Home କେନ୍ଦୁଝର ଯୋଡା : ସପ୍ତମ ଓ.ପି. ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଯୋଡା : ସପ୍ତମ ଓ.ପି. ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

47

ଯୋଡା, ୧୨ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ତିନି ଦିନ ଧରି ଚାଲିଥିବା ସପ୍ତମ ଓ.ପି. ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁବ ଆନନ୍ଦ ଉଲ୍ଲାସର ସହ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ଗ୍ରାମାଞ୍ଚଳର ୪୦ଟି ଦଳ ମଧ୍ୟରୁ ୧୬ଟି ନିର୍ବାଚିତ ଦଳକୁ ବଛାଯାଇ ତିନି ଦିନ ଧରି ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହୋଇଥିଲା। ଘଟଣାକ୍ରମରେ ଏହି ଟୁର୍ଣ୍ଣାମେଣ୍ଟଟି ଜାତୀୟ ଯୁବା ଦିବସ ଅବସରରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ସ୍ଥାନୀୟ ଯୁବକ, ଯୁବତୀଙ୍କ ମଧ୍ୟରେ ଦେଶ ଗଠନର ସାମର୍ଥ ଆଣିଦେବା ପାଇଁ ଉତ୍ସାହିତ କରିବ ବୋଲି ଆୟୋଜକମାନେ କହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟଟିରେ ପିଲେଟ ପ୍ଲାଟର ମୁଖ୍ୟ ଏମ୍‌.ଡି. ପୁରୁଷୋତ୍ତମ ପ୍ରଥମ ଏବଂ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜାତୀୟ ମହିଳା ଫୁଟବଲ ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ଜାବର, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଏବଂ ୫ଟି ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତିମାନେ ଅନ୍ତିମ ଦିବସରେ ଯୋଗଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟଟିରେ ଆଖପାଖ ଅଞ୍ଚଳର ଫୁଟବଲ ଦଳ ଭାଗନେଇଥିବା ବେଳେ ଫାଇନାଲ ମ୍ୟାଚଟି କୋହ୍ଲହୁଣ୍ଡୁଳା ଓ ସିଆଳିଯୋଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅତ୍ୟନ୍ତ ରୋମାଞ୍ଚକର କ୍ରିଡା ପ୍ରଦର୍ଶନ ମାଧ୍ୟମରେ କୋହ୍ଲହୁଣ୍ଡୁଳା ଫୁଟବଲ କ୍ଲବ ବିଜେତା ଘୋଷିତ ହୋଇଥିଲେ। ବିଜେତା ଦଳକୁ ଟ୍ରଫି ସହିତ ନଗଦ ୨୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଦିବସରେ ୧ହଜାରରୁ ଉର୍ଦ୍ଧ୍ୱ ଫୁଟବଲ ପ୍ରେମୀ ଦେଓଝରସ୍ଥିତ ଜିନ୍ଦଲ ଖେଳ ପଡିଆରେ ଯୋଗଦେଇ ଏହି ଚିତାକର୍ଷକ ଖେଳକୁ ମନୋଭରି ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.