Home କଳାହାଣ୍ଡି କଳାହାଣ୍ଡି ରେ ପ୍ରଥମ ପ୍ରବାସୀର ମୃତ୍ୟୁ

କଳାହାଣ୍ଡି ରେ ପ୍ରଥମ ପ୍ରବାସୀର ମୃତ୍ୟୁ

176

କଳାହାଣ୍ଡି- ୨୫.୦୫.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କୋଭିଡ ହସପିଟାଲରେ ପ୍ରଥମ ସନ୍ଦିଗ୍ଧ ର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ, ତାମିଲ ନାଡୁରୁ ଗତ ୨୧.୦୫.୨୦୨୦ ଦିନ କଳାହାଣ୍ଡି ଫେରିଥିବା ଜଣେ ୩୫ ବର୍ଷିୟ ଯୁବକକୁ ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଗତ ୨୪.୦୫. ୨୦୨୦ ରବିବାର ଦିନ ସେ ଶ୍ୱାସ କ୍ରୀୟାରେ କଷ୍ଟ ଅନୁଭବ କରିବାରୁ ଆରଆରଟି ପକ୍ଷରୁ ପରୀକ୍ଷା କରାଯାଇ କୋଭିଡ ହସପିଟାଲ ସ୍ଥାନାନ୍ତରିତ କରିବାକୁ ଆଡଭାଇସ କରିଥିଲେ । ତଦନୁସାରେ ଉକ୍ତ ଯୁବକକୁ ରବିବାର ଦିନ ହିଁ ବାନେ୍ଦାପଲାସ୍ଥ କଳାହାଣ୍ଡି କୋଭିଡ ହସପିଟାଲକୁ ଦିନ ୧୨.୧୫ ରେ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ଗୁରୁତର ହେବା ପରେ ତାଙ୍କୁ ସନ୍ଦିଗ୍ଧ ରୋଗୀ ଭାବରେ ସ୍ୱତନ୍ତ୍ର ରୁମରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଶେହରେ ସଂପୃକ୍ତ ଯୁବକ ସୋମବାର ଦିନ ୧୧ ସମୟରେ ନିଜ ଜୀବନ ସଂଗ୍ରାମରେ ହାରିଯାଇଥିବା ପ୍ରକାଶ । ସଂପୃକ୍ତ ଯୁବକର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଅଦ୍ୟାବଧି ରିପୋର୍ଟ ଆସିନଥିବା ବେଳେ ଆଶଙ୍କା କରାଯାଉଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମାନୁସାରେ ପରିବାର ବର୍ଗ ସହ ଆଲୋଚନା କରି ମୃତ ଯୁବକର ସଂସ୍କାର ଆଦି କରିବାକୁ ବ୍ୟବସ୍ଥା କରାଯାଇଥିବା ପ୍ରକାଶ । ଉକ୍ତ ଯୁବକ ଜଣକ ଧର୍ମଗଡ ବ୍ଲକ ଅନ୍ତର୍ଗତ ଡୁମେରଗୁଡାର ବୋଲି ବେସରକାରୀ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.