Home ଆନ୍ତର୍ଜାତୀୟ World Cup 2019: ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ

World Cup 2019: ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ

2392

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) କ୍ରିକେଟ ୱାର୍ଲ୍ଡ କପରେ ଟିମ ଇଣ୍ଡିଆ ନିଜର ଦ୍ୱିତୀୟ ବିଜୟ ଲାଭ କରିଛି। ଭାରତ କେନିଙ୍ଗଟନ ଓଭାଲ ପଡ଼ିଆରେ ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଛି। ଭାରତ ଅଷ୍ଟ୍ରେଲିଆକୁ ୩୫୩ ରନର ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଟିମ ୩୧୬ ରନରେ ଅଲ ଆଉଟ ହୋଇଯାଇଥିଲା। ଏରନ ଫିଞ୍ଚଙ୍କୁ କେଦାର ଜାଧବ ରନ ଆଉଟ କରିଥିଲେ। ସେ ୩୫ ବଲ୍ ରେ ୩୬ ରନ ବନାଇଥିଲେ। ଡେବିଡ ବର୍ଣ୍ଣର ୫୬ ରନ କରି ଯୁଜଭେନ୍ଦ୍ର ଚହଲଙ୍କୁ ୱିକେଟ ଦେଇଦେଇଥିଲେ। ଷ୍ଟିଭେନ ସ୍ମିଥ ୬୦ ବଲରେ ନିଜର ଅର୍ଧଶତକ ପୂରା କରିଥିଲେ। କିନ୍ତୁ ସେ ୬୯ ରନ ବନାଇ ଆଉଟ ହୋଇଯାଇଥିଲେ। ଦୁଇଟି ବଲ୍ ପରେ ଷ୍ଟୋୟନିସଙ୍କୁ ମଧ୍ୟ ଭୁବୀ ବୋଲ୍ଡ କରିଦେଇଥିଲେ। ଖ୍ଵାଜା ୪୨ ରନରେ ବୋଲ୍ଡ ହୋଇଯାଇଥିଲେ, ତାଙ୍କୁ ବୁମରାହ ପାଭିଲିୟନର ରାସ୍ତା ଦେଖାଇଥିଲେ। ମ୍ୟାକ୍ସ ୱେଲଙ୍କୁ ଯୁଜବେନ୍ଦ୍ର ଚହଲ ୨୮ ରନର ସ୍କୋରରେ ଆଉଟ କରିଥିଲେ।

ICC କ୍ରିକେଟ ୱାର୍ଲ୍ଡ କପରେ କେନିଂଗ୍ଟନ ଓଭାାଲ ଖେଳ ପଡ଼ିଆରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିଥିଲା। ଏହି ମ୍ୟାଚରେ ଟସ ଟିମ ଇଣ୍ଡିଆ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା। ଭାରତ ୫ ୱିକେଟ ହରାଇ ୩୫୨ ରନ୍ କରିଥିଲା ଏବଂ ଅଷ୍ଟ୍ରେଲିଆ ଆଗରେ ୩୫୩ ରନ୍ ର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଶେଖର ଧବନ ୧୧୭ ରନ ରି ଆଉଟ ହୋଇଥିଲେ। ଏହା ଥିଲା ୱାନଡେରେ ତାଙ୍କର ୧୭ତମ ଶତକ। ଭାରତର ପ୍ରଥମ ୱିକେଟ ୧୨୭ ରନରେ ପଡ଼ିଥିଲା। ରୋହିତ ଶର୍ମା ୫୭ ରନକରି କୂଲ୍ଟର ନାଇଲଙ୍କର ବଲରେ ଆଉଟ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ୨୭ଟି ବଲରେ ୪୮ ରନ ବନାଇଥିଲେ। ଧୋନୀ ୧୪ ବଲରେ ୨୭ ରନ ବନାଇ ଆଉଟ ହୋଇଥିଲେ। ବିରାଟ କୋହଲୀ ମଧ୍ୟ ୭୭ଟି ବଲ୍ ରେ ୮୨ ରନ ବନାଇଥିଲେ।

ଟିମ ଇଣ୍ଡିଆ: ଶେଖର ଧୱନ, ରୋହିତ ଶର୍ମା, ବିରାଟ କୋହଲୀ, ଆର ଏଲ ରାହୁଲ, କେଦାର ଜାଦବ, ଏମ ଏସ ଧୋନୀ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଯୁଜବେଂଦ୍ର ଚହଲ, ଭୁବନେଶ୍ଵର କୁମାର ଏବଂ ଜସପ୍ରୀତ ବୁମରାହ

ଅଷ୍ଟ୍ରେଲିଆ – ଏରଅନ ଫିଂଚ, ଡେବିଡ ବର୍ନର, ଉସ୍ମାନ ଖ୍ଵାଜା, ସ୍ଟୀବ ସ୍ମିଥ, ଗ୍ଲେନ ମୈକ୍ସବେଲ, ମାର୍କସ ଷ୍ଟୋଇନିସ, ଏଲେକ୍ସ କୈରୀ (wk), ନାଥନ କୂଲ୍ଟର ନାଇଲ, ପୈଟ କମିଂସ, ମିଚେଲ ଷ୍ଟାର୍କ, ଏଡମ ଜଂପା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.