Home କଳାହାଣ୍ଡି କଳାହାଣ୍ଡି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ପିଏମ କେଆରସ ଓ...

କଳାହାଣ୍ଡି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ପିଏମ କେଆରସ ଓ ସିଏମଆରଏଫ କୁ ସହଯୋଗ

208

କଳାହାଣ୍ଡି- ୨୪.୦୫.୨୦୨୦ (ଓଡିଆପୁଅ) କଳାହାଣ୍ଡି ବ ିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ୨ଲକ୍ଷ ୬୮ ହଜାର ୧୧୮ ଟଙ୍କା ପିଏମ କେଆରସ ଓ ସିଏମଆରଏଫ କୁ ସହଯୋଗ ରାଶି ପଇଠ କରିଥିବା ବିଷୟ କଳାହାଣ୍ଡି ଜିଲ୍ଲା କୋର୍ଟ ସିରସ୍ତାଦାର ଏବଂ କଳାହାଣ୍ଡି ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦି.ଲିପ କୁମାର ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ । ସାଂପ୍ରତିକ ପରିସ୍ଥିତିରେ ସମଗ୍ର ଦେଶ କୋଭିଡ-୧୯ ସହ ଲଢୁଥିବା ବେଳେ କରୋନା ଯୋଦ୍ଧାଙ୍କ ପ୍ରତି ଯଥା ସମ୍ମସନ ଜଣାଇ ସେମାନଙ୍କ ମଙ୍ଗଳ ପାଇ ଏହି ଅର୍ଥରାଶି ବିନିଯୋଗ କରାଯିବା ଉଦେ୍ଦଶ୍ୟରେ ସାହାଯ୍ୟ କରିଥିବା ପ୍ରକାଶ । ଏହି ଅବସରରେ ସମସ୍ତେ ଘରେ ରହିବା ସହିତ ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ସମସ୍ତ ନିୟମ କାନୁନକୁ ଅନୁସରଣ କରି ଚଳିବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ଓଡିଶା ନ୍ୟାୟୀକ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସଂପାଦକ ଏବଂ ଅଖିଳ ଭାରତୀୟ ନ୍ୟାୟୀକ କର୍ମଚାରୀ ମହାସଂଘ ପୂର୍ବ ଜୋନ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.