Home ଓଡ଼ିଶା ୨୮ତମ ପୁସ୍ତକ ମେଳା ଉଦଯାପିତ – ବିଶ୍ଵରଞ୍ଜନ, ପ୍ୟାରୀମୋହନ, ସତ୍ୟ ଓ ସୁଚେତା ସମ୍ମାନିତ

୨୮ତମ ପୁସ୍ତକ ମେଳା ଉଦଯାପିତ – ବିଶ୍ଵରଞ୍ଜନ, ପ୍ୟାରୀମୋହନ, ସତ୍ୟ ଓ ସୁଚେତା ସମ୍ମାନିତ

24

ପୁରୀ ୫-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ମିଳିତ ସହଯୋଗ ରେ ପୁରୀ ଶରଧାବାଲି ରେ ଅନୁଷ୍ଠିତ ଏଗାର ଦିନ ବ୍ୟାପି ୨୮ତମ ପୁସ୍ତକ ମେଳା ଉଦଯାପିତ ହୋଇଛି। ଶିକ୍ଷାବିତ ଡଃ କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ‌‌‌ସଭାପତିତ୍ବ ଓ ବିଶିଷ୍ଟ ସାହିତ୍ୟିକ -ସଂପାଦକ ଚକ୍ରଧର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉଦଯାପନ ଉତ୍ସବ ରେ ଅତିଥି ଭାବେ ସାହିତ୍ୟିକ ଅଧ୍ୟାପକ ବିଶ୍ଵରଞ୍ଜନ, କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ବରିଷ୍ଠ ସେବାୟତ ତଳୁଛ ନୀଳକଣ୍ଠ ମହାପାତ୍ର, ଶିକ୍ଷାବିତ୍ ଡଃ ଚିତ୍ତରଞ୍ଜନ ମିଶ୍ର, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥିଭାବେ ଯୋଗଦେଇ ଜାତୀୟତାବାଦ ଓ ଦେଶାତ୍ମବୋଧ ଉପରେ ଅଧିକ ରୁ ଅଧିକ ସାହିତ୍ୟ ସୃଷ୍ଟି ର ଆହ୍ୱାନ ଦେଇଥିଲେ।ଏହି ଉତ୍ସବରେ କାର୍ଯ୍ୟକାରୀ ସଭାପତି ଅନାମ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଗଣମାଧ୍ୟମ ସଂପାଦକ ଵଦ୍ରି ମିଶ୍ରଙ୍କ ସଂଯୋଜନାରେ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସାମଗ୍ରୀକ ସାହିତ୍ୟ କୃତି ପାଇଁ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ଵରଞ୍ଜନଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟିକ ସମ୍ମାନ, ପ୍ୟାରୀମୋହନ ପଟ୍ଟନାୟକଙ୍କୁ ପୁସ୍ତକ ମେଳା ସାରସ୍ବତ ଗବେଷକ ସମ୍ମାନ, କବି ସୁଚେତା ମିଶ୍ର ଓ ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ରଙ୍କୁ ସାରସ୍ବତ କବି ଓ ପ୍ରାବନ୍ଧିକ ସମ୍ମାନ ଏବଂ କଟକର ଶାରଳା ବୁକସଙ୍କୁ ସାରସ୍ବତ ପ୍ରକାଶକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ପରେପରେ ଏହି ମଞ୍ଚରେ ସୁକାନ୍ତ ପଣ୍ଡାଙ୍କ ସଂପାଦିତ ଷୋଡଶ ବର୍ଷ ସଂଖ୍ୟା ଶିଶୁ ସମାଚାର ଓ ଦାସଶ୍ରୀ କବି ଧର୍ମପଦଙ୍କ କାବ୍ୟ “ସ୍ମୃତି ର ମାଣିକପାଟଣା” ପୁସ୍ତକ ଉନ୍ମୋଚନ ହୋଇଥିଲା। ଉଦଯାପନୀ ମଞ୍ଚରେ ରାଜକିଶୋର ମିଶ୍ର, ଜଟାଧାରୀ ମିଶ୍ର, ପ୍ରସନ୍ନ ମିଶ୍ର, ସୁନୀଲ ରଥ, ରଘୁନାଥ ମହାପାତ୍ର, ପୁଷ୍କର ମହାପାତ୍ର, ପ୍ରତିମା ମିଶ୍ର, ସୁରେନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ବୀରେନ୍ଦ୍ର ମହାନ୍ତି, ଭାସ୍କର ମିଶ୍ର, ସୁକାନ୍ତ ପଣ୍ଡା, ବିପିନ୍ ଦଳାଇ, ଶ୍ୟାମପ୍ରକାଶ ସେନାପତି, ସ୍ବାଧୀନ ପଣ୍ଡା, ରଘୁନାଥ ମିଶ୍ର, ଶ୍ରୀକାନ୍ତ ମହାନ୍ତି, ଭବାନୀ ବଳିୟାରସିଂହ ଓ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ମେଳା କମିଟି ପକ୍ଷରୁ ଆୟୋଜିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ବିଶେଷକରି ଗଣମାଧ୍ୟମ ର ପ୍ରଚେଷ୍ଟା ରେ ଚଳିତ ପୁସ୍ତକ ମେଳା ରେ ପ୍ରାୟ ଏକକୋଟି ରୁ ଉର୍ଦ୍ଧ ଟଙ୍କା ର କାରବାର ହୋଇଥିବା ବେଳେ ଦୁଇ ଲକ୍ଷ ରୁ ଉର୍ଦ୍ଧ ପାଠକ-ପାଠିକା, ଗୃହିଣୀ, ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗଦେଇଥିଲେ ବୋଲି କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ, ସଂପାଦକ ଚକ୍ରଧର ମହାପାତ୍ର ଓ ମିଡ଼ିଆ ସଂପାଦକ ଵଦ୍ରି ମିଶ୍ର ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.