Home ଜିଲ୍ଲା ପରିକ୍ରମା ବିଷ୍ଣୁ ସେଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା, ବିଷ୍ଣୁ ଥିଲେ ସାହିତ୍ୟପ୍ରାଣ ରାଜନୀତିଜ୍ଞ

ବିଷ୍ଣୁ ସେଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା, ବିଷ୍ଣୁ ଥିଲେ ସାହିତ୍ୟପ୍ରାଣ ରାଜନୀତିଜ୍ଞ

40

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଷ୍ଣୁ ସେଠୀ ଥିଲେ ସାହିତ୍ୟପ୍ରାଣ ରାଜନୀତିଜ୍ଞ। ଅବହେଳିତ ମଣିଷଙ୍କ ଶାଣିତ ସ୍ୱର। ସେ ଏକାଧାରରେ ଜଣେ ସାହାସୀ, ସାମ୍ବାଦିକ, ବିପ୍ଳବୀ କବି ଓ ସାଲିସ୍ ବିହୀନ ରାଜନେତା ଥିଲେ। ଆଉ ରାଜନୀତିରେ ଜଣେ ନିର୍ଭିକ, ସ୍ପଷ୍ଟବାଦୀ ବିଧାୟକ ଭାବରେ ଓଡ଼ିଶା ବିଧାନସଭାରେ ସେ ସର୍ବଦା ସ୍ମରଣୀୟ ହୋଇରହିବେ। ତାଙ୍କ ବିୟୋଗରେ ଭଦ୍ରକ ଜିଲା ଓ ରାଜ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଟାଉନ୍ ହଲ ଠାରେ ବିଷ୍ଣୁ ସେଠୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସର୍ବସାଧାରଣ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବହୁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ, ଆଇନ୍‌ଜୀବୀ ଓ ସାମ୍ବାଦିକ ଏଭଳି ମତବ୍ୟକ୍ତ କରିଛନ୍ତି। ବିଷ୍ଣୁ କହୁଥିଲେ, ରାଜନୀତି ପରିଚୟ ସବୁଦିନ ରହେନାହିଁ। ତାଙ୍କର ୨ଟି କବିତା ସଂକଳନ ଓ ଏକ ପ୍ରବନ୍ଧ ପୁସ୍ତକ ରହିଛି। ଏହାଛଡା ଦୀର୍ଘ ୧୪ ବର୍ଷ ଧରି ଭଦ୍ରକରୁ ‘ଘାସଫୁଲ’ ନାମକ ଏକ ତ୍ରୈମାସିକ ସାହିତ୍ୟ ପତ୍ରିକା ତାଙ୍କ ସଂପାଦନାରେ ପ୍ରକାଶିତ ହୋଇଆସୁଛି। ଜଣେ ଦରଦୀ କବି ଭାବେ ସ୍ୱର୍ଗତଃ ସେଠୀଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ଭଦ୍ରକରୁ ପ୍ରକାଶିତ ବିଶେଷ ଖବରରେ ସେ ସହ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମନଗର ବିଧାୟକ ଭାବେ ଧାମନଗରବାସୀଙ୍କ ସମସ୍ୟା ସହ ସେ ଓତଃପ୍ରୋତଃ ଭାବେ ଜଡିତ ଥିଲେ। ସ୍ତମ୍ଭକାର ଅଭୟ ଦ୍ୱିବେଦୀ ମଂଚ ପରିଚାଳନା କରିଥିବାବେଳେ ଡାକ୍ତର ପ୍ରଦୀପ ନାୟକ ଏହି ସର୍ବସାଧାରଣ ଶ୍ରଦ୍ଧାଞ୍ଜଳି ସଭାରେ ସଂଯୋଜନା କରିଥିଲେ। ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ବରିଷ୍ଠ ସାହିତ୍ୟିକ ରାଧାବିନୋଦ ନାୟକ, ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ଡ. ଶଶଧର ଦାସ, ପବିତ୍ର ପାଣିଗ୍ରାହୀ, ଭଦ୍ରକ ପୌରାଧ୍ୟକ୍ଷ ଗୁଲମକ୍କୀ ଦଲୱାଜି ହବିବ, ବିଜେପି ନେତା ଅଭିମନ୍ୟୁ ସେଠୀ, ସମାଜସେବୀ ଅଜୟ ନାୟକ, ଏସଏମ ଫାରୁକ, ଡାକ୍ତର ହରେକୃଷ୍ଣ ନାୟକ, ପ୍ରମୋଦ ରାୟ, କମଳାକାନ୍ତ ସ୍ୱାଇଁ, ଶ୍ରୀହର୍ଷ ସ୍ୱାଇଁ, ରବିନାରାୟଣ ପଣ୍ଡା, ଅରୁଣ ଚାନ୍ଦ, ଗଦାଧର ବଳ, ପବନ ଶର୍ମା, ଅତିଶ ବେହେରା, ପ୍ରାକ୍ତନ କାଉନ୍‌ସିଲର ପ୍ରବୀର ଜେନା, ମନସ୍ମିତା ଖୁଣ୍ଟିଆ, ଜିଲା ବିଜେପି ସଭାପତି ହେମନ୍ତ ପାଢୀ, ଅକ୍ଷୟ ସାହୁ, ଜଗନ୍ନାଥ ଦାସ, ଡ. ମମତା ସାହୁ, ଡ. ରାଧାରାଣୀ ମହାପାତ୍ର, କଳ୍ପନା ଜେନା, ତପସ୍ୱିନୀ ମହାପାତ୍ର, ପ୍ରକାଶ ମହାପାତ୍ର, ଜ୍ଞାନ ପାଣି ଓ ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.