Home ଓଡ଼ିଶା ଭୈରବ ବାବୁଙ୍କ ଜାଲ ଫିଙ୍ଗା

ଭୈରବ ବାବୁଙ୍କ ଜାଲ ଫିଙ୍ଗା

80

ଭୈରବ ବାବୁଙ୍କ ଅଜବ ନୀତି
ଯୁଆଡ଼େ ଲାଭ ସିଆଡ଼େ ଗତି॥

ଇଛା କଲେ ମାଛ ଖାଇବେ ବୋଲି
କେନାଲ ଆଡ଼େ ଗଲେ ସେ ବୁଲି॥

ମାଛ ଡେଇଁବା ଦେଖି କେନାଲରେ
ବାହାରିଲେ ସେ ଜାଲ ଖୋଜିବାରେ॥

ପଡ଼ୋଶୀ ପାଖରୁ ଆଣିଲେ ଜାଲ
ମାଛ ଧରିବାକୁ ବଡ଼ କଲବଲ॥

ମାଛ ଧରାଳୀଙ୍କ ଜାଲ ପକା ଦେଖି
ଭାବିଲେ ସେ ସବୁ ଯିବେ ଯେ ଶିଖି॥

ବୀର ପରି ଜାଲ ଦେଲେ ସେ ଫିଙ୍ଗି
ଛନ୍ଦି ହୋଇଗଲା ଜାଲରେ ଲୁଙ୍ଗି॥

ଜାଲ ରହିଗଲା କୂଳରେ
ବାବୁ ସିଧା ଯାଇ ପାଣିରେ॥

ଜାଲ ପକାଇବା ସହଜ ନୁହେଁ
ବିନା କୌଶଳରେ ଏମିତି ହୁଏ॥

ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.