Home Top News କ୍ରମାଗତ ୩ ଥରରୁ ଅଧିକା ଥର ଜିତିଥିବା ସାଂସଦ ଓ ବିଧାୟକ ଟିକଟ ପାଇବା ମୁସ୍କିଲ

କ୍ରମାଗତ ୩ ଥରରୁ ଅଧିକା ଥର ଜିତିଥିବା ସାଂସଦ ଓ ବିଧାୟକ ଟିକଟ ପାଇବା ମୁସ୍କିଲ

36

କ୍ରମାଗତ ଷଷ୍ଠ ଥର ନିର୍ବାଚନ ଜିତି ସରକାର ଗଢିବା ଲକ୍ଷ୍ୟ ନେଇ ୨୦୨୪ ନିର୍ବାଚନ ମୈଦାନକୁ ଓଲ୍ହାଇବ ବିଜେଡ଼ି। ଏଥର କିନ୍ତୁ ନିର୍ବାଚନ ବୈତରଣୀ ପାର ହେଵା ବିଜେଡ଼ି ପାଇଁ ସହଜ ସାପେକ୍ଷ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ଅଛି। ତେଣୁ ଦଳ କ୍ଷମତାକୁ ଆସିପାରେ କିନ୍ତୁ ଏକତରଫା ବିଜୟ ସମ୍ଭାବନା ବହୁତ କମ। ସେଥିପାଇଁ ଦଳ ଏଥର ଟିକଟ ବଣ୍ଟାକୁ ଅତି ଗୁରୁତର ସହିତ ଚିନ୍ତା କରୁଛି।

ସୂଚନାଯୋଗ୍ୟ ଯେ, ବିଜେଡ଼ି ଦଳରେ ଅନେକ ବିଧାୟକ ଓ ସାଂସଦ ଅଛନ୍ତି ଯେଉଁମାନେ କ୍ରମାଗତ ଭାବରେ ନିର୍ବାଚନ ଜିତିକରି ଆସୁଛନ୍ତି। କିଏ ତିନି ଥର କିଏ ଚାରି ଥର କିଏ ପାଞ୍ଚ ଥର ବିଧାୟକ ଓ ସାଂସଦ ହୋଇ ସାରିଲେଣି। ଏମାନଙ୍କ ମୁଁହ ଦେଖି ଦେଖି ଭୋଟର ବିରକ୍ତି ହେଇ ସାରିଲେଣି। ନିର୍ବାଚନମଣ୍ଡଳୀ ଲୋକମାନେ ଖୋଲାଖୋଲି କହିବା ଆରମ୍ଭ କଲେଣି ଏମାନଙ୍କ ଛଡା ଦଳ ପାଖରେ କଣ ଆଉ କେହି ନେତା ନାହାଁନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତ ରିପୋର୍ଟ ବିଜେଡ଼ି ସୁପ୍ରିମୋଙ୍କ ପାଖରେ ପହଁଚି ସାରିଲାଣି। ତେଣୁ ପାଖାପାଖି ୫୦/୬୦ ବିଧାୟକ ଓ ସାଂସଦଙ୍କ ଟିକଟ କାଟିବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି। ଏହା ଛଡ଼ା ଅନେକ ବିଧାୟକ ଓ ସାଂସଦ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି। ଏମାନଙ୍କୁ ଟିକଟ ଦେଲେ ଦଳ ପାଇଁ ବୁମେରାଙ୍ଗ ହୋଇପାରେ ବୋଲି ଦଳ ଚିନ୍ତା ପ୍ରକଟ କରୁଛି। ଏହି ଚିଠାରେ ଏପରି ଅନେକ ନେତା ଅଛନ୍ତି ଯଦି ସେମାନଙ୍କ ଟିକଟ କଟାଯାଏ ସେମାନେ ନିର୍ବାଚନରେ ଘାତକ ସାବ୍ୟସ୍ତ ହୋଇ ପାରନ୍ତି। କିଛି ନେତା ଟିକଟ କଟିଲେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ନିର୍ବାଚନମଣ୍ଡଳୀ ଲୋକଙ୍କୁ ଖୋଲାଖୋଲି କହିବା ଆରମ୍ଭ କଲେଣି। ଏ ସବୁକୁ ଆଖି ଆଗରେ ରଖି ଦଳ ଏଥର ଅନେକ ସାଂସଦଙ୍କୁ ବିଧାୟକ ପ୍ରାଥି କରିବ ଓ କିଛି ବରିଷ୍ଠ ବିଧାୟକଙ୍କୁ ସାଂସଦ ଭାବେ ଛିଡା କରିବ। ଯଦି ଏହି ନେତାମାନେ ବିଦ୍ରୋହ କରିବାର ସମ୍ଭାବନା ରହିବ ତେବେ ଏମାନଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବାର ଚିଠା ପ୍ରସ୍ତୁତ ସାରିଲାଣି ବୋଲି ସୂତ୍ରରୁ ଜଣା ପଡ଼ିଛି।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.