାଜକୁ ଗ୍ରହଣୀୟ ନୁହେଁ ଏବଂ ଏହା ସାଢେ ଚାରିକୋଟୀ ଓଡିଆଙ୍କ ଆଧ୍ୟତ୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରି ଏଭଲି ଆପତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଭାଜପା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ମୁକେଶ ଅଗ୍ରୱାଲ ଏବଂ ଉପସଭାପତି ହିମାଂଶୁ ପଣ୍ଡା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ସେହିପରି କୋକସରା ହିନ୍ଦୁ ସଙ୍ଗଠନର ଗୋଦାବରୀଶ ପାତ୍ର ଏବଂ ଜନ୍ମେଜୟ ଦାସ ଏହି ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ବ୍ୟକ୍ତିକୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ କୋକସରା ଥାନାରେ ଏକ ମାମଲା ଦାଏର କରିଥିଲେ ।
ଏସଂପର୍କରେ କୋକସରା ଥାନାରେକେଶ ନଂ.୧୨୪/୨୦ ଦଫା ୧୫୩/୫୦୦/୨୯୫/୨୯୫(ଏ)/୫୦୬/୩୪ ଆଇପିସି ଏବଂ ୬୬ (ଏ) ଆଇଟି ଆକ୍ଟ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରୁଥିବା କୋକସରା ଆଇଆଇସି ବାସୁଦେବ ଛତ୍ରୀଆ ପ୍ରକାଶ କରିଛନ୍ତି । ଘଟଣାର ଅନୁସନ୍ଧାନ କରାଯାଇ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଟେମରା ପଂଚାୟତ ଅନ୍ତର୍ଗତ କର୍ଲାଗୁଡା ଗ୍ରାମର ପିଂଟୁ ଓରଫ ଦେବେନ୍ଦ୍ର ଛତ୍ରୀଆ ( ବୟସ ୧୭ ବର୍ଷ ୯ ମାସ ) ଏବଂ କଳାହାଣ୍ଡି ନୁ୍ୟଜ ହ୍ୱାଟସଆପ ଗ୍ରୁପ ର ଆଡମିନ ଥିବା ଚାରବାହାଲ ଗ୍ରାମର ସୁବଳ ସିଂ ( ୨୦) ତଥା ସୂରଜ ସିଂ ( ୧୬) କୁ କୋକସରା ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ । ନାବାଳକ ମାନେ ଏଭଲି ଭାବେ ହ୍ୱାଟସଆପ ଗ୍ରୁପ ମାଧ୍ୟମରେ ଜଗନ୍ନାଥଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଘଟଣାକୁ ବୁଦ୍ଧିଜୀବି ମହଲରେ ସହଜରେ ଗ୍ରହଣୀୟ ହୋଇପାରୁନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.