Home ଓଡ଼ିଶା ଏଫଆଇଏଚ୍ ହକି : ଭାରତ ଚମ୍ପିଆନ୍, ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ଭାରତ

ଏଫଆଇଏଚ୍ ହକି : ଭାରତ ଚମ୍ପିଆନ୍, ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ଭାରତ

842

ଭୁବନେଶ୍ବର ୧୬-୬ (ଓଡ଼ିଆ ପୁଅ) : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ମ୍ୟାଚରେ ଶନିବାର ଭାରତ ଚମ୍ପିଆନ ହୋଇଛି। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତ ପକ୍ଷରୁ ହରମନପ୍ରିତ ସିଂ ଓ ବରୁଣ କୁମାର ଦୁଇଟି ଲେଖାଏଁ ଓ ବିବେକ ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ। । ସେହିପରି ଆଫ୍ରିକା ପକ୍ଷରୁ ରିଚାର୍ଡ ପୋଜ ଗୋଟିଏ ଗୋଲ ଦେଇଥିଲା। ଏହି ବିଜୟ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.