୧୭୫୬ କୋଟି ଟଙ୍କାର “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମକୁ କ୍ୟାବିନେଟର ଅନୁମୋଦନ

– ପ୍ରତିବର୍ଷ ୧ ହଜାର କ୍ରୀଡାବିତଙ୍କୁ ମିଳିବ ବୃତ୍ତି, – ପ୍ରତ୍ୟେକ ଖେଳାଳୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ୮ ବର୍ଷ ପାଇଁ ମିଳିବ ବୃତ୍ତି, – ଦେଶର ବଛାବଛା ୨୦ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କ୍ରୀଡା କେନ୍ଦ୍ରରେ ପରିଣତ କରାଯିବ, – “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମରେ ସାମିଲ ହେବେ ଦେଶର ୨୦ କୋଟି ପିଲା, – ଅବହେଳିତ ଓ ଉପଦ୍ରୁତ ଅଂଚଳର ଯୁବ ଗୋଷ୍ଠୀକୁ କ୍ରୀଡା ମାଧ୍ୟମରେ ସମାଜର ମୁଖ୍ୟଧାରାକୁ ଅଣାଯିବ, – କ୍ରୀଡାର ବିକାଶ ପାଇଁ ପ୍ରୟୋଗ ହେବ ଆଧୁନିକ ଟେକ୍ନୋଲଜି, ମୋବାଇଲ ଆପ ନୂଆଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ):ଦେଶରେ କ୍ରୀଡା କ୍ଷେତ୍ରର ବିକାଶ କରାଯିବ। ଏଥିଲାଗି ଏକ ସଂଶୋଧିତ “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମ…

"୧୭୫୬ କୋଟି ଟଙ୍କାର “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମକୁ କ୍ୟାବିନେଟର ଅନୁମୋଦନ"

ଦୀପସାନଙ୍କୁ ଏକଲବ୍ୟ, ଅମୀୟ ମଲ୍ଲିକ ଏବଂ ଦୀପଗ୍ରେସ୍‌ ଏକ୍କା ହେବେ ସମ୍ମାନୀତ

ଭୁବନେଶ୍ୱର ୧୭-୯ (ଓଡ଼ିଆ ପୁଅ): ହକି ତାରକା ଦୀପସାନ ତିର୍କୀଙ୍କୁ ୨୦୧୭ ବର୍ଷ ପାଇଁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାର ବାବଦକୁ ଦୀପସାନଙ୍କୁ ୫ ଲକ୍ଷ ଟଙ୍କା ମିଳିବ। ସେହିପରି ଅମୀୟ ମଲ୍ଲିକ ଏବଂ ଦୀପଗ୍ରେସ୍‌ ଏକ୍କାଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଉଭୟଙ୍କୁ ୫୦,୦୦୦ ଲେଖାଏଁ ଟଙ୍କାରେ ସମ୍ମାନିତ କରାଯିବ ବୋଲି ଜଣା ପଡ଼ିଛି। ଇମ୍ପା ପକ୍ଷରୁ ଏକଲବ୍ୟ ପୁରସ୍କାର ଗତ ୨୫ ବର୍ଷ ହେଲା ଏହି ପୁରସ୍କାର ପ୍ରଦାନ କରାଯାଉଛି।

"ଦୀପସାନଙ୍କୁ ଏକଲବ୍ୟ, ଅମୀୟ ମଲ୍ଲିକ ଏବଂ ଦୀପଗ୍ରେସ୍‌ ଏକ୍କା ହେବେ ସମ୍ମାନୀତ"

ଜିଲ୍ଲାସ୍ତରୀୟ ବକ୍ସିଂ ପ୍ରତିଯୋଗୀତା

ପୁରୀ,୧୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ବକ୍ସିଂ ଏକାଡେମୀ ପକ୍ଷରୁ ଭୋଳାନାଥ ବିଦ୍ୟାପୀଠ ପରିସରରେ ଜିଲ୍ଲାସ୍ତରୀୟ ବକ୍ସିଂ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ସବ୍ଜୁନିୟର ଓ ଜୁନିୟର ସ୍ତର ଏବଂ ବାଳିକା ବିଭାଗର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୩୦ଓଜନ କାଟାଗରିରେ ଏହି ପ୍ରତିଯୋଗୀତା କରାଯାଇଥିବା ବେଳେ ପ୍ରତିଯୋଗୀମାନେ ଆକର୍ଷଣୀୟ ମୁଷ୍ଟି ଯୁଦ୍ଧ ପ୍ରଦର୍ଶନ କରିଥିଲେ। ରେଫରି ବିଶ୍ୱଭୂଷଣ ପଣ୍ଡା, ପ୍ରମୋଦ ଜେନା, ଶଙ୍କର ଅଧିକାରୀ, ପ୍ରଦୀପ ଦାସ, ସୁବ୍ରତ ପ୍ରଧାନ, ସନ୍ତୋଷ ଭୋଇ, ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ଖେଳ ପରିଚାଳନା କରିଥିଲେ। ପୁରୀ ବକ୍ସିଂ ଏକାଡେମୀର ସଭାପତି ସୁଦର୍ଶନ ସାହୁ, ଉପସଭାପତି ପ୍ରତାପ ନନ୍ଦୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ସହ ସମ୍ପାଦକ…

"ଜିଲ୍ଲାସ୍ତରୀୟ ବକ୍ସିଂ ପ୍ରତିଯୋଗୀତା"

ତୁର୍କମେନିସ୍ତାନର ହେବାକୁ ଥିବା ପଂଚମ ଏସୀୟ ଇଣ୍ଡୋର ଏବଂ ମାର୍ସିଆଲ ଆର୍ଟ ଗେମ୍ସରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ତୈଳ ଓ ଗ୍ୟାସ କ୍ଷେତ୍ରକୁ ନେଇ ମଧ୍ୟ ତୁର୍କମେନିସ୍ତାନର ବରିଷ୍ଠ ମନ୍ତ୍ରୀଙ୍କ ସହ କରିବେ ଆଲୋଚନା ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୭ ସେପ୍ଟେମ୍ବର (ଓଡ଼ିଆ ପୁଅ) – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁର୍କମେନିସ୍ତାନର ଅଶଗାବାଟରେ ହେବକୁ ଥିବା ପଂଚମ ଏସୀୟ ଇଣ୍ଡୋର ଏବଂ ମାର୍ସିଆଲ ଆର୍ଟ ଗେମ୍ସରେ ଯୋଗ ଦେବେ। ସେ ଏହି ପ୍ରତିଯୋଗିତାରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ଏଥିରେ ଯୋଗ ଦେବାକୁ ଶ୍ରୀ ପ୍ରଧାନ ରବିବାର ଦିନ ଆଶଗାବାଟ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ଖେଳରେ ୬୦ରୁ ଉର୍ଧ ଦେଶର ଆଥଲେଟ ଓ ସରକାରଙ୍କ ପ୍ରତିନିଧି ମାନେ ଯୋଗ ଦେବାର…

"ତୁର୍କମେନିସ୍ତାନର ହେବାକୁ ଥିବା ପଂଚମ ଏସୀୟ ଇଣ୍ଡୋର ଏବଂ ମାର୍ସିଆଲ ଆର୍ଟ ଗେମ୍ସରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

କୋରିଆ ଓପନ ସୁପର ସିରିଜ ଫାଇନଲରେ ବିଶ୍ୱ ଚମ୍ପିଆନ ନୋଜୋମୀ ଓଖୁହରାଙ୍କୁ ହରାଇ ଇତିହାସ ରଚିଲେ ପିଭି ସିନ୍ଧୁ:

ନୂଆଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ)୧୭ ସେପ୍ଟୋମ୍ବରଦିନ ସିଓଲରେ କୋରିଆ ଓପନ ସୁପର ସିରିଜରେ ମହିଳା ସିଙ୍ଗିଲ୍ସ ଫାଇନଲରେ ଜାପାନର ବିଶ୍ୱ ଚମ୍ପିଆନ ନୋଜୋମୀ ଓଖୁହରାଙ୍କୁ ଭାରତର ଷ୍ଟାର ବୈଡମିଣ୍ଟନ ପି.ଭି. ସିନ୍ଧୁ ହରାଇ ଇତିହାସ ରଚିଛନ୍ତି। ରିଓ ଅଲମ୍ପିକରେ ରୌପ୍ୟ ପଦକ ବିଜେତା ଏସକେ ହ୍ୟାଣ୍ଡବଲ ଷ୍ଟେଡିୟମରେ ଏକ ଘଣ୍ଟା ୨୨ ମିନଟରେ ୨୨-୨୦, ୧୧-୨୧, ୨୧-୧୮ ରେ ମ୍ୟାଚ ଜୀତି ଓଖୁରାଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ମାସରେ ଗ୍ଲାସଗୋରେ ବିଶ୍ୱ ଚମ୍ପିଆନସିପ ଫାଇନଲରେ ସିନ୍ଧୁଙ୍କୁ ହରାଇ ଥିଲେ ଓଖୁହରା। ଭାରତର ପୂର୍ବ ଓପନର ବୀରେନ୍ଦ୍ର ସେହୱାଗ ଏବଂ ଫିଲ୍ମଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟରରେ ସିନ୍ଧୁଙ୍କୁ ବଧେଇ ଜଣାଇଛନ୍ତି।

"କୋରିଆ ଓପନ ସୁପର ସିରିଜ ଫାଇନଲରେ ବିଶ୍ୱ ଚମ୍ପିଆନ ନୋଜୋମୀ ଓଖୁହରାଙ୍କୁ ହରାଇ ଇତିହାସ ରଚିଲେ ପିଭି ସିନ୍ଧୁ:"

ବ୍ରଜଭୂଷଣ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର ୧୬-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସଚିବାଳୟଠାରେ ପ୍ରସିଦ୍ଧ ବକ୍ସିଂ କୋଚ ଶ୍ରୀ ବ୍ରଜଭୂଷଣ ମହାନ୍ତିଙ୍କୁ ସମୃଦ୍ଧିତ କରିଛନ୍ତି। ଶ୍ରୀ ମହାନ୍ତିଙ୍କୁ ସମ୍ୱର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ରୂପା ତାରକସିର ଏକ ଉପହାର ତଥା ଏକ ଉପାୟନ ପ୍ରଦାନ କରିଥିଲେ। ବକ୍ସିଂ କୋଚିଂ କ୍ଷେତ୍ରରେ ତାଙ୍କର ଅବଦାନକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରି ଆଗାମୀ ଦିନରେ ସେ ଆହୁରି ସୁନାମ ଅର୍ଜନ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ମହାନ୍ତି ଓଡିଶାର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ। ବକ୍ସିଂ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ସେ ଗତମାସରେ ରାଷ୍ଟ୍ରପତି ଡଃ ରାମନାଥ କୋବିନ୍ଦଙ୍କ ଠାରୁ ଏହି…

"ବ୍ରଜଭୂଷଣ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା"

ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଯାପିତ

  ଯାଜପୁର-୧୫/୯(ଓଡିଆ ପୁଅ/ଏ.ରାଉତ) ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା ଧର୍ମଶାଳା ସ୍ପୋର୍ଟସ୍ କାଉନସିଲ ଆନୁକୂଲ୍ୟରେ ଧର୍ମଶାଳା ବ୍ଳକ ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ୍ଠାରେ ୨ଦିନ ବ୍ୟାପି ଅନୁଷ୍ଠିତ ହୋଇ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ପ୍ରତିଯୋଗିତାରେ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗରେ ଭୁବନେଶ୍ୱର ଓ ୧୪ ବର୍ଷର କମ୍ ବାଳକ ବିଭାଗରେ କୋରାପୁଟ ଜିଲ୍ଲା ଚମ୍ପିୟନ ହୋଇଛି । ବିଜୟୀ ଟିମ୍ ସର୍ବଭାରତୀୟ ସ୍ତରରେ ହେବା ପ୍ରତିଯୋଗିତାରେ ଖେଳିବାକୁ ମନୋନିତ ହୋଇଛନ୍ତି । ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ୨୮ଟି ଜିଲ୍ଳାର ୪୬୮ ଜଣ ଖେଳାଳି, ୮୦ଜଣ ଅଫିସିଆଲ ଓ ଖେଳଶିକ୍ଷକ ଯୋଗଦେଇ ଖେଳ ପରିଚାଳନା…

"ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଯାପିତ"

ଅଷ୍ଟ୍ରେଲିଆର ବିରୁଦ୍ଧରେରେ ତିନୋଟି ୱାନ-ଡେ ରେ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧାବନ

ନୂଆଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଟିମ୍ ଇଣ୍ଡିଆର ଓପନର ଶିଖର ଧାବନ ଅଷ୍ଟ୍ରେଲିଆର ବିରୁଦ୍ଧରେ ୧୭ ସେପ୍ଟେମ୍ୱରରୁ ଆରମ୍ଭ ହେବାକୁଥିବା ପାଞ୍ଚଟି ମ୍ୟାଚ୍ ର ବନ-ଡେ ସିରିଜର ପ୍ରଥମ ତିନୋଟି ମ୍ୟାଚ୍ ରୁ ନିଜର ନାମ କାଢ଼ି ନେଇଥିବା ଜଣାପଡ଼ିଛି। ଶିଖର ଧାବନ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ତିନୋଟି ମ୍ୟାଚ୍ ରୁ ନିଜରକୁ ରିଲିଜ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତୀୟ ଓପନର ନିକଟରେ ଶ୍ରୀଲଂକା ବିରୁଦ୍ଧରେ ସଂପନ୍ନ ପାଞ୍ଚ ମ୍ୟାଚ୍ ର ୱାନ-ଡେ ସିରିଜର ଅନ୍ତିମ ମ୍ୟାଚ ଏବଂ ଏକମାତ୍ର ଟୀ 20- ଇଂଟରନେସନଲ ମ୍ୟାଚରୁ ମଧ୍ୟ ନିଜର ନାମକୁ କାଢି ନେଇଥିଲେ। ବିସିସିଆଇ ଏକ ପ୍ରେସ…

"ଅଷ୍ଟ୍ରେଲିଆର ବିରୁଦ୍ଧରେରେ ତିନୋଟି ୱାନ-ଡେ ରେ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧାବନ"

ବୈାଦ୍ଧ ସନ୍ତରଣକାରୀଙ୍କ ସଫଳତା

ବୌଦ୍ଧ, ୧୨ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସମ୍ବଲପୁର ସ୍ଥିତ ଡ଼ାଃ. ଝସକେତନ ସାହୁ ସନ୍ତରଣାଗାର ଠାରେ ୫୮ତମ ରାଜ୍ୟ ବରିଷ୍ଠ ସନ୍ତରଣ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ବୌଦ୍ଧର ରବି ନାରାୟଣ ବେହେରା ୨୦୦ ମିଟର ବେକ୍ ଷ୍ଟୋ୍ରକ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ଗଣେଶ ନାୟକ ୧୦୦ ମିଟର ବେକ୍ ଷ୍ଟୋ୍ରକ ପ୍ରତିଯୋଗୀତାରେ କାଂସ୍ୟ ତଥା ଫ୍ରିଷ୍ଟାଇଲ ରିଲେ ଏବଂ ମିଡ଼ଲେ ରିଲେରେ ମଧ୍ୟ କାଂସ୍ୟ ପଦକ ହାସଲ କରି ସଫଳତା ପାଇଛନ୍ତି । ସେହିପରି ୭ମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ବୌଦ୍ଧର ଶିବ ନାରାୟଣ ଦାସ ୬୫/୭୦ ବର୍ଷ ବୟସ ବର୍ଗରେ…

"ବୈାଦ୍ଧ ସନ୍ତରଣକାରୀଙ୍କ ସଫଳତା"

ଅଷ୍ଟ୍ରେଲିଆ ବିରୁଦ୍ଧରେ ସିରିଜ ପାଇଁ ଆଜି ଟିମ ଚୟନ କିଏ ଇନ୍ କିଏ ଆଉଟ୍

ନୂଆଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୭ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ପାଞ୍ଚଟି ମ୍ୟାଚ ୱାନ୍ ଡେ ସିରିଜ, ପୂର୍ବରୁ ତିନୋଟି ପାଇଁ  ରବିବାରଦିନ ଭାରତୀୟ ଟିମର ଚୟନ କରାଯିବ। ଏପରିକି ଶ୍ରୀଲଂକା ୱାନ୍ ଡେ ସିରିଜ ସମୟରେ ଯେଉଁ ସ୍ପେସ୍ ବୋଲରଙ୍କୁ ଆରାମ ଦିଆଯାଇଥିଲା ତାଙ୍କ ମଧ୍ୟରେ ସେମାନେ ପ୍ରାୟ ସମସ୍ତେ  ଫେରିବା ସମ୍ଭବ। କିନ୍ତୁ ବୋଲରଙ୍କୁ ନେଇକରି ଚୟନକର୍ତ୍ତାମାନଙ୍କ  ସମ୍ମୁଖରେ ସବୁଠାରୁ ବଡ଼  ପ୍ରଶ୍ନ ଏହା କି ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତକୁ ନଜରରେ ରଖି କାଉଣ୍ଟି କ୍ରିକେଟ ଖେଳିବାକୁ ଯାଇଥିବା ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଡକାଯିବ ନାଁ ନାହିଁ। ଅଶ୍ୱିନୀ ଏବେ ଇଂଗ୍ଲିଶ କାଉଣ୍ଟି ପାଇଁ ଡିଭିଜନ…

"ଅଷ୍ଟ୍ରେଲିଆ ବିରୁଦ୍ଧରେ ସିରିଜ ପାଇଁ ଆଜି ଟିମ ଚୟନ କିଏ ଇନ୍ କିଏ ଆଉଟ୍"