Home ଆନ୍ତର୍ଜାତୀୟ World Cup: ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ, ୱାର୍ଲ୍ଡ କପରେ ଭାରତର ପାକିସ୍ଥାନ ବିରୁଦ୍ଧରେ...

World Cup: ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ, ୱାର୍ଲ୍ଡ କପରେ ଭାରତର ପାକିସ୍ଥାନ ବିରୁଦ୍ଧରେ ସପ୍ତମ ବିଜୟ

2095

ମଞ୍ଚେଷ୍ଟର ୧୬-୬ (ଓଡ଼ିଆ ପୁଅ) ଭାରତ ପାକିସ୍ତାନ ବିରୁଦ୍ଧରେ ବିଶ୍ଵ କପରେ ନିଜର ବିଜୟର ଧାରା ବଜାଇ ରଖିଛି। ରବିବାରଦିନ ବର୍ଷା ବାଧିତ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୮୯ ରନରେ ହରାଇଛି। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ମିଳିବା ପରେ ରୋହିତ ଶର୍ମା (୧୪୦) ର ଶତକୀୟ ଇନିଙ୍ଗ୍ସ ଏବଂ ବିରାଟ କୋହଲୀ (୭୭) ର ଅର୍ଧଶତକର ସହାୟତାରେ ୫ ୱିକେଟରେ ୩୩୬ ରନ କରିଥିଲା। ଏହାର ଜବାବରେ ବର୍ଷା ହେବା କାରଣରୁ ଯେତେବେଳେ ମ୍ୟାଚ୍ ରୋକା ଗଲା ସେତେବେଳେ ପାକିସ୍ତାନର ସ୍କୋର ୬ ୱିକେଟରେ ୧୬୬ ରନ ଥିଲା ଏବଂ ଡକବର୍ଥ ଲୁଇସ ହିସାବରେ ଲକ୍ଷ୍ୟରୁ ୮୬ ରନ ପଛରେ ଥିଲା। ତା’ ପରେ ଯେତେବେଳେ ଖେଳ ଆରମ୍ଭ ହେଲା ସେତେବେଳେ ପାକିସ୍ତାନକୁ ୪୦ ଓଭରରେ ୩୦୨ ର ଟାରଗେଟ ମିଳିଥିଲା। ପାକ ଟିମ ୪୦ ଓଭରରେ ୬ ୱିକେଟରେ ୨୧୨ ରନ ହିଁ କରିପାରିଥିଲା।

 

୧୪୦ ରନ କରିଥିବା ରୋହିତ ଶର୍ମାଙ୍କୁ ମ୍ୟନ୍ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି। ବିଶ୍ୱକପ୍‌ ଇତିହାସରେ ଭାରତ ପୂର୍ବରୁ ପାକିସ୍ତାନକୁ ୬ ଥର ପରାସ୍ତ କରିଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.