ରାଜ୍ୟସ୍ତରୀୟ ବକ୍ସିଂ ପ୍ରଶିକ୍ଷଣ ଶିବିର ଓ ବକ୍ସିଂ ପ୍ରତିଭା ସମ୍ମାନ ଉତ୍ସବ

ପୁରୀ ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବକ୍ସିଂ ଏକାଡେ଼ମୀ ଆନୁକୂଳ୍ୟରେ ରାଜ୍ୟସ୍ତରୀୟ ବକ୍ସିଂ ପ୍ରଶିକ୍ଷଣ ଶିବିର ଓ ବକ୍ସିଂ ପ୍ରତିଭା ସମ୍ମାନ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି। ନବକଳବର ଭିତ୍ତି ଭୂମି ବିକାଶ କମିଟିର ଅଧ୍ୟକ୍ଷ ତଥା ବିଧାୟକ ମହେଶ୍ୱର ମହାନ୍ତି ସବୁଜ ପତକା ଦେଖାଇ ପ୍ରଶିକ୍ଷଣ ଶିବିରକୁ ଉଦ୍ ଘାଟନ କରିଥିଲେ। କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଚଳିତବର୍ଷ ରାଜ୍ୟ ସରକାର ବଜେଟ୍ ରେ ଅଧିକ ଅର୍ଥ ବରାଦ କରିଛନ୍ତି। ପୁରୀ ସହର ମଲ୍ଲଯୋଦ୍ଧା କ୍ରୀଡ଼ାବିତ୍ ମାନଙ୍କର ପ୍ରମୁଖ ସ୍ଥାନ। ଏହି କ୍ଷେତ୍ରରୁ ବିିଭିନ୍ନ କ୍ରୀଡ଼ାରେ କ୍ରୀଡ଼ାବିତ୍ ମାନେ…

"ରାଜ୍ୟସ୍ତରୀୟ ବକ୍ସିଂ ପ୍ରଶିକ୍ଷଣ ଶିବିର ଓ ବକ୍ସିଂ ପ୍ରତିଭା ସମ୍ମାନ ଉତ୍ସବ"

ଟାଏକୋଣ୍ଡୋ ପ୍ରତିଯୋଗିତା

ପୁରୀ ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ଆନୁକୂଲ୍ୟରେ ୧୨ତମ ପୁରୀ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍ ଘାଟିତ ହୋଇଯାଇଛି। ରେଲୱେ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ରବିବାର ପୁର୍ବାହ୍ନରେ ରାଜ୍ୟ ଟାଏକୋଣ୍ଡୋ ଆସୋସିଏସନର ସଭାପତି ବ୍ୟୋମକେଶ ଅଭିଳାସ ପ୍ରସାଦ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ପ୍ରତିଯୋଗିତାରେ ସୁପର ସବ୍ ଜୁନିୟର, ସବ୍ ଜୁନିୟର କ୍ୟାଡେଟ୍, ଜୁନିୟର ଓ ସିନିୟର ବିଭାଗର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି। ଭୋଳାନାଥ ଟାଏକୋଣ୍ଡୋ ଏକାଡେ଼ମୀ, ପୁରୀ ଟାଏକୋଣ୍ଡୋ ଏକାଡେ଼ମୀ, ରୟାଲ ଟାଏକୋଣ୍ଡୋ ଏକାଡେ଼ମୀ, ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେ଼ମୀ, କୋଣାର୍କ, ଏକଲବ୍ୟ ଆଦି ଟାଏକୋଣ୍ଡୋ ଏକାଡେ଼ମୀର ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ…

"ଟାଏକୋଣ୍ଡୋ ପ୍ରତିଯୋଗିତା"

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ

ପୁରୀ ୨୫/୪ ୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନରେନ୍ଦ୍ରକୋଣ ସର୍ବମଙ୍ଗଳା କ୍ରିକେଟ ଏନ୍ .କେ  ଷ୍ଟ୍ରାଇକର ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି। ୧୬ଟି ଟିମ୍ ଭାଗନେଇ ଥିବା ଏହି ଟୁର୍ଣ୍ଣାମେଣ୍ଟେର ଫାଇନାଲରେ ଜାଗେଶ୍ୱରୀ ସ୍ପୋଟିଓ ଏନ୍ .କେ. ଷ୍ଟ୍ରାଇକର ଟିମ୍ ମଧ୍ୟରେ ମୁକାବିଲା  ହୋଇଥିଲା। ଜାଗେଶ୍ୱରୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮୦ ରନ୍ କରିଥିବା ବେଳେ ଏନ୍ .କେ ଷ୍ଟ୍ରାଇକର ଟିମ୍ ମାତ୍ର ୫୬ ରନ୍ କରି ୨୯ ରନ୍ ରେ ପରାଜୟ ବରଣ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଅଜୟ ପ୍ରଧାନ, ଅଶୋକ ସିଂ, ଜଗନ୍ନାଥ ଦାସ, ଚିନ୍ମୟ ମହାପାତ୍ର, ଯୁଧିଷ୍ଟିର ରାଉତ, ରିଙ୍କୁ ସାହୁ ପ୍ରମୁଖ ପରିଚାଳନା କରିଥିଲେ…

"କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ"

ସର୍ବ ଭାରତସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ୫ରୁ -ବାଲେଶ୍ୱର ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ

ବାଲେଶ୍ୱର,୨୪/୪(ଓଡ଼ିଆ ପୁଅ/ଅଜିତ ମହାନ୍ତି) ବାଲେଶ୍ୱର ଜିଲ୍ଲା ଚେସ୍ ଆସୋସିଏସନ ପକ୍ଷରୁ ଆସନ୍ତା ଏପ୍ରିଲ ୫ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ବାର୍ଷିକ ସର୍ବଭାରତୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ଖ୍ୟାତନାମା ଗ୍ରାଣ୍ଡମାଷ୍ଟର ଓ ଆନ୍ତାର୍ଜାତିକ ମାଷ୍ଟରମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହି ଜାତୀୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାକୁ ସ୍ଥାନୀୟ ଭେନ୍ୟା ପାରାଡାଇଜ୍ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର କର୍ମକର୍ତ୍ତାମାନେ ଆହ୍ୱାନ ଦେଇଛନ୍ତି। ସଂଗଠନର କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କୁମାର ପଣ୍ଡା, ଉପ-ସଭାପତି ସନ୍ଦୀପ କୁମାର ସାମନ୍ତରାୟ, ସାଧାରଣ ସମ୍ପାଦକ ମନୋରଂଜନ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ଆସନ୍ତା ମଇ ମାସ ୫ ତାରିଖରୁ ୧୦…

"ସର୍ବ ଭାରତସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ୫ରୁ -ବାଲେଶ୍ୱର ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ"

ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା ଉଦ୍ ଯାପିତ

ପୁରୀ ୨୪/୪ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ) ପୁରୀ ଜିଲ୍ଲା ବାହୁକୁସ୍ତି ସଂଘ ଆନୁକୂଲ୍ୟରେ ଆୟୋଜିତ ୩୮ତମରାଜ୍ୟ ସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା  ରବିବାର ସଂଧ୍ୟାରେ ଉଦ୍ ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ  ୧୫୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ପ୍ରତିଯୋଗୀ ୧୧ଟି ଓଜନ ବର୍ଗରେ ଅଂଶ ଗ୍ରହଣ କରିଥିଲେ। ରେଫରୀ ବିଜୟ ଶର୍ମା, ରାଜ କିଶୋର ସାହୁ, ବିଭୂତି ସେଠୀ, ଶଶିକାନ୍ତ ଜେନା, ସନ୍ତୋଷ ଦାଶ,  ଗୌରାଙ୍ଗ  ପାତ୍ର, ସଲମା ବେଗମ୍ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ରବିବାର ସଂଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବିଧାୟକ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ପ୍ରତିଯୋଗୀ ମାନେ ଜାତୀୟ ସ୍ତରରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ…

"ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା ଉଦ୍ ଯାପିତ"

ରୟାଲ ନାଇଟ୍ ପ୍ରିମିୟର ଲିଗ୍ ଶୁଭ ଉଦଘାଟନ

ଭଦ୍ରକ, ୨୨/୪(ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକର ରୟାଲ ଗ୍ରୁପ ପକ୍ଷରୁ ଆଜି ସନ୍ଧ୍ୟା ୭ ଘଟିକାରେ ଶିକ୍ଷାନୁଷ୍ଠାନର ଖେଳ ପଡିଆରେ ରୟାଲ ନାଇଟ୍ ପ୍ରିମିୟର ଲିଗ୍ ଉଦ୍ଘାଟିତ ହୋଇଯାଇଛି। ୮ଟି ଟିମ୍ ର ଅଧିନାୟକ ଏବଂ କ୍ରୀଡାବିତଙ୍କ ଗହଣରେ ବରିଷ୍ଠ ନାଗରିକ ତଥା ରୟାଲ ଶିକ୍ଷାନୁଷ୍ଠାନର ପରାମର୍ଶଦାତା ନୀଳମଣି ନାୟକ ଫିତା କାଟି ଉଦ୍ଘାଟନ କରିଥିବାବେଳେ ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଖେଳର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ। ପ୍ରଥମେ ଟସ୍ ଜିଣି ରୟାଲ ଆଟ୍ରାକ୍ଟିଭ୍ ଷ୍ଟାର ଦଳ ବ୍ୟାଟିଂ କରିଥିବାବେଳେ ଏହାକୁ ସାମ୍ନା କରିଥିଲା ପ୍ରତିପକ୍ଷ ରୟାଲ ରିବେଲ ଦଳ। ଏହି କ୍ରୀଡାକୁ…

"ରୟାଲ ନାଇଟ୍ ପ୍ରିମିୟର ଲିଗ୍ ଶୁଭ ଉଦଘାଟନ"

ଭଦ୍ରକ ପ୍ରିମିୟର ଲିଗ ସିଜନ-୩ ମେ ୧ରୁ

ଭଦ୍ରକ, ୨୨/୪ : (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) ଆସନ୍ତା ୧ ତାରିଖରୁ ଭଦ୍ରକ ପ୍ରିମିୟର ଲିଗ ସିଜନ-୩ ୱେଣ୍ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବ ବୋଲି ଆଜି ଏହାର ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି। ଗ୍ରାମ୍ୟ ଉନ୍ନୟନ ଡାକବଙ୍ଗଳାରେ ଅନୁଷ୍ଠିତ ବୈଠକରେ କ୍ରିକେଟିୟର ସାଇ ପ୍ରସାଦ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେବେ। ଭାଗ ନେଉଥିବା ଦଳ ଗୁଡିକ ହେଲା ମଦନ ମୋହନ ଗ୍ରାଉଣ୍ଡ ଫାଇଟର ଚରମ୍ପା, ଆର୍ୟାନ ଆଇନକ୍ସ ଫାଇଟର ଭଦ୍ରକ, ଚରମ୍ପା ୱାରିୟର୍ସ, ଯାଜପୁର ଏକାଦଶ, ବାଲେଶ୍ୱର ଏକାଦଶ ଏବଂ ୟୁନିକ୍ ଏକାଦଶ ଉଦଳା। ସମସ୍ତ ମ୍ୟାଚ…

"ଭଦ୍ରକ ପ୍ରିମିୟର ଲିଗ ସିଜନ-୩ ମେ ୧ରୁ"

୩୮ ତମ ରାଜ୍ୟବାହୁକୁସ୍ତି ଉଦ୍ ଘାଟିତ

ପୁରୀ ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ୩୮ ତମ ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା ଜାଇଗଡ଼ ଯାଗା ପରିସରରେ ଉଦ୍ ଘାଟିତ ହୋଇଯାଇଛି। ଏଥିପାଇଁ ଶନିବାର ପୁର୍ବାହ୍ନରେ କ୍ରୀଡ଼ାବିତ୍ ମାନଙ୍କର ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା। ସିଂହଦ୍ୱାର ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ବଡ଼ଦାଣ୍ଡ ଡାକ୍ତରଖାନା ଛକ ଦେଇ ଜାଇଗଡ଼ ଯାଗା ନିକଟରେ ଶେଷ ହୋଇଥିଲା। ସଂଧ୍ୟାରେ ପ୍ରାକ୍ତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିବା ବେଳେ ରାଜ୍ୟ ସଂଘ ସଂପାଦକ ପ୍ରକାଶ ରଣା, ସଂପାଦକ ବେଣୁଧର ସେଠୀ, ଜାଇଗଡ଼ ଯାଗା ସଭାପତି ହରିହର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗୀତାରେ…

"୩୮ ତମ ରାଜ୍ୟବାହୁକୁସ୍ତି ଉଦ୍ ଘାଟିତ"