ବିଜେପୁର ଉପ-ନିର୍ବାଚନ : ତୃଣମୂଳ ସ୍ତରରେ ସମଦଶାରେ ବିଜେଡ଼ ଓ ବିଜେପି ଦଳର କର୍ମିଙ୍କ ମନୋବଳ : କଂଗ୍ରେସ ଦଳର ପ୍ରାର୍ଥିତ୍ୱ ଘୋଷଣାକୁ ନେଇ ଦ୍ୱନ୍ଦରେ କଂଗ୍ରେସ କର୍ମି

ବରଗଡ, ତା.୨୪/୧୧, (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବିଜେପୁର ଉପନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ଲାଗି ରହିଛି ଏକ ରକମ ଅପ୍ରିତିକର ପରିସ୍ଥିତ । ଗୋଟିଏ ପଟେ ବିଜେପି କର୍ମକର୍ତ୍ତା କ୍ୟାମ୍ପ ଛାଡ଼ି ବିଜେଡ଼ିରେ ଯୋଗଦାନ କରି ଚାଲିଥିବା ବେଳେ ଅନ୍ୟପଟରେ ଦଳ ଗୁଡ଼ିକର ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଯେଉଁଦିନ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ୰ସୁବଳ ସାହୁଙ୍କ ଅକାଳ ମୃତୁ୍ୟ ହୋଇଥିଲା ତାର କିଛିଦିନ ପରଠାରୁ ଆରମ୍ଭ ହୋଇଯାଇଛି ଏହି ପ୍ରକ୍ରୀୟା । ସ୍ୱର୍ାର୍ଥପର ନେତାଏ ନିଜକୁ ସୁହାଇଲା ଭଳି ଦଳ ପରିବର୍ତ୍ତନ କରୁଥିବାବେଳେ ପ୍ରତ୍ୟେକ ଦଳର ମୂଖ୍ୟତଃ ବିଜେପି ଓ ବିଜେଡ଼ି ଦଳର ପ୍ରକୃତ କର୍ମକର୍ତ୍ତାଙ୍କ ଭିତରେ…

"ବିଜେପୁର ଉପ-ନିର୍ବାଚନ : ତୃଣମୂଳ ସ୍ତରରେ ସମଦଶାରେ ବିଜେଡ଼ ଓ ବିଜେପି ଦଳର କର୍ମିଙ୍କ ମନୋବଳ : କଂଗ୍ରେସ ଦଳର ପ୍ରାର୍ଥିତ୍ୱ ଘୋଷଣାକୁ ନେଇ ଦ୍ୱନ୍ଦରେ କଂଗ୍ରେସ କର୍ମି"

ସପ୍ଲିମେଂଟାରୀ ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇ ଗୃହୀତ ହେବା ପୂର୍ବରୁ ସର୍ବସାଧାରଣରେ ଘୋଷଣା କରିଥିବା ଅର୍ଥମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିବ ବିଜେପି : କେ.ଭି.ସିଂହଦେଓ

– ଏହା ବିଧାନସଭାର ପ୍ରତିଷ୍ଠା ଉପରେ ଆଂଚ ଆଣିଛି ଭୁବନେଶ୍ୱର, ତା.୨୩/୧୧(ଓଡ଼ିଆ ପୁଅ): ବିଧାନସଭାରେ ବଜେଟ ଉପସ୍ଥାପନ ହୋଇ ଗୃହୀତ ହେବା ପୂର୍ବରୁ ଏହାର ସଂପୂର୍ଣ୍ଣ ଗୋପନୀୟତା ରଖିବା ହେଲା ବିଧି। ମାତ୍ର ଆଜି ଯେଉଁ ଭଳି ଭାବେ ଅବାନ୍ତର ଆଚରଣ ଦେଖାଇ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଆଗାମୀ ବିଧାନସଭାରେ ଆଗତ ହେବାକୁ ଥିବା ସପ୍ଲିମେଂଟାରୀ ବଜେଟର ରୂପରେଖ ୬୯୦୦ କୋଟି ଟଙ୍କା ହେବ ବୋଲି ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଛନ୍ତି, ତାହା ନିଶ୍ଚିତ ରୂପେ ବିଧାନସଭାର ପ୍ରତିଷ୍ଠା ଉପରେ ଆଂଚ ଆଣିଛି। ତେଣୁ ଅର୍ଥ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟଶୈଳୀକୁ ବିରୋଧ କରି ଆଗାମୀ ବିଧାନସଭା ସତ୍ରରେ ତାଙ୍କ ବିରୁଦ୍ଧରେ ବିଜେପି ସ୍ୱାଧୀକାର…

"ସପ୍ଲିମେଂଟାରୀ ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇ ଗୃହୀତ ହେବା ପୂର୍ବରୁ ସର୍ବସାଧାରଣରେ ଘୋଷଣା କରିଥିବା ଅର୍ଥମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିବ ବିଜେପି : କେ.ଭି.ସିଂହଦେଓ"

ଜଗତସିଂହପୁରରେ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଜୟକିଶାନ ସମାବେଶ

ଜଗତସିଂହପୁର, ୨୩/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ):ଜଗତସିଂହପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ନବକୃଷ୍ଣ ଚୌଧୁରୀଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଓ ଜୟକିଶାନ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ଯୋଗଦେଇ ରାଷ୍ଟ୍ରୀୟ ଦୁର୍ନୀତି ବିରୋଧୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଯୋଗଦେଇ କହିଲେ କୃଷକଙ୍କ ସ୍ୱାଧିନତା ପାଇଁ ସାରା ଦେଶରେ ଆନ୍ଦୋଳନ କରାଯିବ। କୃଷକଙ୍କୁ ସେମାନଙ୍କ ଉତ୍ପାଦନର ଖର୍ଚ୍ଚର ଦେଢ଼ ଗୁଣା ମୂଲ୍ୟ ପ୍ରଦାନ କରିବା ସହିତ୬୦ବର୍ଷ ପରେ ପେନସନ୍ ପ୍ରଦାନ କରାଯିବା ଦରକାର ବୋଲି କହିଥିଲେ। ସେହିପରି ନବକୃଷ୍ଣ ଚୌଧୁରୀ ଜୟନ୍ତୀ ଅବସରରେ ନିଶାପାନରୁ ସମସ୍ତଙ୍କୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ଯୋଗଦେଇ ନବନିର୍ମାଣ…

"ଜଗତସିଂହପୁରରେ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଜୟକିଶାନ ସମାବେଶ"

ଆଧାର ବ୍ୟବସ୍ଥା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ

-ଜନସଂଙ୍ଖ୍ୟାର ୯୪ ଶତକଡା ପଞ୍ଜୀକୃତ – ୦ ରୁ ୧୮ ବର୍ଷ ପିଲାଙ୍କ ପଞ୍ଜୀକରଣରେ ଦୃତ ଅଗ୍ରଗତି ଅଙ୍ଗନବାଡି ଏବଂ ବିଦ୍ୟାଳୟକୁ ଦୃଷ୍ଟିରେ ରଖି ପଞ୍ଜୀକରଣ କରିବା ସହ ବିଭିନ୍ନ ହିତାଧିକାରୀ ଯୋଜନାରେ ଆଧାର ସଂଯୋଗ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୨୧-୧୧-୧୭ (ଓଡ଼ିଆ ପୁଅ) ଆଧାର ବ୍ୟବସ୍ଥା କାର୍ଯ୍ୟାନ୍ୱୟନର ଦ୍ରୁତ ଅଗ୍ରଗତି ଫଳରେ ଓଡ଼ିଶା ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେଉଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ ବୈଠକରେ ଭାରତୀୟ ଏକକ ପରିଚୟ କର୍ତ୍ତୁପକ୍ଷ (ୟୁ.ଆଇ.ଡି.ଏ.ଆଇ.) ର ଏ.ଡି.ଜି. ଶ୍ରୀ ଭାଷ୍କର ରାଓ ଏହା…

"ଆଧାର ବ୍ୟବସ୍ଥା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ"

ଶାସକ ବିଜେଡିର ହିଟଲରୀ ଶାସନରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ କଷ୍ଟ ପାଉଛନ୍ତି : ବିଜେପି

– ଗତ କାଲି ଭୁବନେଶ୍ୱରରେ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ ମାଡ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ – ପ୍ରତୁଶୃତି ଦେଇ ପ୍ରତାରଣା ଦେବାରେ ମାହିର ବିଜୁ ଜନତା ଦଳ – ଆଗାମୀ ଦିନରେ ରାଜ୍ୟବାସୀ ଏହାର ଉଚିତ୍ ଜବାବ୍ ଦେବେ ଭୁବନେଶ୍ୱର, ତା.୨୧/୧୧(ଓଡ଼ିଆ ପୁଅ): ପ୍ରତିଶୃତି ଦେଇ ପ୍ରତାରଣା ଦେବାରେ ମାହିର ବିଜୁ ଜନତା ଦଳ। ବିଶେଷ ଭାବରେ ନିର୍ବାଚନ ସମୟରେ ରାଜ୍ୟର ବେକାର ଯୁବକ ଯବତୀମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନକୁ ହାତେଇଥିବା ଶାସକ ବିଜେଡି, କ୍ଷମତାକୁ ଆସିବା ପରେ ସମସ୍ତ ପ୍ରତିଶୃତିକୁ ଭୁଲିଯାଇ କେବଳ ପ୍ରତାରଣା ଦେଇ ଚାଲିଛି। ଗତ କାଲି ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀମାନଙ୍କ ହୋଇଥିବା ଆକ୍ରମଣ…

"ଶାସକ ବିଜେଡିର ହିଟଲରୀ ଶାସନରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ କଷ୍ଟ ପାଉଛନ୍ତି : ବିଜେପି"

ଭାଜପା ମହିଳା ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଏବଂ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର; ୨୧, ନଭେମ୍ବର, ୨୦୧୭(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଏବଂ ଏକ ୩ ଦିନିଆ ପ୍ରଶିକ୍ଷଣ ବର୍ଗ ଅର୍କକ୍ଷେତ୍ର କୋଣାର୍କଠାରେ ଭଗବତୀ ମହାବିଦ୍ୟାଳୟ ନିକଟରେ ଥିବା ପାନ୍ଥ ନିବାସରେ ନିବାସ ଆରମ୍ଭ ହୋଇ ଯାଇଛି।୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ୩ ଦିନ ଧରି ଚାଲି ୨୨ତାରିଖରେ ସମାପନ ହେବ।ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନର ପ୍ରଥମ ସତ୍ରରେ ଓଡ଼ିଶା ପ୍ରଭାରୀ ସୁଦାନ ସିଂ ଯୋଗଦେଇ ସଂପ୍ରତି ରାଜନୀତିରେ ମହିଳା ମାନଙ୍କ ଭୂମିକା ଉପରେ ଅଭିଭାଷଣ ରଖିଥିଲେ।ଦ୍ୱିତୀୟ ସତ୍ରରେ ରାଜ୍ୟ ପ୍ରବକ୍ତା ଡ଼ଃ, ଲେଖାଶ୍ରୀ ସାମନ୍ତସିଂହାର…

"ଭାଜପା ମହିଳା ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଏବଂ କାର୍ଯ୍ୟକାରିଣୀ ବୈଠକ"

ଅଦିନିଆ ବର୍ଷାରେ ଫସଲ ନଷ୍ଟ-ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ, ୨୧/୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି): ଅଦିନିଆ ବର୍ଷା ଅମଳ ହୋଇଥିବା ଫସଲକୁ ଉଜାଡି ଦେବା କାରଣରୁ ହତାଶ ହୋଇ ଜଣେ ଚାଷି ଆଜି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।ଯଥେଷ୍ଟ ପୂର୍ବରୁ ଏଥିପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଶାସନ ତଥା କୃଷି ବିଭାଗକୁ ନିର୍ଦ୍ଦେଶ ଆସିଥିଲେ ବି ଏହା ଉପରେ ଗୁରୁତ୍ୱ ଦିଆ ଯାଇ ନ ଥିବା ଆଜିର ଘଟଣାରୁ ପ୍ରମାଣିତ ହୋଇଛି। ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କେ.ନୂଆଗାଁ ବ୍ଲ୍କର ଆଡିମାହା ପଂଚାୟତର ଲଙ୍କାମୁଣ୍ଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପର୍ଶୁରାମ ମଲିକ ନାମକ ଜଣେ ଚାଷୀ ତାଙ୍କର ୫ ଏକର…

"ଅଦିନିଆ ବର୍ଷାରେ ଫସଲ ନଷ୍ଟ-ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ"

ବରଗଡ ଜିଲ୍ଲା ବିଜେପି ସଭାପତି ଶ୍ରୀ ନାରାୟଣ ସାହୁଙ୍କୁ ପାର୍ଟିରୁ ବହିଷ୍କାର: – ଡ. ଅରୁପାନନ୍ଦ ସାହୁ ହେଲେ ନୂତନ ଜିଲ୍ଲା ସଭାପତି

ଭୁବନେଶ୍ୱର, ତା.୨୧/୧୧(ଓଡ଼ିଆ ପୁଅ): ଚାଷୀ ଓ ଚାଷ ବିରୋଧୀ, ବରଗଡ ଜିଲ୍ଲା ଚାଷୀ ବୃନ୍ଦା ସାହୁ ଓ ଖଇନୁ ବଗର୍ତ୍ତୀ ହତ୍ୟାକାରୀ ଶାସକ ବିଜୁ ଜନତା ଦଳ ସହ ସାଲିସ କରି ପାର୍ଟିର ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବରଗଡ ଜିଲ୍ଲା ସଭାପତି ଶ୍ରୀ ନାରାୟଣ ସାହୁଙ୍କୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିରୁ ବହିଷ୍କାର କରିବା ସହ ନୂତନ ଜିଲ୍ଲା ସଭାପତି ଭାବେ ଡ.ଅରୁପାନନ୍ଦ ସାହୁ ନାମ ଘୋଷଣା କରିଛନ୍ତି।

"ବରଗଡ ଜିଲ୍ଲା ବିଜେପି ସଭାପତି ଶ୍ରୀ ନାରାୟଣ ସାହୁଙ୍କୁ ପାର୍ଟିରୁ ବହିଷ୍କାର: – ଡ. ଅରୁପାନନ୍ଦ ସାହୁ ହେଲେ ନୂତନ ଜିଲ୍ଲା ସଭାପତି"

ରାଜଗାଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ରାଉରକେଲା ୨୦-୧୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଜୁଏଲ ଓରାମ ତାଙ୍କ ସୁନ୍ଦରଗଡ଼ ଜିଲ୍ଲା ୪ ଦିନିଆ ଗସ୍ତ ଅବସରରେ ପ୍ରଥମ ଦିନ ରାଜଗାଙ୍ଗପୁର ଓ କୁତ୍ରା ବ୍ଳକରେ ସାଂସଦ ପାଣ୍ଠିରୁ ଅନୁଦାନ କରିଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପୂର୍ବାହ୍ନରେ ରାଜଗାଙ୍ଗପୁର ପୂର୍ତବିଭାଗ ଡ଼ାକ ବଙ୍ଗଳା ଠାରେ ୨ ଶହର ଉଦ୍ଧ୍ୱ ର୍କଂଗ୍ରେସ ଓ ବିଜେଡ଼ି ଦଳରକର୍ମୀସେମାନଙ୍କ ଦଳ ଛାଡ଼ି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ମନ୍ତ୍ରୀ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ। ଏହାଦ୍ୱାରା ସୁନ୍ଦରଗଡ଼ରେ ବିଜେପିର କାୟା ଆହୁରି ବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ଶ୍ରୀ…

"ରାଜଗାଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ"

ବିଜେପିରେ ରାଜ୍ୟ ସ୍ତରୀୟ ନୂତନ ଦାୟିତ୍ୱ ଘୋଷଣା

ଭୁବନେଶ୍ୱର, ତା.୨୦/୧୧(ଓଡ଼ିଆ ପୁଅ): ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ବିଜେପି ତରଫରୁ ରାଜ୍ୟ ସ୍ତରୀୟ ନୂତନ ଦାୟିତ୍ୱ ଘୋଷଣା କରାଯାଇଛି। ରାଜ୍ୟ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ପ୍ରଭାରୀ ଭାବରେ ପୂର୍ବତନ ବିଧାୟକ ସୁଭାଷ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ସହ ପ୍ରଭାରୀ ଭାବରେ ଅମର ନାୟକଙ୍କୁ ଦାୟିତ୍ୱ ଦିଆ ଯାଇଛି। ସେହିପରି ସହରାଂଚଳ ସ୍ୱାୟତ ଶାସନ ବ୍ୟବସ୍ଥାର ପ୍ରଭାରୀ ଭାବରେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ସହ ପ୍ରଭାରୀ ଭାବେ ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କୁ ଦାୟିତ୍ୱ ଦିଆ ଯାଇଛି। ରକ୍ଷା ସମ୍ବନ୍ଧୀୟ ଗଣମାଧ୍ୟମରେ ପ୍ୟାନେଲିଷ୍ଟ ଭାବରେ କର୍ନେଲ ବି.କେ ବସ୍ତିଆଙ୍କୁ ଦାୟିତ୍ୱ ଦିଆଯାଇଛି…

"ବିଜେପିରେ ରାଜ୍ୟ ସ୍ତରୀୟ ନୂତନ ଦାୟିତ୍ୱ ଘୋଷଣା"