Home ଜିଲ୍ଲା ପରିକ୍ରମା ଡ. ନରହରି ବହେରାଙ୍କ ପୁସ୍ତକ ‘ପଣ୍ୟ ପ୍ରଣୟ’ ଲୋକାର୍ପଣ

ଡ. ନରହରି ବହେରାଙ୍କ ପୁସ୍ତକ ‘ପଣ୍ୟ ପ୍ରଣୟ’ ଲୋକାର୍ପଣ

29

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବଂଗତ ଓଡ଼ିଶା ପ୍ରଶାସକ ତଥା ବିଶିଷ୍ଟ ସାରସ୍ୱତ ସାଧକ ଡ. ନରହରି ବେହେରାଙ୍କ ଦ୍ୱିତୀୟ ବାର୍ଷିକୀ ସ୍ମୃତି ସମାରୋହରେ ତାଙ୍କ ରଚିତ ୨୧ତମ ପୁସ୍ତକ ସଂକଳନ ‘ପଣ୍ୟ ପ୍ରଣୟ’ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ ସ୍ତମ୍ଭକାର ତଥା ସାରସ୍ୱତ ସାଧକ ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଉଦ୍‌ଘାଟକ ଏବଂ ଭଦ୍ରକର ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଲୋକାର୍ପିତ କରିଥିଲେ। ଡ. ନରହରି ବେହେରା ନୀତିନିଷ୍ଠ ପ୍ରଶାସକ ହୋଇ ମଧ୍ୟ ଜଣେ ଉଚ୍ଚକୋଟୀର ସାରସ୍ୱତ ସାଧକ ଭାବେ ଓଡ଼ିଶା ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରି ସାରା ଓଡ଼ିଶାରେ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ ବୋଲି ସମାରୋହରେ ଯୋଗଦେଇଥିବା ବିଶିଷ୍ଟ ଅତିଥି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ମୁଖ୍ୟବକ୍ତା ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନନୀୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନନୀୟ ଅତିଥି ଭଦ୍ରକ ବ୍ଲକ ଚେୟାରମେନ୍ ଉର୍ମିଳା ନାୟକ ମତବ୍ୟକ୍ତ କରିଥିଲେ।

ଏହି ସମାରୋହରେ ଅନ୍ୟତମ ଅତିଥି ତଥା ସମୀକ୍ଷକ ଭାବେ ଯୋଗଦେଇ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସ ‘ପଣ୍ୟ ପ୍ରଣୟ’କୁ ସମୀକ୍ଷା କରିଥିଲେ। ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ନୀହାର ରଂଜନ କର ସ୍ୱାଗତ ଭାଷଣ ଦେଇଥିଲାବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ, କବି ପ୍ରଦୀପ କୁମାର ବେହେରା ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଷଲ ଓ ତାଙ୍କ ସୁକନ୍ୟା ବେଦଦତ୍ତା ବେଦାନ୍ତ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଅଧିବକ୍ତା ନିରାକାର ଜେନା, ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କଥାକାର ପବିତ୍ର ପାଣିଗ୍ରାହୀ, ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା କବୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଶିକ୍ଷାବିତ୍ ଗୟାଧର ପଣ୍ଡା, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ପ୍ରକାଶକ ମନୋରଂଜନ ଦାଶ, ଡ. ରମାକାନ୍ତ ନାୟକ, କବି ରମେଶ ଦାସ, ବାବୁଲାଲ ଦାସ, ଅଭିମନ୍ୟୁ ସାହୁ, ଗୋପୀନାଥ ରାୟ, ଅଶୋକ କୁମାର କବି ପ୍ରମୁଖ ଡ. ନରହରି ବେହେରାଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ। ବ୍ୟାଙ୍କ ଅଧିକାରୀ ଅବିନାଶ ନାୟକ, ବିମଳ ବିଶ୍ୱାଳ, ସରୋଜ ବିଶ୍ୱାଳ ଓ ଦେବୀଦତ୍ତା ବେଦାନ୍ତ ସଭା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.