Home କଳାହାଣ୍ଡି କଳାହାଣ୍ଡିରେ ଆରୋଗ୍ୟ ହେଲେ ୧୧ କରୋନା ରୋଗୀ , ପୁଷ୍ପ ଗୁଚ୍ଛ ଦେଇ ବିଦାୟ...

କଳାହାଣ୍ଡିରେ ଆରୋଗ୍ୟ ହେଲେ ୧୧ କରୋନା ରୋଗୀ , ପୁଷ୍ପ ଗୁଚ୍ଛ ଦେଇ ବିଦାୟ ଦିଆଗଲା

146

କଳାହାଣ୍ଡି- ୩୧.୦୫.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କୋଭିଡ-୧୯ ସ୍ୱତନ୍ତ୍ର ହସପିଟାଲ ରେ ଚିକିତ୍ସିତ ହେଉଥିବା କରୋନା ପଜିଟିଭ ମାନଙ୍କ ମଧ୍ୟର୍ୁ ୧୧ ଜଣ ଆରୋଗ୍ୟ ହେବାପରେ ସେମାନଙ୍କୁ ହସପିଟାଲରୁ ରିଲିଭ କରାଯାଇଥିବା ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ ସୂତ୍ରରୁ ପ୍ରକାଶ । ଏହି କୋଭିଡ ହସପିଟାଲରେ କଳାହାଣ୍ଡିର ୧୮ ଜଣ ଓ ନୂଆପଡାର ୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ ଆରୋଗ୍ୟ ହେବା ପରେ ବଳକା ୯ ଜଣ ଚିକିତ୍ସିତ ହେଉଥିବା ପ୍ରକାଶ ।
ଏମାନଙ୍କ ବ୍ୟତୀତ ୪୧ ଜଣ ସନ୍ଦିଗ୍ଧ ସ୍ୱତନ୍ତ୍ର ନୀରିକ୍ଷଣ ଓ ଚିକିତ୍ସିତ ହେବା ପରେ ସେମାନଙ୍କ ମଧ୍ୟରୁ ୨୦ ଜଣ ଆରୋଗ୍ୟ ହୋଇ ରିଲିଭ ହୋଇଥିବା ଜଣାପଡିଛି ।
ଏହି କୋଭିଡ ହସପିଟାଲରେ ୨୦୦ ଶଯ୍ୟା ଥିବା ବେଳେ ୬ ଟି ଆଇସିୟୁ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.