Home ଖେଳ ଧନୁପାଲି ପ୍ରିମିୟର ଲିଗ କ୍ରିକେଟ ନେଇ ପ୍ରସ୍ତୁତି ବୈଠକ

ଧନୁପାଲି ପ୍ରିମିୟର ଲିଗ କ୍ରିକେଟ ନେଇ ପ୍ରସ୍ତୁତି ବୈଠକ

415

ସମ୍ବଲପୁର, ୬/୫ (ଓଡ଼ିଆ ପୁଅ) – ଆସନ୍ତା ୩୦ ତାରିଖରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ଧନୁପାଲିର ସରସ୍ୱତୀ ଶିଶୁମନ୍ଦିର ପଡ଼ିଆଠାରେ ହେବାକୁ ଥିବା ଅଷ୍ଟମ ଧନୁପାଲି ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜନ କମିଟିର ସଭାପତି ଅଭିଜିତ ଶର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି କ୍ରିକେଟ ଲିଗରେ ସମ୍ବଲପୁର ଓ ବିଭିନ୍ନ ଜିଲ୍ଲାର ୨୮ ଟି କ୍ରିକେଟ ଟିମ୍ ଭାଗ ନେବେ ବଲି ସୂଚନା ଦିଆଯାଇଛେ। ଟୁର୍ଣ୍ଣାମେଂଟର ମେଚ୍ଗୁଡ଼ିକ ଫ୍ଲଡ଼୍ ଲାଇଟ୍ରେ ପ୍ରତ୍ୟହ ସନ୍ଧ୍ୟାରେ ଖେଳାଯିବ। ଟୁର୍ଣ୍ଣାମେଂଟ୍ର ଚାମ୍ପିଅନ୍ ଟିମ୍କୁ ୩୦ ହଜାର୍ ଟଙ୍କା ସହିତ ଟ୍ରଫି ଓ ରନର୍ସଅପ୍ ଟିମ୍ କୁ ୧୮ ହଜାର୍ ଟଙ୍କା ସହିତ ଏକ ଟ୍ରଫି ପ୍ରଦାନ କରାଯିବା। ବୈଠକରେ ଦୁଷ୍ମନ୍ତ କୁମାର ପଣ୍ଡା, ପ୍ରଦୀପ କୁମାର ସାହୁ, ଶ୍ରୀକାନ୍ତ ପାତ୍ର, ଜ୍ଞାନରଞ୍ଜନ ମହାନ୍ତି, ଶଶାଙ୍କ ମହାରଣା, ଅନୁପ ପ୍ରଧାନ, ଯୁବରାଜ ମହାପାତ୍ର, ସୀତାଂଶୁ ବଡ଼ପଣ୍ଡା, ତପନ ପାଣିଗ୍ରାହୀ, କାଳିଆ ବେହେରା, ସୁମନ୍ତ ମହାପାତ୍ର, ସନ୍ଦେଶ ପଣ୍ଡା ପ୍ରମୁଖ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.