Home ଖେଳ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜଗତସିଂପୁର ମାଷ୍ଟରର୍ସ ୧୧ ଚାମ୍ପିଅନ

ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜଗତସିଂପୁର ମାଷ୍ଟରର୍ସ ୧୧ ଚାମ୍ପିଅନ

115

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ୨୬ ତମ ସଂସ୍କରଣରେ ଜଗତସିଂପୁର ମାଷ୍ଟରର୍ସ ୧୧ ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ ଭଦ୍ରକ ୟୁନିକ ଏକାଡେମୀ ଦଳ ଓ ମାଷ୍ଟରର୍ସ ୧୧ ଜଗତସିଂପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଯଶୋଟିକିରୀ ମହାବୀର କ୍ରିକେଟ ପଡିଆରେ ଅନୁଷ୍ଠିତ ଏହି ମ୍ୟାଚରେ ମାଷ୍ଟରର୍ସ ୧୧ ଜଗତସିଂପୁର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୭ ଉଇକେଟ ହରାଇ ୧୯୭ ରନ ସ୍କୋର କରିଥିଲେ। ଦଳର ବ୍ୟାଟ୍ସମ୍ୟାନ ସନ୍ତୋଷ ସେଠୀ ୬୪ ଓ ବିନାୟକ ମହାନ୍ତି ୫୨ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଅବିନାଶ ସିଂ ୫ ଓଭର ବୋଲିଂ କରି ୪୧ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଭଦ୍ରକ ୟୁନିକ ଦଳ ନିର୍ଦ୍ଧାରିତ ୨୫ ଓଭରରେ ୭ ଉଇକେଟ ବିନିମୟରେ ୨୯୦ ରନ ସ୍କୋର କରିଥିଲା। ଜବାବରେ ଭଦ୍ରକ ୟୁନିକ ଦଳ ମାତ୍ର ୧୬.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୧୪ ରନ ସ୍କୋର କରି ପରାଜିତ ହୋଇଥିଲା। ଦଳର ବ୍ୟାଟ୍ସମ୍ୟାନ ପ୍ରଦୀପ ତିଆଡି ୨୫ରନ ସ୍କୋର କରିଥିଲେ।

ବିପକ୍ଷ ଦଳର ବୋଲର ସନ୍ତୋଷ ସେଠୀ ୫ ଓଭର ବୋଲିଂ କରି ୨୫ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ। ଚାମ୍ପିଅନ ଦଳର ଖେଳାଳି ସନ୍ତୋଷ ସେଠୀ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ସି.ଆର.ପି.ଏଫ. ଦଳର ଖେଳାଳୀ ଦେବାଶିଷ ପ୍ରଧାନ ସର୍ବଶ୍ରେଷ୍ଠ ବୋଲର ଓ ପଙ୍କଜ ସାହୁ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ। ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଦେବବ୍ରତ ଦାସ ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। ବୃନ୍ଦାବନ ନାୟକ ଓ ସଚ୍ଚିନ ରଥ ଏବଂ କିରଣ ମନୋହର ମହାନ୍ତି ଅନଲାଇନ ମ୍ୟାଚ ସ୍କୋରର ଦାଇତ୍ୱ ତୁଲାଇଥିଲେ। ପ୍ରଶାନ୍ତ ପଟ୍ଟନାୟକ ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ଖେଳ ଶେଷରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟିକା ରିତା ସାହୁ, ସାଂସଦ ମଞ୍ଜୁଲତା ମଣ୍ଡଳ, ସାଂସଦ ସୁଲତା ଦେଓ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସିନେ ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ସରପଞ୍ଚ ଦେବଦାସୀ ଜେନା, ପୂର୍ବତନ ସରପଞ୍ଚ ତପସ୍ୱନୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ବଦ୍ରୀନାରାୟଣ ରାଉତ, ସମିତି ସଭ୍ୟ ରାଜେଶ ଜେନା, ସମାଜସେବୀ ଗୋଲକ ବେହେରା, ଅମିତାଭ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଓ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ମହାବୀର କ୍ରିକେଟ କ୍ଲବର ସଦସ୍ୟ ଉମେଶ ସ୍ୱାଇଁ, ସୁଧାଂଶୁ ରାଉତ, ତାପସ କୁମାର ପ୍ରଧାନ, ହରିହର ପୃଷ୍ଟି, ଶ୍ରୀକାନ୍ତ ବାରିକ, କୈଳାସ ଦ୍ୱିବେଦୀ, ଅବିନାଶ ପଣ୍ଡା, ଅଭିଜିତ ରାଉତ, ଚନ୍ଦନ ରଥ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.