Home ଜିଲ୍ଲା ପରିକ୍ରମା ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କାୟାକଳ୍ପ ମାନ୍ୟତା

ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କାୟାକଳ୍ପ ମାନ୍ୟତା

42

ନୟାଗଡ଼ ୧୪/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢୀକରଣ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କାୟାକଳ୍ପ ଯୋଜନା ପ୍ରଣୟନ କରିଛନ୍ତି। ଚଳିତ ବର୍ଷ ୨୦୨୧/୨୨ ମସିହାରେ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ କାୟାକଳ୍ପ ଯୋଜନା ମାନ୍ୟତା ପ୍ରଦାନ କରିଥିବା ଜଣାପଡିଛି। ସେପ୍ଟେମ୍ବର ୧୩ ତାରିଖ ଅପରାହ୍ନରେ ନୟାଗଡ ଜିଲ୍ଲାପାଳ ଡଃ. ପୋମା ଟୁଡୁ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ଷଢ଼ଙ୍ଗୀ ନଗଦ ୧ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

୨୦୧୮ ମସିହା ଠାରୁ ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲଗାତର ଭାବେ ପୁରସ୍କାର ପାଇ ଆସୁଅଛି। ୨୦୧୮ ଓ ୨୦୨୦ ରେ ଦର୍ପନାରାୟଣପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ପୁରସ୍କାର ସମାରୋହରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବୈଦନାଥ ନନ୍ଦ, ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ, ଡାକ୍ତର ଦୀପ୍ତିମୟୀ ଭୋଳ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଦର୍ପନାରାୟଣପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କର୍ମଚାରୀମାନଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଜନସାଧାରଣ ସାଧୁବାଦ୍ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.