Home ଖେଳ ଜାତୀୟ ସ୍ତରୀୟ ସବ୍ ଜୁନିଅର ନେଟ୍ ବଲ ପ୍ରତିଯୋଗିତା ନିମନ୍ତେ ଓଡ଼ଶା ଦଳରେ ଭଦ୍ରକ ୪...

ଜାତୀୟ ସ୍ତରୀୟ ସବ୍ ଜୁନିଅର ନେଟ୍ ବଲ ପ୍ରତିଯୋଗିତା ନିମନ୍ତେ ଓଡ଼ଶା ଦଳରେ ଭଦ୍ରକ ୪ ଖେଳାଳି ସାମିଲ

22

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହରିଆଣା ସ୍ଥିତ ଭିୱାନୀ ଠାରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସବ୍ ଜୁନିଅର ନେଟ୍ ବଲ୍ ପ୍ରତିଯୋଗିତାରେ ଭାଗ ନେଉଥିବା ଓଡ଼ିଶା ବାଳିକା ଦଳରେ ଭଦ୍ରକରେ ୪ ଖେଳାଳି ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ଏହି ଖେଳାଳିମାନେ ହେଲେ ଆଦ୍ୟାଶା ଅଦିତି ବେହେରା, ସାଇଶ୍ରୀ ପଣ୍ଡା, ପଦ୍ମଜା ପ୍ରିୟଦର୍ଶିନୀ ଦାସ ଓ ଦେବସ୍ମିତା ଜେନା। ଏହି ଖେଳାଳୀଙ୍କ ସହିତ ଅଫିସିଆଲ ଭାବେ ସ୍ୱୟମ୍ଭୁ ପ୍ରସାଦ ଦାସ ମଧ୍ୟ ଯାତ୍ରା କରିଛନ୍ତି। ଏହି ଖେଳାଳୀଙ୍କ ସଫଳତା କାମନା କରି ଭଦ୍ରକ ଜିଲ୍ଲା ନେଟ୍‌ବଲ୍ ଆସୋସିଏସନ ସଭାପତି ତନ୍ମୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ଗୋଲକ ନାୟକ, ଉପସଭାପତି ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ୱାମିତ୍ର ବେହେରା, ସମ୍ପାଦକ ମନୋଜ କୁମାର ସାହୁ, ଯୁଗ୍ମ ସମ୍ପାଦକ ବି. ପୀତାମ୍ବର ରେଡ୍ଡୀ, ଶୁଭଶ୍ରୀ ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.