Home କଳାହାଣ୍ଡି କଳାହାଣ୍ଡି କୋଭିଡ ହସପିଟାଲ ପହଂଚିବା ପୂର୍ବରୁ ମୃତୁ୍ୟ, ଆଉ ଜଣେ ଆକ୍ରାନ୍ତ

କଳାହାଣ୍ଡି କୋଭିଡ ହସପିଟାଲ ପହଂଚିବା ପୂର୍ବରୁ ମୃତୁ୍ୟ, ଆଉ ଜଣେ ଆକ୍ରାନ୍ତ

267

କଳାହାଣ୍ଡି- ୦୪.୦୬.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କୋଭିଡ ହସପିଟାଲକୁ ପହଂଚାଇବା ପୂର୍ବରୁ ଜଣେ ସାତ ବର୍ଷର ଶିଶୁର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । ଉକ୍ତ ଶିଶୁପୁତ୍ର ଟି ତାର ପିତାମାତା ସହ ତେଲେଙ୍ଗାନାରୁ ଆସି ରେଗେଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲା । ତାର ଅବସ୍ଥା ଗୁରୁତର ହେବାରୁ ତାକୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସପିଟାଲ ରେ ଶିଶୁଟି କୁ ମୃତ ଅବସ୍ଥାରେ ହିଁ ରିସିଭ କରାଯାଇଥିବା ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଏକ ପ୍ରେସ ରିଲିଜରେ ଜଣାଇଛନ୍ତି । ମୃତ ଶିଶୁର ସଂସ୍କାର କୋଭିଡ ପ୍ରୋଟୋକଲ ଅନୁସାରେ ତାର ପରିବାର ବର୍ଗ ଉପସ୍ଥିତିରେ କରାଯିବ ବୋଲି କୁହାଯାଇଛି ।
ଆଉଏକ କରୋନା ପଜିଟିଭ କେଶ ଜଣାପଡିଥିବା କଳାହାଣ୍ଡି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସ ରିଲିଜରୁ ଜଣାପଡିଛି । ସଂପୃକ୍ତ ବ ୍ୟକ୍ତି ଜଣକ ଗୋଲାମୁଣ୍ଡା ବ୍ଲକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସଂପୃକ୍ତ ଆକ୍ରାନ୍ତଙ୍କ ସଂଶ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଚାଲିଥିବା ଜଣାପଡିଛି । ଏହାକୁ ମିଶାଇ ସାତ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.