Home ଖେଳ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ଜଗତସିଂପୁର କ୍ରିକେଟ କ୍ଲବ

ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ଜଗତସିଂପୁର କ୍ରିକେଟ କ୍ଲବ

38

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୨୬ତମ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ମାଷ୍ଟରର୍ସ କ୍ରିକେଟ କ୍ଲବ ଜଗତସିଂପୁର ଓ ଯାଜପୁର ୧୧ ମଧ୍ୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ନେରଡା କ୍ରିକେଟ ପଡିଆରେ ଅନୁଷ୍ଠିତ ମ୍ୟାଚରେ ହୋଇଥିଲା। ଜଗତସିଂପୁର ଦଳ ନିର୍ଦ୍ଧାରିତ ୨୫ ଓଭରରେ ୪ ଉଇକେଟ ହରାଇ ୨୦୬ ରନ ସ୍କୋର କରିଥିଲା। ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ଦଳ ୨୪.୩ ଓଭରରେ ସମସ୍ତ ଉଇକେଟ ବିନିମୟରେ ୧୯୨ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ସନ୍ତୋଷ ସେଠୀ ୮୯ ରନ ଓ ସନ୍ତୋଷ ରାଉତ ୪୫ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଗୁଡ୍ଡେ ସାଈସୂର୍ଯ୍ୟ ୫ ଓଭର ବୋଲିଂ କରି ୨୦ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଯାଜପୁର ୧୧ ଦଳ ୨୪ ଓଭରରେ ସମସ୍ତ ଉଇକେଟ ହରାଇ ୧୮୭ ରନ ସ୍କୋର କରି ପରାଜିତ ହୋଇଥିଲା।

ଦଳର ବ୍ୟାଟ୍ସମ୍ୟାନଜ୍ୟୋତିରଞ୍ଜନ ମହାରଣା ୫୧ ରନ ଓ ବାଦଲ ମିଶ୍ର ୪୬ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ପିଂଟନ କୁମାର ୫ ଓଭର ବୋଲିଂ କରି ୩୮ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ। ଜଗତସିଂପୁର ଦଳର ଖେଳାଳି ସନ୍ତୋଷ ସେଠୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସାଈଶୁଭ ଇଲେକ୍ଟିକ୍ସ ପରିଚାଳକ ବିଶ୍ୱଜିତ ରାଉତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଦେବବ୍ରତ ଦାସ ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। ଅଭିଜିତ ରାଉତରାୟ ଓ ମାନସ ନନ୍ଦ ମ୍ୟାଚ ସ୍କୋରର ଦାଇତ୍ୱ ତୁଲାଇଥିଲେ। ଦିଲ୍ଲିପ ପୃଷ୍ଟି ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଭାବେ ମ୍ୟାଚ ପରିଚାଳା କରିଥିଲେ। ମହାବୀର କ୍ରିକେଟ କ୍ଲବର ସଦସ୍ୟ ସମୀର ରଥ, ପ୍ରଭୁକଲ୍ୟାଣ ସାମଲ, ଜାହୀର ମହାନ୍ତି, ମାନସ ନନ୍ଦ, ମହେଶ୍ୱର ରାଉତ, ପ୍ରଜ୍ଞାନ ପଣ୍ଡା ଖେଳ ପରିଚାଳନାରେ ସହଯୋଗ କରିଥିଲେ। ମଙ୍ଗଳବାର ଭଦ୍ରକ ୟୁନିକ ୧୧ ସହ ଭୁବନେଶ୍ୱର ରାମେଶ୍ୱର ସ୍ପୋଟିଂ ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.