Home ଆନ୍ତର୍ଜାତୀୟ ଅମ୍ବାତୀ ରାୟଡ଼ୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ

ଅମ୍ବାତୀ ରାୟଡ଼ୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ

347

ନୂଆଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଭାରତୀୟ ବ୍ୟାଟ୍ସମ୍ୟାନ ଅମ୍ବାତୀ ରାୟଡ଼ୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବେ। ଏଥି ସକାଶେ ସେ ବିସିସିଆଇ କୁ ଏକ ପତ୍ରଲେଖି ଜଣାଇଛନ୍ତି ବୋଲି ଜଣାପଡ଼ିଛି।

ବିଶ୍ୱକପରେ ନଖେଳାଇବା କାରଣରୁ ସେ କ୍ରିକେଟରୁ ସନ୍ୟାସ ନେଇଥିବା କଥା କୁହାଯାଉଛି। ଶେଖର ଧାୱନ ଏବଂ ବିଜୟ ଶଙ୍କରଙ୍କୁ ଆଘାତ ଲାଗିବା କାରଣରୁ ସେମାନେ ବିଶ୍ୱକପ ଖୋଳିନପାରିବା ଏବଂ ଏହା ବଦଳରେ ତାଙ୍କୁ ଖେଳିବା ପାଇଁ ମୌକା ନ ମିଳିବା କରାଣରୁ ସେ ଏହି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି କୁହାଯାଉଛି। କିନ୍ତୁ ସେ ଏହାର କାରଣ ଜଣାଇ ନାହାଁନ୍ତି। କିନ୍ତୁ ସେ IPL ରେ ଖେଳିବେ ବଲି ସ୍ପଷ୍ଟ ହୋଇଛି। ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍ ରାୟଡ଼ୁ ୫୫ଟି ୱାନ୍ ଡେ ମ୍ୟାଚ୍ ଖେଳି ୪୭.୦୫ ପ୍ରତି ହାରରେ ୧୬୯୪ ରନ୍ କରିଛନ୍ତି। ଏଥିରେ ତାଙ୍କର ତିନୋଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ସାମିଲ୍ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.