Home ଜିଲ୍ଲା ପରିକ୍ରମା ହରମୋହନ କୁଅଁରଙ୍କ ୭ଖଣ୍ଡ ପୁସ୍ତକ ଲୋକାର୍ପିତ

ହରମୋହନ କୁଅଁରଙ୍କ ୭ଖଣ୍ଡ ପୁସ୍ତକ ଲୋକାର୍ପିତ

18

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସାହିତ୍ୟିକ ହରମୋହନ କୁଅଁରଙ୍କ ରଚିତ ୭ଖଣ୍ଡ ପୁସ୍ତକ ସ୍ଥାନୀୟ ଟାଉନ ଥାନା ପାଖ ସାବିତ୍ରୀ ଭବନ ଠାରେ କଥାଶିଳ୍ପୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଏବଂ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଲୋକାର୍ପିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟଅତିଥି ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ସମ୍ମାନନୀୟ ଅତିଥି ଭାବରେ ଡ. ହୃଷିକେଶ ପଣ୍ଡା, ଡ. ରାଇମୋହନ ମହାପାତ୍ର, ପ୍ରଫେସର ଅଟଳ ବିହାରୀ ନାୟକ, ଡ. ରାଧାରାଣୀ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ଡ. ଗୋଲକ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସାରସ୍ୱତ ସାଧକ ବିଜୟ ବହଳୀ ବେଦପାଠ କରିଥିଲେ। ପରେ ଅତିଥିମାନଙ୍କ ଦ୍ୱାରା ଶ୍ରୀଯୁକ୍ତ କୁଅଁରଙ୍କ ଲିଖିତ ଗଳ୍ପ ପୁସ୍ତକ ‘ପାର୍ବଣର ପ୍ରତିବିମ୍ବ’, ‘ଜିତିବା ଠାରୁ ହାରିବା ଭଲ’, ‘ଭଙ୍ଗା ନୀଡ଼ର ପାରା’, ‘ଆଶାର ବତୀଘର’, କବିତା ପୁସ୍ତକ ‘ବିରୋଧାଭାସର ସଂଳାପ’ ଓ ‘କଳ୍ପନାର କାନ୍‌ଭାସ୍‌’ ସହିତ କାଇଁଚମାଳି ପତ୍ରିକାର ୧୪ଶ ସଂଖ୍ୟା ଲୋକାର୍ପିତ ହୋଇଥିଲା। ରୋଟାରୀ କ୍ଳବ ସଭାପତି ତଥା ସାଳନ୍ଦୀ ବଳିମେଳା ସମ୍ପାଦକ ଅଭିଜିତ୍ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଲେଖକ ହରମୋହନ କୁଅଁର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଶେଷରେ ପୂଜ୍ୟପୂଜା ସଂସଦ ସମ୍ପାଦକ ରୂପକ ବିହାରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.