ଏଚ ଆଇ ଭି/ଏଡସକୁ ନେଇ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକରୀ କରିବା ନେଇ ଆଲୋଚନା

ବଲାଙ୍ଗୀର ୩-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଓଡ଼ିଶା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସମିତି ଗଠନ କରି ଏହି ଭୁତାଣୁରେ ଆକ୍ରାନ୍ତଙ୍କ ଅକାଳ ମୃତ୍ୟୁ ନ ହେବା ଓ ଅନ୍ୟକୁ ସଂକ୍ରମଣ ନ ହେବା ପାଇଁ ଓଡ଼ିଶାର ବିଭିନ୍ନ ଦାଦନ ପ୍ରବଣ ଅଂଚଳରେ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଓଡ଼ିଶାର ଗଂଜାମ ଜିଲ୍ଲାକୁ ଟପି ବଲାଙ୍ଗୀର ଜିଲ୍ଲାରେ ଏହି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ହେବା ସହ ଅନେକ ସଂଖ୍ୟାରେ କ୍ରମାଗତ ଭାବେ ମୃତ୍ୟୁର ଶିକାର ଏକ ଚିନ୍ତାର ବିଷୟ ହୋଇଥିଲା। ଏଥିପାଇଁ ଏନ.ଏସ.ଏପି.୧.୨ ଓ ୩ ଏହି ପରି ଚାରୋଟି ପର୍ଯ୍ୟାୟରେ ସମୟ ବ୍ୟବଧାନରେ ଯୋଜନା ଆରମ୍ଭ…

"ଏଚ ଆଇ ଭି/ଏଡସକୁ ନେଇ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକରୀ କରିବା ନେଇ ଆଲୋଚନା"

ପୁରୀ ଜିଲ୍ଲାରେ ୨୪୦ ପଦବୀ ଡାକ୍ତର ଥିବା ବେଳେ ମାତ୍ର ୧୧୭ଜଣ ଡାକ୍ତର ଅଛନ୍ତି

ପୁରୀ:୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲାରେ ଡାକ୍ତର ମରୁଡି ଦେଖାଦେଇଛି। ଜିଲ୍ଲାରେ ଅଧାରୁ ଅଧିକ ପାଖାପାଖି ୫୫ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ୨୪୦ପଦବୀ ଥିବା ବେଳେ ୧୧୭ଜଣ ଡାକ୍ତର କାମ କରୁଛନ୍ତି। ଅର୍ଥାତ୍ ୧୨୩ଡାକ୍ତର ପଦବୀ ପୂରଣ ହୋଇପାରୁନାହିଁ। ଏହାକୁ ନେଇ ଜିଲ୍ଲା ଡେଭଲପ୍ମେଣ୍ଟ ଆଣ୍ଡ କୋଡିନେସନ୍ ମନିଟେରିଂ କମିଟି ଦିଶା ବୈଠକରେ ଉଦ୍ବେଗ ପ୍ରକାଶ ହୋଇଥିଲା। ସାଂସଦ ପିନାକୀ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ଏହାର କାର୍ଯ୍ୟକାରୀତାର ସମୀକ୍ଷା ସହିତ ସ୍ୱାସ୍ଥ୍ୟସେବାକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏନ୍ଏଚ୍ଏମ୍ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଧ୍ୟାନ ଖର୍ଚ୍ଚରେ ମଧ୍ୟ ପୁରୀ ଜିଲ୍ଲାରେ…

"ପୁରୀ ଜିଲ୍ଲାରେ ୨୪୦ ପଦବୀ ଡାକ୍ତର ଥିବା ବେଳେ ମାତ୍ର ୧୧୭ଜଣ ଡାକ୍ତର ଅଛନ୍ତି"

ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ

ସଇଁତଳା ୧-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସଇଁତଳା ବ୍ଲକ କୁଇକେଡ଼ ଗ୍ରାମ ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଏଫଏଚଡ଼ି ଇଣ୍ଡିଆ ଗୁଡ଼ନିଉଜ ହେଲତ କେୟାର ସର୍ଭିସ ତଥା ରେଙ୍ଗାଲି ଯୁବ ସଂଘର ମିଲତ ଅନୁକୂଲ୍ୟରେ ଏକ ଦିନିଆ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିବିର ପୂର୍ବରୁ ଏକ ସ୍ୱାସ୍ଥ୍ୟ ସଚେତନ ସଭା ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତଥି ଭାବରେ ବିଶିଷ୍ଠ ସମାଜସେବୀ ବିଭିଷଣ ନାଗ ଓ ସମାନ୍ୟ ଅତଥି ସ୍ଥାନୀୟ ସରପଞ୍ଚଚ ପୁଷ୍ପାଞ୍ଜଳି ବଗ ସମିତି ସଭ୍ୟା ପ୍ରତିମା ସାହୁ ଡବିଲହନ ସାଗର ଯୋଗ ଦେଇ…

"ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ"

ଯକ୍ଷ୍ମା ନିରାକରଣ ସଂପର୍କିତ କର୍ମଶାଳା

ଭଦ୍ରକ, ୧/୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତୀୟ ଚିକିତ୍ସିକ ସଂଘ(ଆଇଏମଏ) ଭଦ୍ରକ ଶାଖା ସହାୟତାରେ ତଥା ଜିଲା ଯକ୍ଷ୍ମା ନିୟନ୍ତ୍ରଣ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଯକ୍ଷ୍ମା ରୋଗ ସଂପର୍କିତ ସଚେତନତା କର୍ମଶାଳା ବ୍ଲୁ ଭାଇନ ହୋଟେଲର ଅଭ୍ୟର୍ଥନା ଗୃହରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମହମ୍ମଦ ଅବଦୁଲ ରସିଦ୍ ଉଦଘାଟନ କରିବା ସହ ପୌରୋହିତ୍ୟ କରିଥିଲେ। ସଭାରେ ଅତିରିକ୍ତ ଜନସ୍ୱାସ୍ଥ୍ର୍ୟ ଅଧିକାରୀ(ଯକ୍ଷ୍ମା) ଡ. ସରୋଜ କୁମାର ପଲାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଏମଏ ଜିଲା ସଂପାଦକ ଡ. ହରେକୃଷ୍ଣ ନାୟକ ଯକ୍ଷ୍ମା ରୋଗ ନିୟନ୍ତ୍ରଣରେ ଘରୋଇ ଚିକିତ୍ସିକଙ୍କ ଭୂମିକା ଉପରେ ଆଲୋକପାତ…

"ଯକ୍ଷ୍ମା ନିରାକରଣ ସଂପର୍କିତ କର୍ମଶାଳା"

୫ ପାଥୋଲ୍ୟାବ୍ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ)- ସମ୍ବଲପୁର ସହରରେ ବିନା ଲାଇସେନ୍ସରେ ଚାଲିଥିବା ୫ଟି ପାଥୋଲ୍ୟାବ୍ କୁ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ଆସିଷ୍ଟାଣ୍ଟ କଲେକ୍ଟର କୁନ୍ତିରାଣୀ ପ୍ରଧାନ ଓ ପୁଲିସ ଫୋର୍ସ ଉପସ୍ଥିତିରେ ସିଡିଏମ୍ ଓ ଡା. କଲ୍ୟାଣ କୁମାର ଗୁପ୍ତା ଏବଂ ଏଡିଏମ୍ ଓ (ପରିବାର କଲ୍ୟାଣ) ଡା. କୁବେର ଚନ୍ଦ୍ର ମହନ୍ତ ହସ୍ ପିଟାଲ ରୋଡ୍ ସ୍ଥିତ ବାଲାଜୀ, ବାଇଓପ୍ ସି ୱାର୍ଲଡ, ଡେବ୍ ସ୍, ଦିବ୍ୟା, ସାଇ ପାଥୋ କ୍ଳିନିକ୍ ରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିଥିଲେ। ସାଇ ପାଥୋଲ୍ୟାବ୍ ର ଗତ ୫ ବର୍ଷ ହେଲା ବିନା ଲାଇସେନ୍ସରେ ଚାଲିଥିବା ବେଳେ ଅନ୍ୟଗୁଡ଼ିକର ଲାଇସେନ୍ସ ଅବଧି ବର୍ଷାଧିକ…

"୫ ପାଥୋଲ୍ୟାବ୍ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ"

ଶାଳଣିଆଁ ଡାକ୍ତରଖାନାରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ରୋଗୀସେବା ବନ୍ଦ

ହାଟଡ଼ିହି, ୨୯/୮/ :(ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଡାକ୍ତର ଓ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ଡାକ୍ତରଖାନାରେ ରୋଗୀ ସେବା ବନ୍ଦ ହେବ ହୋଇଛି। କେହିବି ଡାକ୍ତର କି ଫାର୍ମାସିଷ୍ଟ ଡାକ୍ତରଖାନାକୁ ନଆସିବାରୁ ରୋଗୀମାନେ ଅପେକ୍ଷା କରି କରି ନିରାଶ ହୋଇ ଫେରିଯାଇଛନ୍ତି। ଗତକାଲି ଜଣେ ଯୁବକ ଛୁରୀ ଧରି ଦିନ ତମାମ ଉନ୍ମୁକ୍ତ କାଣ୍ଡ ଘଟାଇବା ପରେ ଆଜି ଡାକ୍ତରଖାନାକୁ କାଁ ଭାଁ କର୍ମଚାରୀ ଆସିଥିଲେ ବି କୌଣସି ସରକାରୀ କାମ ନକରି ଫେରି ଯାଇଛନ୍ତି। ଆଜି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଧନେଶ୍ୱର ସେଠୀ, ନନ୍ଦିପଦା ଆଇଆଇସି ଦିବ୍ୟକାନ୍ତୀ ଲାକ୍ରା, ଏସ.ଆଇ…

"ଶାଳଣିଆଁ ଡାକ୍ତରଖାନାରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ରୋଗୀସେବା ବନ୍ଦ"

ହଜିଯାଇଛି ମାନବିକତା :୭୦ହଜାର ଟଙ୍କା ପାଇଁ ଚିକିତ୍ସାଳୟରେ ବନ୍ଧା ପଡିଛି ଜୀବନ :ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

କେନ୍ଦୁଝର ୨୯-୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପ୍ଟଟନାୟକ) ଆଦିବାସୀ ଗରିବ ବିପିଏଲ ପରିବାରଟିଏ। ସେମାନଙ୍କର ଅଶିକ୍ଷିତତା ଓ ସରଳତାର ସୁଯୋଗ ନେଇ ରୋଗୀକୁ ଘରୋଇ ଚିକିତ୍ସାଳୟରେ ଭର୍ତ୍ତୀ କରି ପକେଟ ଗରମ କରି ଦଲାଲ ଚାଲିଗଲା। ହସପିଟାଲର ଖର୍ଚ୍ଚ ବହନ କରିବାକୁ ପାଖରେ ଅର୍ଥ ନଥିବାରୁ ସେଠାରେ ବନ୍ଧା ପଡିଛି ବିପିଏଲ ପରିବାରଟିର ରୋଗୀ। ଟଙ୍କା ଦିଅ ରୋଗୀକୁ ନିଅ, ଏପରି କଠୋର ନିଷ୍ପତି ଶୁଣାଇ ଦେଇଛନ୍ତି ସେହି ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ। ଏଭଳି ଏକ ସମ୍ବେଦନଶୀଳ ତଥ୍ୟ ରଖି ରୋଗୀର ମୁକ୍ତି ପାଇିଁ ଜିଲ୍ଲା ପ୍ରଶାସନର ଶରଣାପନ୍ନ ହୋଇଛନ୍ତି କେନ୍ଦୁଝର ଶଙ୍କିରୀ ଗ୍ରାମର ତୁଳସୀ ମୁଣ୍ଡା। କେନ୍ଦୁଝର ସଦର ବ୍ଲକ ଶଙ୍କିରୀ ଗ୍ରାମର ଗରୀବ…

"ହଜିଯାଇଛି ମାନବିକତା :୭୦ହଜାର ଟଙ୍କା ପାଇଁ ଚିକିତ୍ସାଳୟରେ ବନ୍ଧା ପଡିଛି ଜୀବନ :ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର"

ସମସ୍ୟାରେ ଆରଜିଏଚ୍ ଡାଏଲିସିସ ସେଟଂର କିଡ଼ନୀ ରୋଗୀ ହନ୍ତସନ୍ତ

ରାଉରକେଲା ୨୭-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସବୁବେଳେ ଅବହେଳାରେ ରହି ଆସିଛି ରାଉରକେଲା ସରକାରୀ ଡାକ୍ତରଖାନା। ଜିଲାସ୍ତରୀୟ ଡାକ୍ତରଖାନା ନହେଲେ ମଧ୍ୟ ଜିଲାସ୍ତରୀୟ ଡାକ୍ତରଖାନାଠାରୁ ଏହାର ରୋଗୀ ସଂଖ୍ୟା ଅଧିକ। ଭିତିଭୂମିର ବିକାଶ ହୋଇଥିଲେ ବି ଏହାର ହସପିଟାଲର ଡାକ୍ତର କର୍ମଚାରୀଙ୍କ ଅଭାବ ରୋଗୀ ସେବା ପାଇଁ ଚିନ୍ତାର କାରଣ ହେଉଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାରେ ସମୀକ୍ଷା ବୈଠକ କରି ଏହି ହସ୍ପିଟାଲର ସମସ୍ୟା ଭିତରେ ଡାଏଲସିସ୍ ସେଟଂରକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବାରମ୍ବାର ଦାବି ହେଉଛି। ବଢୁଥିବା କିଡନୀ ରୋଗୀଙ୍କ ପାଇଁ ଆରଜିଏଚ୍ ରେ ଡାଏଲସିସ୍ ସେଟଂର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମତପ୍ରକାଶ ପାଉଛି। ରାଉରକେଲା ସରକାରୀ ଡାକ୍ତରଖାନା ଉପରେ…

"ସମସ୍ୟାରେ ଆରଜିଏଚ୍ ଡାଏଲିସିସ ସେଟଂର କିଡ଼ନୀ ରୋଗୀ ହନ୍ତସନ୍ତ"

ଭୁବନେଶ୍ୱର ଏମସର ପ୍ରଥମ ସମାବର୍ତ୍ତନ ଉତ୍ସବ ଗ୍ରାମାଂଚଳ ଡାକ୍ତରଖାନାଗୁଡିକରେ ରୋଗୀ ସେବାକୁ ପ୍ରାଥମିକତା ଦେବାକୁ ଡାକ୍ତରୀ ଛାତ୍ରମାନଙ୍କୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

– ଓଡିଶାର ଲୋକଙ୍କୁ ଉନ୍ନତମାନର ଚିକିତ୍ସାପାଇଁ ଆଉ ଦିଲୀ ଏମସକୁ ଯିବାକୁ ପଡିବ ନାହିଁ-ଧର୍ମେନ୍ଦ୍ର ପ୍ରଧାନ – ଦିଲୀ ଏମସରେ ଓଡିଶାର ଜଗାବଳିଆଙ୍କ ବିରଳ ଅସ୍ତ୍ରୋପଚାର ପରି ଅପରେସନ ଭୁବନେଶ୍ୱର ଏମସରେ ଖୁବଶୀଘ୍ର ହେବ – ଏମସ ତରଫରୁ ହସପିଟାଲ ପରିସରରେ ଅଟଳଜୀଙ୍କ ଏକ ପୂର୍ଣ ପ୍ରତିମୂର୍ତି ସ୍ଥାପନ କରାଯାଉ – ମୋଦି ସରକାର ଓଡିଶାର ସାଧାରଣ ଜନତାଙ୍କ ଢାଂଚାଗତ ଉନ୍ନତି ପାଇଁ ଯୋଗାଇଛନ୍ତି ପ୍ରଚୁର ଅର୍ଥ – ରାଜ୍ୟ ସରକାରଙ୍କ ସହଯୋଗ କଥା ପ୍ରତିଶୃତିରେ ନରହୁ – ପ୍ରଥମ ସ୍ତର ଟ୍ରମା କେୟାର ପାଇଁ ପେଟ୍ରୋନେଟ ଏଲଏନଜି ଫାଉଣ୍ଡେସନ, ବର୍ନ ଚିକିତ୍ସା କେନ୍ଦ୍ର ପାଇଁ ଏନଟିପିସି ଓ ଧର୍ମଶାଳା ପାଇଁ ନାଲକୋ ଦେବେ ଆର୍ଥିକ…

"ଭୁବନେଶ୍ୱର ଏମସର ପ୍ରଥମ ସମାବର୍ତ୍ତନ ଉତ୍ସବ ଗ୍ରାମାଂଚଳ ଡାକ୍ତରଖାନାଗୁଡିକରେ ରୋଗୀ ସେବାକୁ ପ୍ରାଥମିକତା ଦେବାକୁ ଡାକ୍ତରୀ ଛାତ୍ରମାନଙ୍କୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ"

ଓଡ଼ିଶାରେ ଖୋଲିବ ଆଉ ତିନୋଟି ମେଡ଼ିକାଲ କଲେଜ

– ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜନୀତି ସ୍ପୃହଣୀୟ ନୁହଁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ – ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ଓଡିଶାବାସୀଙ୍କୁ ବଂଚିତ କରାନଯାଉ – ଭଦ୍ରକ, ଯାଜପୁର, ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଗୋଟିଏ କରି ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ରର ନିଷ୍ପତି – କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲ କଲେଜରେ ସୁପର ସ୍ପେସାଲିଟି ବ୍ଲକ ପାଇଁ ୫୬୦ କୋଟି ଟଙ୍କାର ବ୍ୟୟ ବରାଦ ବାଲେଶ୍ୱର ୨୫-୮ (ଓଡ଼ିଆ ପୁଅ) ‘ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ’ ମାଧ୍ୟମରେ ୫୦ କୋଟି ଲୋକଙ୍କୁ ସାମଗ୍ରୀକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏହା ଅଧୀନରେ, ସାମଗ୍ରୀକ ସ୍ୱାସ୍ଥ୍ୟ ପହଁଚ ମାର୍ଗରେ ଆମ ଦେଶକୁ…

"ଓଡ଼ିଶାରେ ଖୋଲିବ ଆଉ ତିନୋଟି ମେଡ଼ିକାଲ କଲେଜ"