Home କଳାହାଣ୍ଡି କଳାହାଣ୍ଡିରେ ୧୧ କରୋନା ପଜିଟିଭ ଚିହ୍ନଟ , କୋଭିଡ ହସପିଟାଲ ସ୍ଥାନାନ୍ତରିତ

କଳାହାଣ୍ଡିରେ ୧୧ କରୋନା ପଜିଟିଭ ଚିହ୍ନଟ , କୋଭିଡ ହସପିଟାଲ ସ୍ଥାନାନ୍ତରିତ

232

କଳାହାଣ୍ଡି- ତା.୨୦.୦୫.୨୦୨୦ ( ଓଡିଆପୁଅ) ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି । ସରକାରୀ ପୋର୍ଟାଲରେ ପଂଜୀକରଣ କରିବା ପରେ ସେସବୁ ରାଜ୍ୟରୁ ସଡକ ପଥ କିମ୍ବା ରେଲପଥରେ ପ୍ରବାସୀ ନିଜ ଅଂଚଳକୁ ଆସିବାକୁ ଲାଗିଲେଣି । ଇତି ମଧ୍ୟରେ କଳାହାଣ୍ଡିର ହଜାର ହଜାର ପ୍ରବାସୀ ପଂଜୀକରଣ କରିଥିବା ବେଳେ ଅନେକ ଘରମୁହାଁ ପ୍ରବାସୀ ପ୍ରାୟତଃ କଳାହାଣ୍ଡି ପହଂଚି ଗଲେଣି । ଅନ୍ୟ ପକ୍ଷରେ ଅନ୍ୟ ରାଜ୍ୟର ଏବଂ ଅନ୍ୟ ଜିଲ୍ଲାର ପ୍ରବାସୀ ମାନଙ୍କୁ ମଧ୍ୟ କଳାହାଣ୍ଡିର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଜିଲ୍ଲାପ୍ରଶାସନ ଦ୍ୱାରା ରଖାଯାଇଥିବା ଜଣାପଡିଛି । କ୍ୱାରେନଟାଇନରେ ରଖାଯାଇଥିବା ପ୍ରବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ସ୍ୱାବ ପରୀକ୍ଷା ପାଇଁ ସେମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । କଳାହାଣ୍ଡି ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ ମଧ୍ୟରୁ ଆଜି ୨୦.୦୫.୨୦୨୦ ବୁଧବାର ଦିନ ଭବାନୀପାଟଣା ବ୍ଲକ ର ଶଗଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ୪ଜଣ ଓ ଲାଂଜିଗଡ ବ୍ଲକ ଅଧିନସ୍ଥ ବସନ୍ତପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ୬ ଜଣ ଏବଂ ବସନ୍ତପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଓଡିଶା ଲାଇଭଲିହୋଡ ମିଶନର ଜନୈକ ମହିଳା କର୍ମଚାରୀଙ୍କ କରୋନା ପଜିଟିଭ ବାହାରିଥିବା କଳାହାଣ୍ଡି ସିିଡିଏମଓ ଙ୍କ ସୂତ୍ରରୁ ପ୍ରକାଶ । ପ୍ରବାସୀ ୧୦ ଜଣଙ୍କ ମଧ୍ୟରୁ ୮ଜଣ ମହାରାଷ୍ଟ୍ରୁ ଏବଂ ଗୁଜରାଟ ଓ ଛତିଶଗଡ ରାଜ୍ୟ ରୁ ଆସିଥିବା ଜଣେ ଲେଖାଏଁ ଥିବା ବେଳେ ସେମାନେ ଗତ ୧୪ ତାରିଖ ଦିନ ଫେରତିଥିବା ପ୍ରକାଶ । ସମସ୍ତ ୧୧ ଜଣଙ୍କୁ କଳାହାଣ୍ଡି ଇଂଜିନିୟରିଂ କଲେଜର ସ୍ଥାପନ ହୋଇ ଥିବା କୋଭିଡ ହସପିଟାଲକୁ ପଠାଇଦିଆଯାଇଥିବା ଜଣାପଡିଛି ।
ଜିଲ୍ଲାପ୍ରଶାସନ ପକ୍ଷରୁ ସେମାନଙ୍କ ଯୋଗାଯୋଗ ଇତିହାସ ସଂଗ୍ରହ କରାଯିବା ସହିତ ଦୁଇଟି ଯାକ କେନ୍ଦ୍ରର ସମସ୍ତଙ୍କ ପରୀକ୍ଷା କରାଯିବାର ବ୍ୟବସ୍ଥା କରିଥିବା ଜିଲ୍ଲାପାଳ ଙ୍କ ସୂତ୍ରରୁ ପ୍ରକାଶ । ଆଜି ପର୍ଯ୍ୟନ୍ତ ୧୫୩୭୬ ଜଣ ପ୍ରବାସୀ କଳାହାଣ୍ଡିକୁ ଫେରିଥିବା ବେଳେ ବର୍ତମାନ ସମୟରେ ଆମ ଜିଲ୍ଲାର ପ୍ରବାସୀ ମାନଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ ଏହି ସମୟରେ ଜନସାଧାରଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଡଃ. ପରାଗ ହର୍ଷଦ ଗାଭାଲି ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.