ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ରତ୍ନାକରଦାଶ ପୁନଃ ମନୋନୀତ, ବିଧାୟକଙ୍କ ସହ ଜିଲ୍ଲାବାସୀ ଜଣାଇଲେ ସମ୍ବର୍ଦ୍ଧନା

ମାଲକାନଗିରି, ୨୭ା୭ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବରିଷ୍ଠ ସାହିତ୍ୟିକ, ଗବେଷକ, ଲେଖକ ଓ ସାମ୍ବାଦିକ ରତ୍ନାକରଦାଶ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ତିନିବର୍ଷ ପାଇଁ ପୁଣିଥରେ ମନୋନୀତ ହୋଇଥିବାରୁ ସମଗ୍ର ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି। ଓଡିଆ ଭାଷାସଂସ୍କୃତି ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀଦାଶ ଙ୍କ ଉଲେଖନୀୟ ସଫଳତା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ପୁନଃ ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ମନୋନୀତ କରିଥିବାରୁ ମାଲକାନଗିରି ବିଧାୟକ ମାନସ ମାଡକାମୀ ଅତ୍ୟନ୍ତ ଆନନ୍ଦିତ ହୋଇ ଶ୍ରୀଦାଶଙ୍କୁ ସୁଭେଚ୍ଛା ଓ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଶ୍ରୀଦାଶ ଦୀର୍ଘ ୩୦ ବର୍ଷ ଧରି ସୀମାନ୍ତ ଓ ଉପାନ୍ତ…

"ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ରତ୍ନାକରଦାଶ ପୁନଃ ମନୋନୀତ, ବିଧାୟକଙ୍କ ସହ ଜିଲ୍ଲାବାସୀ ଜଣାଇଲେ ସମ୍ବର୍ଦ୍ଧନା"

ସାହିତ୍ୟିକ ଡ.ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ,୨୫/୭ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଠମଲ୍ଲିକ ମାଟିର ସୁଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ସାହିତ୍ୟିକ ଡ.ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ କେନ୍ଦ୍ର ସାହିତ୍ୟ ଏକଡେମୀର ମର୍ଯ୍ୟଦାଜନକ ଶିଶୁ ସାହିତ୍ୟିକ ପୁରସ୍କାର-୨୦୧୭ ପାଇବାକୁ ମନୋନୀତ ହୋଇଛନ୍ତି। ଏହି ଅବସରରେ କିଶୋନଗରର ସର୍ବପୁରାତନ ଶିକ୍ଷାନୁଷ୍ଠାନ କିଶୋର ନଗର ହାଇସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ଡ.ସିଂହଙ୍କୁ ସମ୍ବର୍ନ୍ଧିତ କରାଯାଇଛି। ଛାତ୍ର ସଂସଦର ସଭାପତି ପ୍ରଫେସର ଅନିଲ କୁମାର ପ୍ରଧାନ,ସମ୍ପାଦକ ଦେବରାଜ ପ୍ରଧାନ,ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି,ଶିକ୍ଷକ ରମଣୀ ରଞ୍ଜନ ସାହୁ ପ୍ରମୁଖ ଡ. ସିଂହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ଉତ୍ତରରେ ଡ.ସିଂହ ଅନୁଷ୍ଠାନର…

"ସାହିତ୍ୟିକ ଡ.ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କୁ ସମ୍ବର୍ଦ୍ଧନା"

ଶିଶୁ ସାହିତ୍ୟିକା ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କର ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର ୧୪/୭ (ଓଡ଼ିଆ ପୁଅ) କଲିକତାର ବଙ୍ଗଳା ଏକାଡ଼େମୀ, ଜୀବନାନନ୍ଦ ସଭାଗୃହରେ ଓଡ଼ିଶାର ପ୍ରଖ୍ୟାତ କବି ଏବଂ ଶିଶୁ ସାହିତ୍ୟିକା ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କର ଶିଶୁ ଭ୍ରମଣ ପୁସ୍ତକ “ମରିସସ୍ ରେ ଦୀକ୍ଷା ଏବଂ ଜେଜେମା” ଏବଂ ଅନ୍ୟ ବହିଟି “ପରୀର କୁନି କଣ୍ଡେଇ”ର ବଙ୍ଗଳା ଅନୁବାଦ “ପରୀର୍ ପୁତୁଲ୍” ଏବଂ “ମରିସାସେ ଦୀକ୍ଷା ଓ ଠାକୁମା” ବହି ଦୁଇଟିର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅନୁବାଦ କରିଛନ୍ତି ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଅନୁବାଦିକା ଶ୍ରୀମତୀ ଭାରତୀ ନନ୍ଦୀ – ମୁଖ୍ୟ ଅତିଥି ଭାବରେ ବଙ୍ଗଳାର ଖ୍ୟାତନାମା ଔପନ୍ୟାସିକ ତପନ ବନ୍ଦୋପାଧ୍ୟାୟ, କବି ପବିତ୍ର ମୁଖୋପାଧ୍ୟାୟ ଯୋଗ ଦେଇଥିବା ବେଳେ ସଭା…

"ଶିଶୁ ସାହିତ୍ୟିକା ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କର ଅନୁବାଦ ପୁସ୍ତକ ଲୋକାର୍ପିତ"

ଭଦ୍ରକରେ ଜାତୀୟସ୍ତରୀୟ ଉର୍ଦ୍ଦ୍ୱୁ ସମ୍ମିଳନୀର କବିତା ପାଠଚକ୍ର

ଭଦ୍ରକ, ୯/୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) ; ଦାନ ମାଝୀ ଠାରୁ ଘିନୁଆ ଦାଦନ, ଫଗୁଣର ମହମହ ବାସ୍ନା ଠାରୁ କଣ୍ଟକିତ ଗୋଲାପ ସାଉଣ୍ଟା ଆଉ ଧର୍ମ ନାମରେ ସରଳ ମଣିଷର ହିଂସ୍ର ପଶୁତ୍ୱର ଜନ୍ମ ପର୍ଯ୍ୟନ୍ତ ସବୁଠି ଭରିଯାଇଛି କବିତାର ଯାଦୁକରୀ ସ୍ପର୍ଶ। ଆଉ ସେହି ଶବ୍ଦଗୁଡିକୁ ନିଜ ନିଜର କୁହୁକ ଲେଖନୀ ମୁନରେ ଧରିରଖି ଯେଉଁମାନେ ସମାଜକୁ ଚେତାଇ ପରିବର୍ତ୍ତନର ସୁସ୍ଥ ପରଂପରା ସୃଷ୍ଟି କରନ୍ତି, ସେହିମାନଙ୍କୁ ହିଁ କବିର ଆଖ୍ୟା ଦିଆଯାଇଥାଏ ବୋଲି ଆଜି କେନ୍ଦ୍ର ସରକାରଙ୍କ ଏନ୍ସିପିୟୁଏଲ୍ର ସହାୟତା ଓ ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ରିଜୁୱାନି ୱେଲଫେୟାର ଆସୋସିଏସନ୍” ଦ୍ୱାରା ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଉଦ୍ଧ୍ୱୁର୍ ସମ୍ମିଳନୀର ୨ୟ…

"ଭଦ୍ରକରେ ଜାତୀୟସ୍ତରୀୟ ଉର୍ଦ୍ଦ୍ୱୁ ସମ୍ମିଳନୀର କବିତା ପାଠଚକ୍ର"

ହରମୋହନ କୁଅଁରଙ୍କ ତିନୋଟି ପୁସ୍ତକ ଉନ୍ମୋଚିତ

ଭଦ୍ରକ, ୧୮/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଏକାମ୍ର ଶିଶୁ ସାହିତ୍ୟ ସଂସଦର ରଜୋତ୍ସବ ଅଧିବେଶନରେ ଭଦ୍ରକର ଜଣାଶୁଣା ଶିଶୁ ସାହିତ୍ୟିକ ହରମୋହନ କୁଅଁରଙ୍କର ତିନୋଟି ପୁସ୍ତକ ଶୈଳେଶ୍ରୀ ବିହାରଠାରେ ଉନ୍ମୋଚିତ ହୋଇଯାଇଛି। ଶିଶୁ କିଶୋର ସାହିତ୍ୟ ପତ୍ରିକା “କାଇଁଚ ମାଳି”ର ଚତୁର୍ଥ ସଂଖ୍ୟାଟିକୁ ବରିଷ୍ଠ ସାହିତ୍ୟିକ ଓ ଭାଷାବିତ୍ ଡ. ପ୍ରଫୁଲ୍ଲ କୁମାର ରଥ ଓ ଶିଶୁ ଗଳ୍ପ ପୁସ୍ତକ ‘ଅଲିଭାଦୀପର ଶିଖା’ଟିକୁ ଓଡିଶାର ଅନ୍ୟତମ ଶିଶୁ ସାହିତ୍ୟିକ ଡ. ଦିଗରାଜ ବ୍ରହ୍ମା ଉନ୍ମୋଚନ କରିଥିବାବେଳେ ଶିଶୁ କବିତା ପୁସ୍ତକ “ଫୁଲଝରି”କୁ ପ୍ରାକ୍ତନ ବୟୋବୃଦ୍ଧ ପ୍ରଧାନଶିକ୍ଷକ ଓ ଲେଖକ କୃଷ୍ଣଚନ୍ଦ୍ର ବିଶ୍ୱାଳ ଉନ୍ମୋଚନ କରିଥିଲେ। ଉକ୍ତ ପୁସ୍ତକ ତିନୋଟିକୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ.…

"ହରମୋହନ କୁଅଁରଙ୍କ ତିନୋଟି ପୁସ୍ତକ ଉନ୍ମୋଚିତ"

ସମ୍ବଲପୁର ରେଳ ମଣ୍ଡଳର ହିନ୍ଦୀ ପତ୍ରିକା ‘ହୀରାଖଣ୍ଡ’ ଉନ୍ମୋଚିତ

ସମ୍ବଲପୁର, ୧୫/୬ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ରାଜଭାଷା ପତ୍ରିକା ‘ହୀରାଖଣ୍ଡ’କୁ ମଣ୍ଡଳ ରେଳ ପ୍ରବନ୍ଧକ ଦୀନେଶ କୁମାର ସିଂହ ଓ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ସିଂହଙ୍କ ଦ୍ୱାରା ଉନ୍ମୋଚନ କରାଯାଇଅଛି। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ କେ.ଡ଼ି.ରାଓ ଓ ସମସ୍ତ ରେଳ ଅଧିକାରୀ ଓ ମହିଳା କଲ୍ୟାଣ ସଂଗଠନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ। ପତ୍ରିକା ଉନ୍ମୋଚନ ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସିଂହ ନିଜର ଖୁସି ପ୍ରକଟ କରି କହିଲେ ରାଜଭାଷାର ପ୍ରଚାର ଓ ପ୍ରସାରରେ ସମ୍ବଲପୁର ମଣ୍ଡଳର ଅଧିକାରୀ ଓ କର୍ମଚାରୀ ଏବଂ…

"ସମ୍ବଲପୁର ରେଳ ମଣ୍ଡଳର ହିନ୍ଦୀ ପତ୍ରିକା ‘ହୀରାଖଣ୍ଡ’ ଉନ୍ମୋଚିତ"

ଶବ୍ଦର ଧ୍ୱନି ଓ ଆଲୋକର ଅଭିସାର କବିତାର ଦୁଇ ବଳିଷ୍ଠ ବିଭବ ଭଦ୍ରକ ସାହିତ୍ୟ ପରିଷଦର ପୁସ୍ତକ ଲୋକାର୍ପଣ ଉତ୍ସବ

ଭଦ୍ରକ, ୧୨/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକ ସଂସ୍କୃତି ଭବନଠାରେ ଭଦ୍ରକ ସାହିତ୍ୟ ପରିଷଦର ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡ. ଅବନୀ ପ୍ରଧାନଙ୍କର କବିତା ପୁସ୍ତକ “ଶବ୍ଦ ଧ୍ୱନି” ଏବଂ କବୀ ଗୀତାରାଣୀ ଆଇଚଙ୍କ କବିତା ପୁସ୍ତକ “ଆଲୋକର ଅଭିସାର” ଲୋକାର୍ପଣ କରାଯାଇଛି। ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡ. ବାସୁଦେବ ବାରିକ୍ ଅବନୀ ପ୍ରଧାନଙ୍କର “ଶବ୍ଦ ଧ୍ୱନି” ପୁସ୍ତକକୁ ସମୀକ୍ଷା କରି ‘କବିତା’ ଆତ୍ମିକ ଓ ଆଙ୍ଗିକ ବିଭବର ଏକ ସୂକ୍ଷ୍ମ ଉଚ୍ଚାରଣ ଏବଂ ସୁନ୍ଦର ଶବ୍ଦ ସଂଯୋଜନାର ମିଳିତ ମାଙ୍ଗଳିକ ଧ୍ୱନି ପାଠକର ମନକୁ ଗଭୀର ଭାବେ ପ୍ରଭାବିତ କରେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମୀକ୍ଷକ ଅଧ୍ୟାପକ ଡ.…

"ଶବ୍ଦର ଧ୍ୱନି ଓ ଆଲୋକର ଅଭିସାର କବିତାର ଦୁଇ ବଳିଷ୍ଠ ବିଭବ ଭଦ୍ରକ ସାହିତ୍ୟ ପରିଷଦର ପୁସ୍ତକ ଲୋକାର୍ପଣ ଉତ୍ସବ"

ସମ୍ବଲପୁରୀ ଭାଷା ସଂସ୍କୃତିକୁ ରୁଦ୍ଧିମନ୍ତ ଓ ନାମ ପରିବର୍ତ୍ତନର ଉଦ୍ୟମକୁ ପ୍ରତିହତ କରାଯିବ

ସମ୍ବଲପୁର, ୧୧/୬ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରୀ ଭାଷା ସଂସ୍କୃତି ଚିରନ୍ତନ ତଥା ଏକ ଧାରାପ୍ରବାହ ଅଟେ। ଏହା ଏକ ବିସ୍ତୀର୍ଣ୍ଣ ଅଞ୍ଚଳର ପରିଚୟ, ଭାଷା, ସଂସ୍କୃତି ଅଟେ। ଏହା ସହିତ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ। କୌଣସି ନାମ ପରିବର୍ତ୍ତନକୁ କଦାଚିତ୍ ଗ୍ରହଣ କରାଯିବ ନାହିଁ ବୋଲି ଆଜି ରେଙ୍ଗାଲି ରାମଚନ୍ଦ୍ରନଗରରେ ମାଲେଶ୍ରୀ ସଂଗଠନ ପକ୍ଷରୁ ଆୟୋଜିତ ସଭାରେ ଘୋଷଣା କରାଯାଇଛି। ମାଲେଶ୍ରୀର ସଂଯୋଜକ ମନୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଏହି ସଭାରେ ଐତିହାସିକ ଏବଂ ଗବେଷକ ଦୀପକ କୁମାର ପଣ୍ଡା ଏବଂ ସୁବକ୍ତା, ପ୍ରାବନ୍ଧିକ ତଥା ସାଂସ୍କୃତିକ ସାହିତ୍ୟିକ ଗବେଷକ ଗୌରୀଦାସ ପଧାନ ଅତିଥି ଭାବରେ ଯୋଗ…

"ସମ୍ବଲପୁରୀ ଭାଷା ସଂସ୍କୃତିକୁ ରୁଦ୍ଧିମନ୍ତ ଓ ନାମ ପରିବର୍ତ୍ତନର ଉଦ୍ୟମକୁ ପ୍ରତିହତ କରାଯିବ"

ଗୋକର୍ଣ୍ଣିକାରେ ପ୍ରାବନ୍ଧିକ ବୈକୁଣ୍ଠନାଥ ସ୍ମୃତି ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବ

ଯାଜପୁର-୧୦/୬(ଓଡିଆ ପୁଅ/ଏ.ରାଉତ) ଗୋକର୍ଣ୍ଣିର୍କା ସାହିତ୍ୟ ସମାଜ ଜାରକା ପକ୍ଷରୁ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ପ୍ରାବନ୍ଧିକ ବୈକୁଣ୍ଠନାଥ ରଥ ସ୍ମୃତି ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗଦେଇ ‘କାଙ୍ଗାଳି ଚରଣ ସାହୁଙ୍କ ସୃଷ୍ଟି ସମ୍ଭାର” ପୁସ୍ତକକୁ ଉନ୍ମୋଚନ କରିଥିଲେ ଏହିଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାବନ୍ଧିକ ବୈକଣ୍ଠନାଥ ରଥ ସ୍ମୃତିପୁରସ୍କାର ପ୍ରଫେସର ଡ.ଶ୍ରୀନିବାସ ମିଶ୍ରଙ୍କୁ ଓ ବୈକୁଣ୍ଠ ନାଥ ସ୍ମୃତିସମ୍ମାନ ପ୍ରଫେସର ଡ.ଧରଣୀଧର ସାହୁଙ୍କୁ ଉପଢୌକନ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରି କହିଲେ ଯେ ଗୋକର୍ଣ୍ଣିକା ସାହିତ୍ୟ ସମାଜ ସାହିତ୍ୟ କ୍ଷେତ୍ରରେ…

"ଗୋକର୍ଣ୍ଣିକାରେ ପ୍ରାବନ୍ଧିକ ବୈକୁଣ୍ଠନାଥ ସ୍ମୃତି ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବ"

କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ଉଦଘାଟନ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରିବେ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

– ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରୁଥିବା କାରଣରୁ ନୂଆ ଦିଲ୍ଲୀ ଠାରେ ହେବ ଉତ୍ସବର ଆୟୋଜନ – ଆଜିର ପୀଢୀର ଯୁବ ଶକ୍ତି ଓଡିଶାର ଆଗାମୀ ଶହେ ବର୍ଷ ପାଇଁ ଚିନ୍ତା କରିବାର ଯୋଗ୍ୟ ଦାୟାଦ – ବର୍ତ୍ତମାନର ଯୁବ ପୀଢୀ ଐତିହ୍ୟକୁ ବର୍ତ୍ତମାନ ସହ ଯୋଡି ଭବିଷ୍ୟତ ପାଇଁ ବଡ ପରିକଳ୍ପନାକୁ ସଠିକ କ୍ରିୟାନ୍ୱୟନ କରିବା ହିଁ ସମୟର ଆହ୍ୱାନ – ବାହୁବଳୀ ଓ ସିୟା କେ ରାମଙ୍କ ଲେଖକ ନୀଳକଣ୍ଠଙ୍କୁ ଅଭିନନ୍ଦନ ଭୁବନେଶ୍ୱର, ୧୦ ଜୁନ (ଓଡ଼ିଆ ପୁଅ) – ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର କରୁଥିବା ବର୍ଷ ବ୍ୟାପୀ ଉତ୍ସବର ଉଦଘାଟନ କରିବା…

"କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ଉଦଘାଟନ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରିବେ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ – ଧର୍ମେନ୍ଦ୍ର ପ୍ରଧାନ"