Home Top News ଚକ୍ରଭ୍ୟୁୟ ଭେଦ କରି ପାରିବ ତ ରାଜ୍ୟ କଂଗ୍ରେସ ?

ଚକ୍ରଭ୍ୟୁୟ ଭେଦ କରି ପାରିବ ତ ରାଜ୍ୟ କଂଗ୍ରେସ ?

25

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଏହି ମାସ ଶେଷ ଶୁଦ୍ଧା କଂଗ୍ରେସ ୬୦ ଟି ବିଧାନସଭା ଆସନରେ ଆଗୁଆ ପ୍ରାଥି ଘୋଷଣା କରିବ। ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓଡ଼ିଶାରେ ନିର୍ବାଚନ ପର୍ଯ୍ୟନ୍ତ ରହି ତାଙ୍କ ରଣନୀତି ପ୍ରସ୍ତୁତ କରିବେ। ଭୁବନେଶ୍ୱରରେ ଓଡ଼ିଶା ପ୍ରଭାରୀଙ୍କ ନିଜସ୍ୱ ଅଫିସ ଖୋଲା ଯିବ। ତାଙ୍କ ନିଜସ୍ୱ ଟିମ ଆସି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। ଯାହା ସୂତ୍ର କହୁଛି କଂଗ୍ରେସ ଫୁଲ୍‌ ଦମରେ ନିର୍ବାଚନ ମୈଦାନରେ ଓଲ୍ହାଇବ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ ଓଡ଼ିଶାରେ କଂଗ୍ରେସ ଏ ଚକ୍ରବ୍ୟୁହ କୁ ଭେଦ କରିପାରିବ ତ ?

ଓଡ଼ିଶାରେ ବିଜେଡ଼ି ୨୪ ବର୍ଷ ଧରି ଶାସନ କରି ଆସୁଛି। ଏବେ ମଧ୍ୟ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ଅଛି। ୨୦୨୪ ନିର୍ବାଚନରେ ୧୨୫ ଆସନରେ ବିଜୟ ଲକ୍ଷ୍ୟ ନେଇ ଶାସକ ବିଜେଡ଼ି ନିର୍ବାଚନ ମୈଦାନକୁ ଓଲ୍ହାଉଛି। ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ଏଥର ସରକାର ଗଢିବା ଲକ୍ଷରେ ମୈଦାନକୁ ଓଲ୍ହାଉଛି। କଂଗ୍ରେସ ମଧ୍ୟ ୯ ରୁ ୯୦ ନାରା ଦେଇଛି। ଏ ସବୁରି ଭିତରେ ମୁଖ୍ୟ କଥା ହେଲା ଶାସକ ବିଜେଡ଼ି ଯେଉଁ ଚକ୍ରଭ୍ୟୁୟ ପ୍ରସ୍ତୁତ କରିଛି ତାକୁ କଂଗ୍ରେସ କିପରି ଭେଦ କରିବ। ବିଜେଡ଼ି ଆଜିକା ଦିନରେ ଭାରତ ବର୍ଷର ଗୋଟିଏ ଶକ୍ତିଶାଳୀ ଓ ଧନସାଳି ଆଞ୍ଚଳିକ ଦଳ। ତୃଣମୂଳ ସ୍ତରରେ ଦଳର ସଂଗଠନ ବହୁତ ଦୃଢ। କେନ୍ଦ୍ରରେ ଏନଡ଼ିଏର ଅଂଶୀଦାର ଦଳ ନ ହେଲେ ମଧ୍ୟ ସବୁ କଥାରେ ସମର୍ଥନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ସାହାଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି ନବୀନ ପଟ୍ଟନାୟକ। ଖବର ଯାହା କହୁଛି ଓଡ଼ିଶାରେ ବିଜେପି ଓ ବିଜେଡ଼ି ଗୋଟିଏ ସମଝୋଉତା ମୂଡ଼ ରେ ନିର୍ବାଚନ ଲଢ଼ିବେ। ଆଗୁଆ ପ୍ରାଥି ଦେଇଦେଲେ ଯେ ରଣନୀତି ଠିକ ହେଇଗଲା କହିଲେ ଚଳିବ ନାହିଁ। ବୁଥ ସ୍ତରରେ ବିଜେଡ଼ି ଭୋଟ କାଟିବା ବଡ଼ କଥା। ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକା ମହିଳା ଭୋଟର ବିଜେଡ଼ି ହାତରେ। ଏହାକୁ ଭେଦ କରିବା ମୁସ୍କିଲ। ଏମାନେ ଏତେ ପରିମାଣରେ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି ଯେ ନବୀନ ବିନା ଏମାନଙ୍କୁ ଆଉ କୌଣସି ନେତା ଓଡ଼ିଶାରେ ଦେଖା ଯାଉ ନାହାଁନ୍ତି। ଏହି ମହିଳା ଓ ତାଙ୍କ ପରିବାର ଭୋଟ ହେଉଛି ସମୁଦାୟ ଏକ କୋଟି ଷାଠିଏ ଲକ୍ଷ। ଦ୍ୱତୀୟରେ ସରକାରୀ ବଳ ଓ ଧନ ବଳ। ଶାସକ ବିଜେଡ଼ି ଏତେ ସୁଚିନ୍ତିତ ଯୋଜନା କରିଛି ଯେ ତାକୁ ଆଉ କୌଣସି ଦଳ ଭେଦ କରିବା କଠିକର ପାଠ। ଯୁବ ଭୋଟରଙ୍କୁ ନିଜ ଆଡକୁ ଟାଣିବାରେ ଭି ବିଜେଡ଼ି ଏଥର ଜୋରଦାର ଉଦ୍ୟମ ଚଳାଇଛି। ତେଣୁ ସୁସଂଗଠିତ ଭାବରେ ବିଜେଡ଼ି ଚକ୍ରଭ୍ୟୁୟ ପ୍ରସ୍ତୁତ କରିସାରିଲାଣି। ଏହା ଛଡା ଯେଉଁ ଆସନରେ କଂଗ୍ରେସ ଆଗୁଆ ପ୍ରାଥି ଦବ ବା ଜିତିବାର କିଛି ଆଶା ରହିଛି ସେଠି ବିଜେଡ଼ି କଂଗ୍ରେସ ଭୋଟ ଫଟାଇବା ଆରମ୍ଭ କରିସାରିଲେଣି। କଂଗ୍ରେସର ଗୋଟିଏ ଭରସା ହେଉଛି ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ଆରମ୍ଭ ହେଉଛି। ଓଡ଼ିଶାରେ ତିନୋଟି ଜିଲ୍ଲାରେ ଏହି ଯାତ୍ରା ଅତିକ୍ରମ କରିବ। ଯଦି ଏହି ଯାତ୍ରାର କିଛି ପ୍ରଭାବ ପଡ଼ିବ ତେବେ ଦଳ କିଛି ଆସନ ହାତେଇ ପାରେ। ତାହା ବି ବହୁତ ମୁସ୍କିଲ। ସମୟ ହାତରେ ବହୁତ କମ। ନୂତନ ରଣନୀତି ଓ ପ୍ରସୂତି ଆରମ୍ଭ ନ ହେଲେ କଂଗ୍ରେସ ୨୦୧୯ ଅବସ୍ଥା ଭୋଗି ପାରେ। ୨୦୨୪ ନିର୍ବାଚନରେ ଓଡ଼ିଶା କଂଗ୍ରେସକୁ ନିଶ୍ଚିତ ଭାବରେ ଆଖିଦୃଶିଆ ସଫଳତା ହାସଲ କରିବା ଜରୁରୀ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.