୭୯ ବର୍ଷ ପରେ ଅଷ୍ଟ୍ରେଲିଆରେ ପ୍ରବଳ ଗରମ ତାପମାତ୍ରା ୪୭ ଡିଗ୍ରୀ ପାର : ଅନ୍ୟପଟେ ଆମେରିକାରେ ପ୍ରବଳ ଥଣ୍ଡା ପାରଦ ମାଇନସ୍ ୭୩ ଡିଗ୍ରୀ

– ଗ୍ଲୋବଲ ୱାର୍ମିଙ୍ଗର ଅସର: ଅଷ୍ଟ୍ରେଲିଆରେ ପ୍ରବଳ ଗରମ: ଆମେରିକାରେ ପ୍ରବଳ ଥଣ୍ଡା ସିଡନୀ ୮-୧ (ଓଡ଼ିଆ ପୁଅ) ଦୁନିଆରେ କ୍ଲାଇମେଟ ଚେଞ୍ଜର ଅସର ଦେଖିବାକୁ ମିଳିଲାଣି। ଆମେରିକାରେ ବରଫର ଝଡ଼ ତୋଫାନ ହେଉଥିବା ବେଳେ ଅନ୍ୟ ପଟେ ଅଷ୍ଟ୍ରେଲିଆରେ ୭୯ ବର୍ଷ ପରେ ସବୁଠାରୁ ଅଧିକ ଗରମର ସାମନା କରିବାକୁ ପଡ଼ୁଛି। ମାଇନସ ୭୩.୩ ଡିଗ୍ରୀ ସେଲ୍ସିୟସ ତାପମାନ ସହିତ ଆମେରିକାର ନ୍ୟୁ ହୈମ୍ପଶାୟର ସବୁଠାରୁ ଥଣ୍ଡା ଜାଗା ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ଗରମ ସ୍ଥାନ ସିଡନୀରେ ୪୭.୫ ଡିଗ୍ରୀ ସେଲ୍ସିୟସ ତାପମାନ ରେକେର୍ଡ କରାଯାଇଛି। ୧୯୩୯ରେ ୪୭.୭ ଡିଗ୍ରୀ ତାପମାନ ରେକର୍ଡ଼ କରାଯାଇଥଇଲା। ଅଷ୍ଟ୍ରେଲିଆରେ ହାରାହାରି ତାପମାତ୍ରା ୫୦ ଡିଗ୍ରୀ…

"୭୯ ବର୍ଷ ପରେ ଅଷ୍ଟ୍ରେଲିଆରେ ପ୍ରବଳ ଗରମ ତାପମାତ୍ରା ୪୭ ଡିଗ୍ରୀ ପାର : ଅନ୍ୟପଟେ ଆମେରିକାରେ ପ୍ରବଳ ଥଣ୍ଡା ପାରଦ ମାଇନସ୍ ୭୩ ଡିଗ୍ରୀ"

ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ) ୨୦୧୭ର ମିଳିତ ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ)-୨୦୧୭ର ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (ଏମଓୟୁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ଲାଭ କରିଛି। ସମ୍ମିଳନୀର ସଫଳ ଆୟୋଜନ ଲାଗି ଲଜିଷ୍ଟିକ୍ସ, ପରିବହନ ଏବଂ ଆୟୋଜନସ୍ଥଳୀ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିବା ନିମନ୍ତେ ସହଯୋଗ କ୍ଷେତ୍ର ଏବଂ ଉତରଦାୟିତ୍ୱର ବ୍ୟବସ୍ଥା ଏହି ଏମଓୟୁରେ ରହିଛି। ଜିଇଏସ-୨୦୧୭ ବିଶ୍ୱସ୍ତରୀୟ ଶିଳ୍ପ ନେତୃବୃନ୍ଦଙ୍କ ସହିତ ବୈଠକ, ନେଟୱାର୍କିଂ ସେସନ୍ସ, ପିଚିଂ ପ୍ରତିଯୋଗିତା, ରଣନୈତିକ କର୍ମଶାଳା ଏବଂ ନୂଆ ସହଭାଗୀତା ପାଇଁ ସ୍ୱତନ୍ତ୍ର କ୍ଷେତ୍ର ଆଧାରିତ କାର୍ଯ୍ୟକ୍ରମ ନିମନ୍ତେ…

"ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ) ୨୦୧୭ର ମିଳିତ ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି"

ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଇସ୍ରାଏଲ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏହି ଏମଓୟୁ ଦ୍ୱାରା ଶକ୍ତି କ୍ଷେତ୍ରରେ ଭାରତ-ଇସ୍ରାଏଲ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ପାରସ୍ପରିକ ନିବେଶ, ପ୍ରଯୁକ୍ତି କୌଶଳ ହସ୍ତାନ୍ତର, ଗବେଷଣା ଏବଂ ବିକାଶ (ଆରଏଣ୍ଡଡି), ମିଳିତ ଅଧ୍ୟୟନ, ମାନବ ସମ୍ବଳ ବିକାଶ ଏବଂ ଷ୍ଟାର୍ଟଅପ୍ସ କ୍ଷେତ୍ରରେ ସହଭାଗିତା ନିମନ୍ତେ ସହଯୋଗ ଲାଗି ଏହି ଏମଓୟୁରେ ବ୍ୟବସ୍ଥା କରାଯାଇଛି।

"ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଇସ୍ରାଏଲ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ"

ସୂଚନା, ଯୋଗାଯୋଗ, ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ବେଲଜିୟମ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ସୂଚନା, ଯୋଗାଯୋଗ, ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବେଲଜିୟମ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ନଭେମ୍ବରରେ ବେଲଜିୟମ ରାଜା ଫିଲିପ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଏମଓୟୁରେ ସ୍ୱାକ୍ଷର କରିଥିଲେ। ଏମଓୟୁରେ ଥିବା ବ୍ୟବସ୍ଥା ଅନୁଯାୟୀ ସୂଚନା, ଯୋଗାଯୋଗ ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ ନୀତି, ସୂଚନା ଯୋଗାଯୋଗ ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ନିର୍ମାଣ ଏବଂ ସେବାର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଗବେଷଣା ତଥା ଡିଜିଟାଲ ଏଜେଣ୍ଡା…

"ସୂଚନା, ଯୋଗାଯୋଗ, ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ବେଲଜିୟମ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ"

ଭାରତ, ମିଆଁମାର ମଧ୍ୟରେ ଭୂ-ସୀମା ଅତିକ୍ରମ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ମିଆଁମାର ମଧ୍ୟରେ ହୋଇଥିବା ଭୂମି ସୀମା ଅତିକ୍ରମ ଚୁକ୍ତିକୁ ମଞ୍ଜୁରି ମିଳିଛି। ଏହି ଚୁକ୍ତି ଦ୍ୱାରା ଦୁଇ ଦେଶର ସୀମାବର୍ତ୍ତୀ ଇଲାକାରେ ସାଧାରଣ ଭାବେ ବସବାସ କରୁଥିବା ଲୋକମାନଙ୍କ ମୁକ୍ତ ଗମନାଗମନ ସମ୍ବନ୍ଧୀୟ ବର୍ତମାନର ଅଧିକାରର ନିୟନ୍ତ୍ରଣ ଏବଂ ସେଥିରେ ତାଳମେଳ ବଜାୟ ରଖିବାରେ ସୁବିଧା ହେବ। ଏହାଦ୍ୱାରା ବୈଧ ପାସପୋର୍ଟ ଏବଂ ଭିସା ଆଧାରରେ ଲୋକମାନଙ୍କ ଗମନାଗମନ ସହଜ ହୋଇପାରିବ, ଫଳରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଏବଂ ସାମାଜିକ ସମ୍ପର୍କ ବୃଦ୍ଧି ପାଇବ। ଏହି ଚୁକ୍ତି ଅଧୀନରେ ଭାରତ-ମିଆଁମାର ସୀମା ଅତିକ୍ରମ…

"ଭାରତ, ମିଆଁମାର ମଧ୍ୟରେ ଭୂ-ସୀମା ଅତିକ୍ରମ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ"

ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ, ଇଟାଲୀ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ/ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଇଟାଲୀ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ ମିଳିଛି। ଏହି ଏମଓୟୁ ୩୦ ଅକ୍ଟୋବର, ୨୦୧୭ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଭାରତ ସରକାରଙ୍କ ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ଆନନ୍ଦ କୁମାର ଏବଂ ଭାରତରେ ଅବସ୍ଥାପିତ ଇଟାଲୀ ରାଷ୍ଟ୍ରଦୂତ ଲୋରେଞ୍ଜୋ ଆଞ୍ଜେଲିନୀ ସ୍ୱାକ୍ଷର କରିଥିଲେ। ଆପୋସ ଲାଭ, ସମାନତା ଏବଂ ପାରସ୍ପରିକ ସହଯୋଗ ଆଧାରରେ ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବୈଷୟିକ ଓ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ…

"ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ, ଇଟାଲୀ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ"

ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଜୟ କେଶବ ଗୋଖଲେ ବିଦେଶ ସଚିବ ନିଯୁକ୍ତ

ନୂଆଦିଲ୍ଲୀ ୧-୧ (ଓଡ଼ିଆ ପୁଅ) ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଆଇଏଫଏସ ଅଫିସର ବିଜୟ କେଶବ ଗୋଖଲେଙ୍କୁ ବିଦେଶ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଗୋଖଲେଙ୍କର କାର୍ଯ୍ୟକାଳ ଆସନ୍ତା ୨ ବର୍ଷ ପାଇଁ ହେବ। ଗୋଖଲେ ୨୯ ଜାନୁଆରୀରୁ ବିଦେଶ ସଚିବ ପଦ ଗ୍ରହଣ କରିବେ। ବର୍ତ୍ତମାନର ବିଦେଶ ସଚିବ ଏସ ଜୟଶଙ୍କରଙ୍କର କାର୍ଯ୍ୟକାଳ ଜାନୁଆରୀରେ ପୂରା ହେଉଛି। ଭାରତୀୟ ବିଦେଶ ସେବା (ଆଇଏଫଏସ) ର ବରିଷ୍ଠ ଅଧିକାରୀ ବିଜୟ କେଶବ ଗୋଖଲେ ୧୯୮୧ ବ୍ୟାଚର ଅଧିକାରୀ ଅଟନ୍ତି। ବର୍ତମାନ ଗୋଖଲେ ବିଦେଶ ମନ୍ତ୍ରଣାଳୟରେ ସଚିବ (ଆର୍ଥିକ ସମ୍ବନ୍ଧ)ର ପଦରେ ସେବାରତ। ତାଙ୍କୁ ଦୁଇ ବର୍ଷ ପାଇଁ ବିଦେଶ ସଚିବ…

"ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଜୟ କେଶବ ଗୋଖଲେ ବିଦେଶ ସଚିବ ନିଯୁକ୍ତ"