Home Top News ବିଶ୍ୱକପ ହକିର ଉଦଘାଟନ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିଅମର ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ 

ବିଶ୍ୱକପ ହକିର ଉଦଘାଟନ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିଅମର ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ 

57

କଟକ, ୯/୧ (ଓଡ଼ିଆ ପୁଅ /ଅଭୟ ଜେନା) ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ନେଇ କଟକ ବାରବାଟୀ ଷ୍ଟାଡିୟମରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫T ସଚିବ। ବର୍ତ୍ତମାନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛିଥିବା ବେଳେ କାର୍ଯ୍ୟକ୍ରମକୁ ସୁରୁଖୁରରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦିନକ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ବିଦେଶରୁ ଅତିଥି ଆସିବେ। ତେବେ ଏ ନେଇ ପ୍ରସ୍ତୁତି ଜୋରଦାରରେ ଚାଲିଛି। ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ୫T ସଚିବଙ୍କ ସହ କ୍ରୀଡା ସଚିବ ଓ କଟକ ମହାନଗର ନିଗମ ମେୟର, କମିସନର, ଜିଲ୍ଲାପାଳ, ଓସିଏ ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ। ତେବେ ଉଦଘାଟନୀ ଉତ୍ସବ ସମୟରେ ଚଳଚଞ୍ଚଳ ରହିବ କଟକ ସହର। ଏଥିପାଇଁ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇ ରହିବ। ସୁରକ୍ଷା ଦୃଷ୍ଟିରେ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ୩୦୦ ଜଣ ଅଧିକାରୀ ଓ ତିନି ଜଣ ଡିସିପି ମୁତୟନ ରହିବେ ବୋଲି ପୋଲିସ କମିସନର କହିଛନ୍ତି। ଅପରାହ୍ନ ୩ ଟା ବେଳେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ପାଖାପାଖି ୧୦ ଟା ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.