Home Coronavirus Outbreak କରୋନା ନେଇଗଲା ମିଷ୍ଟର ଇଣ୍ଡିଆଙ୍କ ଜୀବନ: ଜଗଦୀଶ ଲଡଙ୍କର କରୋନାରେ ମୃତ୍ୟୁ ..

କରୋନା ନେଇଗଲା ମିଷ୍ଟର ଇଣ୍ଡିଆଙ୍କ ଜୀବନ: ଜଗଦୀଶ ଲଡଙ୍କର କରୋନାରେ ମୃତ୍ୟୁ ..

108

ନୂଆଦିଲ୍ଲୀ: ୩୪ ବର୍ଷୀୟ ଅନ୍ତର୍ଜାତୀୟ ବଡି ବିଲଡର ତଥା ମିଷ୍ଟର ଇଣ୍ଡିଆ ଜଗଦୀଶ ଲଡଙ୍କର ଶୁକ୍ରବାର ଦିନ ଭଦୋଦରା ଠାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ହେବା ପରେ ଜଗଦୀଶ ଲଡଙ୍କୁ ଚାରି ଦିନ ଧରି ଅକ୍ସିଜେନ ଦେଇ ରଖାଯାଇଥିଲା। ସବୁବେଳେ ହସ ହସ ଚେହେରା ରଖୁଥିବା ଜଗଦୀଶ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆନ୍ତର୍ଜାତୀୟ ବଡି ବିଲଡିଂରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିଲେ। କିନ୍ତୁ ଜୀବନର ଯୁଦ୍ଧରେ କରୋନା ପାଇଁ ସେ ହାରିଗଲେ। ଜଗଦୀଶଙ୍କ ଦେହାନ୍ତ ଖବର ପାଇବା ପରେ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଜଗଦୀଶ ଲଡ ୯୦ କିଲୋଗ୍ରାମ ଓଜନ ଶ୍ରେଣୀରେ ଭାଗ ନେଇଥିଲେ। ସେ ପ୍ରାୟ ୧୫ ବର୍ଷ ଧରି ଜଣେ ବୃତ୍ତିଗତ ଖେଳାଳି ଭାବରେ ନିଜର କ୍ୟାରିଅର୍ କରିଥିଲେ। ଜଗଦୀଶ କିଛି ବର୍ଷ ପୂର୍ବେ ନାଭି ମୁମ୍ବାଇରୁ ଭଦୋଦରା ଯାଇଥିଲେ। ଏଠାରେ ସେ ଏକ ଜିମ୍ ଆରମ୍ଭ କରିଥିଲେ। ଜଗଦୀଶ ମୂଳତଃ ସାଙ୍ଗଲି ଜିଲ୍ଲାର କୁଣ୍ଡଲ ଗାଁ’ର ଥିଲେ। ଜଗଦୀଶ ଲଡ ବିଶ୍ୱ ଚମ୍ପିୟନଶିପ୍‌ରେ ରୌପ୍ୟପଦକ ଏବଂ ମିଷ୍ଟର ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଜଗଦୀଶ ଲଡ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମହାରାଷ୍ଟ୍ର ଏବଂ ଭାରତର ପ୍ରତିନିଧିତ୍ୱ କରିଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.