Home Top News ଡୋମିନିକା ଜେଲରେ ରଖାଯାଇଥିବା ବେଳେ ମେହୁଲ ଚୋକସିର ଫଟୋ ସାମ୍ନାକୁ ଆସିଲା ତା’ ହାତରେ ମାଡ଼...

ଡୋମିନିକା ଜେଲରେ ରଖାଯାଇଥିବା ବେଳେ ମେହୁଲ ଚୋକସିର ଫଟୋ ସାମ୍ନାକୁ ଆସିଲା ତା’ ହାତରେ ମାଡ଼ ଯୋଗୁ ଲାଗିଛି ଆଘାତ

101

ନୂଆଦିଲ୍ଲୀ ମଇ ୩୦ (ଓଡିଆ ପୁଅ) ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ ଅଭିଯୁକ୍ତ ତଥା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ ଡୋମିନିକା ଜେଲରେ ଥିବା ସମୟରେ ଆସିଛି। ଫଟୋରେ ମେହୁଲ ଚୋକସି ଏକ ଲୁହା ଫାଟକ ପଛରେ ଠିଆ ହୋଇଥିବା ନଜର ଆସୁଛି। ଲୁହା ଫାଟକଟି ଲକ୍ ଅପ୍ ରୁମ୍ ପରି ଦେଖାଯାଉଛି। ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଅଧୀନରେ ଅଛି। ତାକୁ ଚାରି ଦିନ ପୂର୍ବରୁ ସିଆଇଡି ଗିରଫ କରିଥିଲା।

ମେହୁଲ ଚୋକସିର ଆଉ କିଛି ଫଟୋ ପ୍ରକାଶ ପାଇଛି। ଗୋଟିଏ ଚିତ୍ରରେ ସେ କବାଟରୁ ହାତ ବାହାର କରି ଦେଖାଉଥିବା ଦେଖିବାକୁ ମିଳିଛି। ତା’ ହାତରେ ଆଘାତ ଲାଗିଥିବା ମଧ୍ୟ ଦେଖାଯାଉଛି। ଜେଲରେ ତାକୁ ମାଡ ଦିଆଯାଉଥିବା ମେହୁଲ ଚୋକସି ଅଭିଯୋଗ କରିଛି। ଏହାର ପ୍ରମାଣ ଭାବରେ ସେ ତା’ ବାହୁରେ ଲାଗିଥିବା ଚୋଟକୁ ଦେଖାଉଛି।

ଆଣ୍ଟିଗୁଆ ଏବଂ ବାରବୁଡା ପୋଲିସ ମୁଖ୍ୟ ଆଟଲେ ରୋଡନୀ ଶୁକ୍ରବାର ଦିନ ଏହା ମନା କରିଦେଇଥିଲେ ଯେ, ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ପୋଲିସ ଅପହରଣ କରିଛି। ସେ କହିଛନ୍ତି ଯେ ଆମ ପାଖରେ କୌଣସି ସୂଚନା ନାହିଁ ଯେ ମେହୁଲ ଚୋକସିକୁ ଆଣ୍ଟିଗୁଆରୁ ଅପହରଣ କରାଯାଇଥିଲା।

ସୂଚନାଯୋଗ୍ୟଯେ, ୨୫ ମଇରେ ଚୋକସି ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି, ଯାହା ପରେ ତାକୁ ଡୋମିନିକା ଅଟକ ରଖିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.