Home ଆନ୍ତର୍ଜାତୀୟ World Cup: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ୍ ରେ ଭାରତର...

World Cup: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ୍ ରେ ଭାରତର ବିଜୟ ପାଇଁ ବାରାଣାସୀରେ ବିଶେଷ ଆରତୀ

3307

ବାରାଣାସୀ ୧୬-୬ (ଓଡ଼ିଆ ପୁଅ) ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ୍ ରେ ଭାରତର ବିଜୟ ପାଇଁ ବାରାଣାସୀରେ ବିଶେଷ ଆରତୀ କରାଯାଇଛି। ସୂଚନାଯୋଗ୍ୟଯେ, ମନଚେଷ୍ଟରରେ ଭାରତ ଏବଂ ଚିର ପ୍ରତିଦ୍ଵଦ୍ଵୀ ପାକିସ୍ତାନ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ୱାର୍ଲ୍ଡ କପ ଇତିହାସରେ ଦୁଇ ପତିଦ୍ୱନ୍ଦୀ ସପ୍ତମଥର ଭେଟିବେ। ଏହା ପୂର୍ବରୁ ବିଶ୍ଵ କପ ଇତିହାସରେ ସର୍ବମୋଟ ୬ ଥର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହୋଇଛି। ଅଧିକାଂଶ ଥର ଭାରତୀୟ ଟିମ ପାକିସ୍ତାନ ଉପରେ ଭାରୀ ପଡ଼ିଛି। ୱାର୍ଲ୍ଡ କପରେ ଦୁଇ ଟିମ୍ ଶେଷ ଥର ୪ ବର୍ଷ ପୂର୍ବେ ୨୦୧୫ ରେ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ଭାରତ ୭୬ ରନରେ ବିଜୟ ଲାଭ କରିଥିଲା।

କିନ୍ତୁ ଖବର ଅନୁଯାୟୀ ଏହି ମ୍ୟାଚ୍ ରେ ପାଣିପାଗର ତେଢ଼ା ନଜର ଅଛି। ସୂଚନାଯାଗ୍ୟଯେ, ବର୍ଷା କାରଣରୁ ଇଂଲଣ୍ଡ ଏବଂ ୱେଲ୍ସରେ ହେଉଥିବା ଏହି ବିଶ୍ଵ କପରେ ଚାରୋଟି ମ୍ୟାଟ୍ ରଦ୍ଦ ହୋଇସାରିଲାଣି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.