Home Top News ତା’ ଗାଳି ତା’ର

ତା’ ଗାଳି ତା’ର

143

ଶ୍ରେଣୀରେ ଶିକ୍ଷକ ପଢ଼ାଉଥିବା ସମୟରେ ଦେଖିଲେ ଜଣେ ଛାତ୍ର ମନ ଦୁଃଖରେ ବସିଛି। କ୍ଲାସ୍ ସରିଲା ପରେ ଶିକ୍ଷକ ପଚାରିଲେ ତୁମର ମନ ଦୁଃଖ କାହିଁକି ? ଏମିତି ଦୁଃଖରେ ପାଠ କ’ଣ ବୁଝିବ ? ଛାତ୍ରଟି କହିଲା ସାର୍ ମୁଁ କାହାର କିଛି କ୍ଷତି କରେ ନାହିଁ, କିଛି ଖରାପ କଥା ଆଲୋଚନା ମଧ୍ୟ କରେ ନାହିଁ, ମୋ ପାଠ ଭଲ ତ ମୁଁ ଭଲ। ସାର୍ ମାନେ କୁହନ୍ତି ମୁଁ ଭଲ ପଢେ ଆଉ ମୋର ବ୍ୟବହାର ମଧ୍ୟ ଭଲ। ଏହା ଶୁଣି ଜଣେ ସାଙ୍ଗ ଇର୍ଷାପରାଯଣ ହୋଇ ମୋ ପଛରେ ଗାଳି କରୁଛି ଯାହା ମୁଁ ଜାଣିବାକୁ ପାଇଲି। ସେଥିଲାଗି ମୋତେ ବହୁତ ଦୁଃଖ ଲାଗୁଛି, ପାଠପଢା ପ୍ରତି ଏକାଗ୍ରତା ରହୁ ନାହିଁ। ଏହା ଶୁଣି ଶିକ୍ଷକ କହିଲେ ତୁମ ପଛରେ ଜଣେ ସାଙ୍ଗ ଗାଳି କରୁଛି ବୋଲି ଯିଏ କହିଲା ତାହା ମଧ୍ୟ ମିଛ ହୋଇଥାଇପାରେ। ପର କଥା ଶୁଣି ଦୁଃଖ କରିବା ଠିକ୍ ନୁହେଁ। ମନେକର ତୁମ ସାଙ୍ଗ ତୁମ ପଛରେ ଗାଳି କରିବା କଥାଟି ସତ୍ୟ ଅଟେ ତେବେ ତା’ ଗାଳି ତା’ର, ତମେ କାହିଁକି ମନ ଦୁଃଖ କରୁଛ ? ଛାତ୍ରଟି କହିଲା ସାର୍ ଆପଣଙ୍କ କଥା ମୁଁ ବୁଝିପାରିଲିନି। ଶିକ୍ଷକ କହିଲେ ମୁଁ ଗୋଟେ କଲମ ତୁମକୁ ଦେବି, ତୁମେ ଯଦି ତାହା ଗ୍ରହଣ କରିବ ନାହିଁ ତେବେ ସେ କଲମ କାହାର ହେବ? ଛାତ୍ରଟି କହିଲା, ମୁଁ ଯଦି କଲମଟି ଗ୍ରହଣ କରିବିନି ତେବେ ଆପଣଙ୍କ କଲମ ଆପଣଙ୍କର ହୋଇ ରହିବ। ଶିକ୍ଷକ କହିଲେ ଠିକ୍ ସେହିପରି ତୁମେ ଯଦି ତା’ ଗାଳି ଗ୍ରହଣ କରିବ ନାହିଁ ତେବେ ତା’ ଗାଳି ତା’ର। ତୁମେ ବିବ୍ରତ ହେବାର କିମ୍ବା ଦୁଃଖ କରିବାର କାରଣ ନାହିଁ। ଏପରି କଥାରେ ଭାଙ୍ଗି ନ ପଡି ନିଜ କର୍ମ ପଥରେ ଅଗ୍ରସର ହୁଅ। ପଛରେ ଗାଳି କହୁଥିବା ଲୋକ ଅନେକ ଅଛନ୍ତି। ସେମାନେ ଗାଳି କରି ସାମୟିକ ଆନନ୍ଦ ମଧ୍ୟ ପାଇଥାନ୍ତି ଓ ଅନ୍ୟକୁ ଦୁଃଖ ଦେବାକୁ ଚେଷ୍ଟା କରିଥାଆନ୍ତି। ଆମେ ଯାହା ଯାହା କହୁଛେ ଆଉ କରୁଛେ ଯଦି ଅନ୍ୟକୁ ଦୁଃଖ ଦେଉଛି ତେବେ ଆମ ପାଇଁ ମଧ୍ୟ ଭବିଷ୍ୟତକୁ ଅଛି।

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.