Home କଳାହାଣ୍ଡି କଳାହାଣ୍ଡିରେ ଦୁଇ ଦିନରେ ୮ କରୋନା ପଜିଟିଭ ଚିହ୍ନଟ, ୨୯ ସୁସ୍ଥ ଓ ୩୬ଙ୍କ ଚିକିତ୍ସା...

କଳାହାଣ୍ଡିରେ ଦୁଇ ଦିନରେ ୮ କରୋନା ପଜିଟିଭ ଚିହ୍ନଟ, ୨୯ ସୁସ୍ଥ ଓ ୩୬ଙ୍କ ଚିକିତ୍ସା ଜାରି

124

କଳାହାଣ୍ଡି, ୧୭.୦୬.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରେ ୧୬ ତାରିଖ ଦିନ ନର୍ଲା ବ୍ଲକର ଜଣେ ୧୩ ବର୍ଷର ବାଳିକା କରୋନା ପଜିଟିଭ ଥିବା ଜଣାପଡିଛି । ସଂପୃକ୍ତ ବାଳିକାଟି ନର୍ଲା ବ୍ଲକର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ସମୟରେ ଜଣେ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଥିବା ଏବଂ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପ୍ରେସ ରିଲିଜରୁ ଜଣାପଡିଛି । ସେହିପରି ୧୭ ତାରିଖ ଦିନ ୩ଜଣ ପୁରୁଷ ଓ ୪ ଜଣ ମହିଳା ମିଶାଇ ୭ ଜଣ ତାମିଲନାଡୁ ଫେରନ୍ତାଙ୍କୁ ପଜିଟିଭ ି ବାହାରିଥିବା ଏବଂ ସମସ୍ତଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତରିତ କରାଯାଇଥିବା ପ୍ରେସ ରିଲିଜରୁ ଜଣାପଡିଛି ।
ଏହି ୮ ଜଣ ପଜିଟିଭ ସହ କଳାହାଣ୍ଡିରେ ୬୫ ଜଣ ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬ ଜଣ ପଜିଟିଭ କେଶ କଳାହାଣ୍ଡି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.