Home କଳାହାଣ୍ଡି ଅନୁସୂଚିତ ଜମିରେ ଚଂଚକତା କରି ମଦକୋଠୀ ସ୍ଥାପନ ଅଭିଯୋଗ , କାର୍ଯ୍ୟାନୁଷ୍ଠାନ ଦାବୀ

ଅନୁସୂଚିତ ଜମିରେ ଚଂଚକତା କରି ମଦକୋଠୀ ସ୍ଥାପନ ଅଭିଯୋଗ , କାର୍ଯ୍ୟାନୁଷ୍ଠାନ ଦାବୀ

105

କଳାହାଣ୍ଡି – ୦୬.୦୬.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କାଲୋପଲା ଠାରେ ଜଣେ ଅନୁସୂଚିତ ବ୍ୟକ୍ତିଙ୍କ ଜମିରେ ଚଂଚକତା କରି ମଦକୋଠୀ ସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି । ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମିକୁ ଉପଜିଲ୍ଲାପାଳଙ୍କ ଅନୁମତି ବିନା ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ସରକାରୀ ବିଧି ବ୍ୟବସ୍ଥା ଥିବା ବେଳେ ସେହି ଆଇନକୁ ଆଖିଠାର ମାରି କଳାହାଣ୍ଡି ଅବକାରୀ ଅଧିକ୍ଷକ ସଂପୃକ୍ତ ଜମିରେ ବିହାରୀ ମଦଭାଟି ମାଲିକଙ୍କ ନାମରେ ମଦକୋଠୀ ସ୍ଥାପନ ପାଇଁ ଲାଇସେନ୍ସ ପ୍ରଦାନ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଏନଏଚ-୨୬ ପାଶ୍ୱର୍ରେ ୫୦୦ ମିଟର ରୁ ଦୂରରେ କାଲୋପଲା ରାଜସ୍ୱ ଗ୍ରାମର ଖାତା ନଂ.୮୩ ପ୍ଲଟ ନଂ.୮୪୬ ଆଟଉହ୍ନାରୀ ଜମିର ବିକ୍ରୀ ରାଜିନାମା କପି ସହିତ ସେହି ଜମି ଉପରେ ଏଲଏନ- ମୋହନଲାଲ କମ୍ପାନୀ ର ପାର୍ଟନର ଦିଲିପ ଗୁପ୍ତା ଏକ ମଦକୋଠୀ ସ୍ଥାପନ କରିବା ପାଇଁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆବେଦନ କରିବା ପରେ ଅଧିକ୍ଷକ ପତ୍ର ସଂଖ୍ୟା ୭୫୧ ତା.୨୭.୦୩.୨୦୧୭ ରେ ଧର୍ମଗଡ ଇନିସପେକ୍ଟରଙ୍କୁ ତଦନ୍ତ ପାଇଁ ଦେଇଥିଲେ । ଏହି ଜମିର ମାଲିକାନା ଋଷିନାଥ ଶବରଙ୍କ ନାମରେ ଥିବା ବେଳେ ସେ ଉକ୍ତ ଜମିକୁ ରଙ୍ଗାଧର ଶବରଙ୍କୁ ବିକ୍ରୀ କରିଥିଲେ । ରଙ୍ଗାଧର ଶବରଙ୍କ ମୃତ୍ୟୁ ହେବା ପରେ ତାଙ୍କର ଏକମାତ୍ର ଉତରାଧିକାରୀ ଭାବେ ବାମଦେବ ଶବର ସେହି ଜମିକୁ ଦଖଲ କରୁଥିବା ବେଳେ ୧୦ ଡି ଜମିକୁ ଦିଲିପ ଗୁପ୍ତା କୁ ବିକିବା ପାଇଁ ୧୯.୦୩.୨୦୧୭ ରେ ନୋଟାରୀଙ୍କ ପାଖରେ ବିକ୍ରୀ ରାଜିନାମା କରିଥିବା ବିଷୟରେ ଅବକାରୀ କାର୍ଯ୍ୟାଳୟରୁ ପତ୍ରାଙ୍କ ୧୩୫୫ ତା.୦୨.୦୬.୨୦୧୭ ଅନୁସାରେ ସମିତି ସଭ୍ୟ ସତ୍ୟ ନାରାୟଣ ବେହେରା ତଥ୍ୟ ପାଇଥିବା ଜଣାପଡିଛି । ଏହି ରାଜିନାମାରେ ବାମଦେବ ଶବର ଉକ୍ତ ୧୦ ଡି ଜମିକୁ ଦିଲିପଗୁପ୍ତା କୁ ବିକିବା ପାଇଁ ରାଜିନାମା କରାଯାଇଥିବା ପ୍ରକାଶ । ଏସଂପର୍କରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ପତ୍ରାଙ୍କ ୪୪୨୭ ତା.୧୦.୧୨.୨୦୧୯ ରେ ମିଲିଥିବା ତଥ୍ୟ ଅନୁସାରେ ବାମଦେବ ଶବର ୧୪.୦୩.୨୦୧୭ରେ ଉକ୍ତ ଜମିକୁ ରାଧେଶ୍ୟାମ ସାହୁଙ୍କୁ ବିକିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିବା ପରେ ତାହା ୦୩.୦୭.୨୦୧୮ ଦିନ ଡିସମିସ ହୋଇଯାଇଥିବା ଜଣାପଡିଛି । ଏସବୁ ସତ୍ୱେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପତ୍ର ୧୨୭୧ ତା.୨୪.୧୦.୨୦୧୯ ରେ ମିଳିଥିବା ତଥ୍ୟ ଅନୁସାରେ ଏଲଏନ-ମଦନଲାଲ କମ୍ପାନୀକୁ ଲାଇସେନ୍ସ ନଂ.୫୧/୨୦୧୭-୧୮, ୨୦/୧୦୧୮-୧୯ ଓ ୨୦/୨୦୧୯-୨୦ ଅନୁସାରେ ତରାପୁର ଦେଶୀ ମଦଭାଟିର କାଲୋପଲା ଶାଖା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିବା ଜଣାପଡିଛି । ଅନୁସୂଚିତ ଜମି ଉପରେ କିପରି ଭାବେ ମଦକୋଠୀ ସ୍ଥାପନ ପାଇଁ ଲାଇସେନ୍ସ ପ୍ରଦାନ କରାଗଲା ସେସବୁ ସଂପର୍କରେ ଜାଣିବା ପାଇଁ ଏବଂ ଅନିୟମିତତା ସଂପର୍କରେ ଦୃଢ କାର୍ଯୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାଲୋପଲା ସମିତି ସଭ୍ୟ ଆରଟିଆଇ ସୂଚନା ମାଗିବା ପରେ ଉଚ୍ଚ କର୍ତୃପକ୍ଷଙ୍କ ଠାରେ ୦୬.୦୧.୨୦୨୦ ଏବଂ ୦୧.୦୬.୨୦୨୦ ଦିନ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରସ୍ତାବିତ ଜମିର କେବଳ ବିକ୍ରି ରାଜିନାମା ବଳରେ କିପରି ମଦକୋଠୀ ସ୍ଥାପନ ପାଇଁ ବିଭାଗୀୟ ଲାଇସେନ୍ସ ପ୍ରଦାନ କରାଗଲା ତାହା ମୂଖ୍ୟ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ସରକାରୀ ନିୟମ କାନୁନକୁ ଆଖିଠାର ମାରି ଏଭଲି ଚଂଚକତା କାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.