Home Coronavirus Outbreak ବାଗଦାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮୨ ମୃତ୍ୟୁ, ୧୦୦ ରୁ ଅଧିକ ଆହତ

ବାଗଦାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮୨ ମୃତ୍ୟୁ, ୧୦୦ ରୁ ଅଧିକ ଆହତ

111

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଇରାକର ରାଜଧାନୀ ବାଗଦାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୋଭିଡ ହସ୍ପିଟାଲରେ ଅକ୍ସିଜେନ୍‌ ଟାଙ୍କି ଫାଟିଯିବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୮୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଇରାକ୍‌ ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଦୁର୍ଘଟଣା ପରେ ଦେଶର ସମସ୍ତ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯିବ। ଶନିବାର ଦିନ ଡିଆଲା ବ୍ରିଜ ଅଞ୍ଚଳର ଇବାଲା ଅଲ ଖତିବ ଡାକ୍ତରଖାନାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡରେ ଦୁଇ ଶହ ଲୋକଙ୍କୁ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହି ସମୟରେ ଦେଶରେ କରୋନା ମାରାତ୍ମକ ହୋଇପଡିଛି। ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ କାଦିମି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ଘଟଣା ସିଧାସଳଖ ଅବହେଳା କୁ ଦର୍ଶାଉଛି। ସୂଚନାଯୋଗ୍ୟଯେ, ଇରାକର ଚିକିତ୍ସା ସେବା ଦୀର୍ଘ ସମୟ ଧରି ଖରାପ ହୋଇଛି। କୋଭିଡ -୧୯ କାରଣରୁ ଏଠାରେ ୧୫, ୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସାଇଟରେ ଉପସ୍ଥିତ ଜଣେ ବ୍ୟକ୍ତି କହିଛନ୍ତି ଯେ ରୋଗୀ ଏବଂ ତାଙ୍କ ପରିବାର ଝରକା ଦେଇ ଡେଇଁପଡିଥିଲେ। ବ୍ଲାଷ୍ଟ ହେବାପରେ ପେଟ୍ରୋଲ ବଢ଼ିବା ପରି ନିଆଁ ଅତି ଦ୍ରୁତ ଗତିରେ ବ୍ୟାପିଗଲା। ସମସ୍ତ ଆହତ ରୋଗୀଙ୍କୁ ତୁରନ୍ତ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇରାକ ମାନବ ଅଧିକାର ଆୟୋଗ ମଧ୍ୟ ଏହି ଘଟଣାର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। କହିଛନ୍ତି ଯେ ଭେଣ୍ଟିଲେଟରରେ ୨୮ ଜଣ ଅଛନ୍ତି।

https://twitter.com/IOHRiraq/status/1386276294166564870

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.