Home ଖେଳ ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଭଦ୍ରକ ସୂର୍ଯ୍ୟଶିଖା

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଭଦ୍ରକ ସୂର୍ଯ୍ୟଶିଖା

20

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭଦ୍ରକ ସୂର୍ଯ୍ୟଶିଖା ଦଳ ଓ କଟକ ଆର.ସି.ସି. ୟଙ୍ଗଷ୍ଟର ଦଳ ମଧ୍ୟରେ ଶୁକ୍ରବାର ସ୍ଥାନୀୟ ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ଆର.ସି.ସି. ୟଙ୍ଗଷ୍ଟର ଦଳ ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଥିଲା। ସୂର୍ଯ୍ୟଶିଖା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୮୯ ରନ ସ୍କୋର କରିଥିଲା। ଦଳ ପକ୍ଷରୁ ଶେଖର ମାଝୀ ୨୭ ବଲ ରେ ୯୩ ରନ ଓ ସାଇଲନ ମଲ୍ଲିକ ୨୨ ଓଭରରେ ୪୯ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଜୀବନଜ୍ୟୋତି ଜେନା ୪ ଓଭରରେ ୩୨ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ୟଙ୍ଗଷ୍ଟର ଦଳ ୧୭ ଓଭରରେ ସମସ୍ତ ଉଇକେଟ ହରାଇ ୨୧୨ ରନ କରି ପରାଜିତ ହୋଇଥିଲା। ଦଳ ପକ୍ଷରୁ ଶୁଭ୍ରାଂଶୁ ସାମଲ ୩୬ ବଳରେ ୭୯ ରନ ସଂଗ୍ରହ କରିଥିଲେ। ପ୍ରତିପକ୍ଷ ବୋଲର ଶାନ୍ତ୍ୱନୁ ଦାସ ୪ ଓଭରରେ ୩୩ ରନ ଦେଇ ୩ ଉଇକେଟ ଓ ଶେଖର ମାଝୀ ୩ ଓଭରରେ ୩୩ ଦେଇ ୨ ଉଇକେଟ ହାସଲ କରିଥିଲେ। ଅମ୍ପାୟାର ଦେବବ୍ରତ ଦାସ ଓ ଦୁର୍ଗାପ୍ରସନ୍ନ ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ। ଶୋଭନ ଶଙ୍ଖୁଆ ଓ ସୌଭାଗ୍ୟ ଶେଖର ସ୍ୱାଇଁ ସ୍କୋରର ଦାଇତ୍ୱ ତୁଲାଇଥିଲେ। ମୁଖ୍ୟ ଅତିଥି ପାଟୁଳି ସମିତି ସଭ୍ୟ ଗୁରୁପ୍ରସାଦ ଗିରି ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ଶେଖର ମାଝୀଙ୍କୁ ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭଦ୍ରକ ସୂର୍ଯ୍ୟଶିଖା ଦଳ ଓ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଦଳ ମଧ୍ୟରେ ରବିବାର ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.