Home Top News ମନୋବଳ ବଢ଼ୁନି ବିଜେଡ଼ି ନେତାଙ୍କର

ମନୋବଳ ବଢ଼ୁନି ବିଜେଡ଼ି ନେତାଙ୍କର

45

୨୦୦୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ହୋଇଛି ଓଡ଼ିଶାରେ ବିଜେଡ଼ି ଦଳ ଓ ଏହାର ନେତାମାନେ ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ଲଢ଼ିଛନ୍ତି ଓ ବିଜୟଲାଭ କରିଛନ୍ତି। ସାଧାରଣ ନିର୍ବାଚନ ହେଉ, ପଂଚାୟତ ନିର୍ବାଚନ ହେଉ, ଉପନିର୍ବାଚନ ହେଉ ଅବା ମ୍ୟୁନିସିପାଲିଟି ନିର୍ବାଚନ ହେଉ ସବୁଥିରେ ବିଜେଡ଼ି ବହୁମତରେ ବାଜିମାତ କରିଛି। ଆଉ ଦୁଇ ମାସ ପରେ ସାଧାରଣ ନିର୍ବାଚନ। ଏଥର ବିଜେଡ଼ି ନେତାଙ୍କ ଭିତରେ ସେହି ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ଏକ ଅଜଣା ଆତଙ୍କ ମନ ଭିତରେ ରହୁଥିବାର ପରିଲକ୍ଷିତ ହେଉଛି।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ବିଜେଡ଼ି ଶାସନ କ୍ଷମତାରେ ଅଛି। ଅନେକ ସାଂସଦ ଓ ବିଧାୟକ ୨/୩/୪/୫ ଥର ଲଗାତାର ନିର୍ବାଚନ ଜିତିକରି ଆସୁଛନ୍ତି। ଏଥର ପରିସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପର ଠାରୁ ଓଡ଼ିଶାରେ ବିଜେପି ଆକ୍ରମାଣତ୍ମକ ମୂଡ଼ରେ ଅଛି। ବିଜେଡ଼ି ଓ ବିଜେପି ଉପରେ ଲଢେଇ ଓ ଭିତରେ ଭାଇ ଭାଇ ଢାଞ୍ଚାରେ ନିର୍ବାଚନ ଲଢ଼ିବେ ଏଥିରେ ଦ୍ୱିମତ ନାହିଁ। ତଥାପି ଜନତାଙ୍କ ଉପରେ ଭରସା କରି ପାରୁନାହାନ୍ତି ବିଜେଡ଼ି ନେତା। ଦୀର୍ଘ ବର୍ଷ ଧରି ନିର୍ବାଚିତ ପ୍ରତିନିଧି ଏହି ନେତାଙ୍କ ପାଇଁ ବାଧକ ସୃଷ୍ଟି କରିପାରେ। ଲୋକ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଇଛା। ମାତ୍ର ଅଧିକାଂଶ ନିର୍ବାଚନମଣ୍ଡଳୀରେ ନିଜ ବିଜେଡ଼ି ପ୍ରତିନିଧିଙ୍କ ମୁଁହ ଦେଖିବାକୁ ଅନିଛୁକ। ଖାସ ସେଇଥିପାଇଁ ମୁଖ୍ୟ ବିରୋଧୀ ବିଜେପି ମୁହାଁ ନିର୍ବାଚନମଣ୍ଡଳୀବାସୀ। ରାମମନ୍ଦିର ପ୍ରତିଷ୍ଠା ପରଠାରୁ ବିଭିନ୍ନ ଗାଡ଼ି, ଛକ, ଘର ଆଦି ସ୍ଥାନ ମାନଙ୍କରେ ଲାଗିଥିବା ଶ୍ରୀରାମଙ୍କ ପତାକା ଏ ପର୍ଯ୍ୟନ୍ତ ଓଲ୍ହାଯାଇନାହିଁ। ଆଗରୁ ପରସ୍ପର ଦେଖାହେଲେ ଜୟ ଜଗନ୍ନାଥ ସମ୍ବୋଧନ ଅପେକ୍ଷା ଜୟ ଶ୍ରୀରାମ ସମ୍ବୋଧନ ମାତ୍ରାଧିକ ବଢ଼ି ଯାଇଛି।

ଏସବୁ ଛଡା ବିଜେଡ଼ି ଦଳରେ କିଏ ଟିକଟ ପାଇବ ତାହା ସଦାବେଳେ ସସ୍ପେନ୍ସ ଥାଏ। ଦଳର କୌଣସି ପାର୍ଲିଆମେଣ୍ଟାରୀ କମିଟି ନାହିଁ। ରାଜନୈତିକ ଦଳର ପ୍ରୋଟୋକଲର ବିନ୍ଦୁ ବିସର୍ଗ ନାହିଁ ବିଜେଡ଼ିରେ। କୌଣସି ନେତା ନିଜେ ଟିକଟ ପାଇବାର ଗ୍ୟାରେଣ୍ଟି ନାହିଁ ବା ଦଳର ଯେତେବଡ଼ ନେତା ହଉ ନା କାହିଁକି କାହାକୁ ଟିକଟ କରାଇ ଦେବାର ସାମର୍ଥ ମଧ୍ୟ ନାହିଁ। ସରକାରୀ ଅଫିସର ଅଙ୍କ କସୁଛନ୍ତି। ଯାହା ନିର୍ଯ୍ୟାସ ବାହାରିବ ସେଇ ଅନୁସାରେ ଟିକଟ। ରାଜ୍ୟର ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଦଳୀୟ ଵିଧି ବ୍ୟବସ୍ଥା ଅନୁସାରେ ଟିକଟ ଚୟନ ପ୍ରକ୍ରିୟା କରୁଛନ୍ତି। କିନ୍ତୁ ବିଜେଡ଼ିରେ ସେହି ପରମ୍ପରାରେ ଡୋରି ବନ୍ଧା ସାରିଲାଣି ବୋଲି ଜଣେ ବରିଷ୍ଠ ବିଜେଡ଼ି ନେତା ମତ ପ୍ରକାଶ କରିଛନ୍ତି। ଦଳର ଭବିଷ୍ୟତ ନେତୃତ୍ୱ, ଦୀର୍ଘ ବର୍ଷ ଶାସନରେ ରହିବା ଏବଂ ଧାର୍ମିକ ପ୍ରଚାର ଲଢେଇରେ କାଳେ ବଳି ପଡ଼ିଯିବେ ସେହି ଡର ଘାରିଛି ବିଜେଡ଼ି ନେତାଙ୍କୁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.