ୟୁକୋ ବ୍ୟାଙ୍କ ପକ୍ଷରୁ ୩ଟି ଗ୍ରାମରେ ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ୟୁନାଇଟେଡ଼ କମର୍ସିଆଲ ବ୍ୟାଙ୍କ (ୟୂୁକୋ ବ୍ୟାଙ୍କ) ସମ୍ବଲପୁର ଜୋନ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ପ୍ଲାଟିନମ୍ ଜୁବ୍ଲୀ ଅବସରରେ ବରଗଡ଼ ଜିଲ୍ଲାର ଚକରକେନ୍ଦ, କଳାହାଣ୍ଡି ଜିଲ୍ଲାର ରୁଷୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର କାଂସବାହାଲ ଠାରେ ଭୀମ୍ ଆଧାର ଆରମ୍ଭ କରାଯାଇଛି। ଭାରତ ଇଣ୍ଟରଫେସ ଫର ମନି ନାମକ ଏହି ଯୋଜନାରେ ଉକ୍ତ ତିନୋଟି ଗ୍ରାମର ଆର୍ଥିକ କାରବାର ଏଣିକି ଡ଼ିଜିଟାଲ ହେବ। ବାୟୋମେଟ୍ରି୍କ୍ ଆଧାରିତ ପ୍ରାପ୍ୟ ପ୍ରଦାନ ସିଷ୍ଟମ ଥିବା ଏହି ଆପସ୍ ଦ୍ୱାରା ବ୍ୟବହାରକାରୀମାନେ ଫିଙ୍ଗର ପ୍ରିଣ୍ଟ ସ୍କାନର ଦ୍ୱାରା କାରବାର କରିପାରିବେ। ଏହାଦ୍ୱାରା ଗ୍ରାହକମାନଙ୍କୁ ଏଣ୍ଡରଏଡ଼ ଫୋନ କିମ୍ବା ଅନ୍ୟ କୌଣସି ଟେକ୍ନୋଲୋଜି ଦରକାର ପଡ଼ିବ…

"ୟୁକୋ ବ୍ୟାଙ୍କ ପକ୍ଷରୁ ୩ଟି ଗ୍ରାମରେ ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା"

ଇଣ୍ଡିଆନ ବ୍ୟାଙ୍କ ବରେଇପାଲି ଶାଖା ଉଦ୍ଘାଟିତ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସୋମବାର ଇଣ୍ଡିଆନ ବ୍ୟାଙ୍କର ବରେଇପାଲି ଶାଖା ଉଦ୍ଘାଟିତ ହୋଇଯାଇଛି। ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ବ୍ୟାଙ୍କର ନୂଆ ଶାଖାର ଉଦ୍ଘାଟନ କରି ଗ୍ରାହକମାନଙ୍କୁ ଅତିଥି ଭାବି ଭଲ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁର ଏହି ଦ୍ୱିତୀୟ ଓ ରାଜ୍ୟର ୯୯ତମ ଶାଖାର ଉଦ୍ଘାଟନ ଅବସରରେ ଇଣ୍ଡିଆନ ବ୍ୟାଙ୍କର ଜୋନାଲ ମୁଖ୍ୟ ଏନ୍.କେ.ମିଶ୍ରା ଭଲ ଗ୍ରାହକ ସେବା ଯୋଗୁଁଁ ଅନ୍ୟ ବ୍ୟାଙ୍କ ତୁଳନାରେ ଇଣ୍ଡିଆନ ବ୍ୟାଙ୍କର ‘ଏନ୍ପିଏ’ କମ୍ ଥିବା ବେଳେ ସେୟାର ମୂଲ୍ୟ ଅନ୍ୟ କେତେକ ବ୍ୟାଙ୍କ ତୁଳନାରେ ବେଶି ରହିଛି ବୋଲି କହିଥିଲେ। ଇଣ୍ଡିଆନ ବ୍ୟାଙ୍କର ମୁଖ୍ୟ ଶାଖାର ପରିଚାଳକ ନିର୍ମଳ…

"ଇଣ୍ଡିଆନ ବ୍ୟାଙ୍କ ବରେଇପାଲି ଶାଖା ଉଦ୍ଘାଟିତ"

ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼ ପ୍ରତିବାଦରେ ସମ୍ବଲପୁରରେ ବିକ୍ଷୋଭ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବରଗଡ଼ ଜିଲ୍ଲା ବିଜେପୁରର ପଡ଼ାଗ୍ରାମରେ ବିଜେପି ନେତାଙ୍କ ଘର ଉପରକୁ ତିନି ରାଉଣ୍ଡ ଗୁଳି ଚାଳନାକୁ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଘଟଣାର ପ୍ରତିବାଦ ଏବଂ ଏହି ଅପରାଧରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ଗିରଫ ଦାବି ନେଇ ଆଜି ସ୍ଥାନୀୟ ଗୋଲବଜାର ଛକଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାରେ ଅଗ୍ନିସଂଯୋଗ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ନେତା ଡା. ରାଜକୁମାର ବଡ଼ପଣ୍ଡା, ରାଜ୍ୟ ସମ୍ପାଦିକା ଶ୍ରୀମତୀ ସବିତା ନନ୍ଦ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଉପସଭାପତି…

"ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼ ପ୍ରତିବାଦରେ ସମ୍ବଲପୁରରେ ବିକ୍ଷୋଭ"

ଲାଠିପ୍ରହାର ପରେ ୧୪ ଆନ୍ଦୋଳନକାରୀଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବିଭିନ୍ନ ଦାବି ନେଇ ଓଡ଼ିଶା ଆମ୍ବୁଲାନ୍ସ ସାର୍ଭିସ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ଗତକାଲି ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ଉପୁଜିଥିବା ଗଣ୍ଡଗୋଳ ଉପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ଆଜି ସ୍ଥାନୀୟ ଅଦାଲତକୁ ଚାଲାଣ କରାଯାଇଥିଲା। ସ୍ଥାନୀୟ ଟାଉନ ଥାନାର କେଶ ସଂଖ୍ୟା ୧୧/୨୦୧୮ ମୂଳେ ଆଇପିସିର ଧାରା ୧୪୫, ୧୪୭, ୧୪୮, ୨୯୪, ୩୫୩, ୫୦୬, ୩୩୨, ୩୦୭, ୧୪୯, ଓଡ଼ିଶା ଏସ୍ମା ଆଇନ ଏବଂ ପୋଲିସ ଆଇନର ବିଭିନ୍ନ ଦଫାରେ ଏହି ମାମଲା ରୁଜୁ କରାଯାଇଛି। ଆନ୍ଦୋଳନକାରୀଙ୍କ ଢ଼େଲା ମାଡ଼ରେ ୩ ଜଣ ପୋଲିସ…

"ଲାଠିପ୍ରହାର ପରେ ୧୪ ଆନ୍ଦୋଳନକାରୀଙ୍କୁ କୋର୍ଟ ଚାଲାଣ"

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ଓ ମାଡ ମାରିବା ପ୍ରସଙ୍ଗରେ: ଏସ୍ମା ବଳରେ ୩୮୮ ଜଣଙ୍କୁ ଗିରଫ କରିବା ମୁଖ୍ୟମନ୍ତ୍ରୀଙ୍କ ଶାସନର ଏକ କଳାଫର୍ଦ୍ଦ : ବିଜେପି

ଭୁବନେଶ୍ୱର, ତା ୦୮/୦୧ (ଓଡ଼ିଆ ପୁଅ) : ନିଜର ନ୍ୟାୟସଙ୍ଗତ ଦାବିନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଏସମା ଲଗାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୪ ତାରିଖରୁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ଥାନାରେ ଅଟକ ରଖିବା ସହ ଅକଥନୀୟ ଅତ୍ୟାଚାର କରିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମା ଲାଗୁ କରି ଏକକାଳୀନ ୩୮୮ ଜଣ କର୍ମଚାରୀଙ୍କୁ ଜେଲ୍ ପଠାଯାଇଥିଲା। ଆଜି ଅନ୍ୟ କର୍ମଚାରୀମାନେ ସମ୍ବଲପୁର ରାଜସ୍ୱ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ…

"୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ଓ ମାଡ ମାରିବା ପ୍ରସଙ୍ଗରେ: ଏସ୍ମା ବଳରେ ୩୮୮ ଜଣଙ୍କୁ ଗିରଫ କରିବା ମୁଖ୍ୟମନ୍ତ୍ରୀଙ୍କ ଶାସନର ଏକ କଳାଫର୍ଦ୍ଦ : ବିଜେପି"

ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍

ସମ୍ବଲପୁର, ୭/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ନକ୍ସାପାଲି ଗୋପାଳଜୀ ୟୁଥ୍ କ୍ଲବ ପକ୍ଷରୁ ଅଏଁଲାପାଲି ଖେଳ ପଡ଼ିଆ ଠାରେ ଆୟୋଜିତ ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୁଟିବନ୍ଧ ଦଳ ଚମ୍ପିୟନ ହୋଇଛନ୍ତି। ଆଜି ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସରଧାପାଲି ଦଳ ଟସ୍ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪୮ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ପୁଟିବନ୍ଧ ଦଳ ୬ ୱିକେଟ୍ ହରାଇ ୫୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଦୁଷ୍ମନ୍ତ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ, ଗୋବିନ୍ଦ ଭୋଇ ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ଶ୍ରେଷ୍ଠ ଛକା ପାଇଁ ତଥା…

"ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍"

ସମ୍ବଲପୁରର ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ ପାଇଁ ଆବଶ୍ୟକ ଅତିରିକ୍ତ ରାଶି ଦିଆଯିବ : ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ସମ୍ବଲପୁର, ୭/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରରେ ଚାଲିଥିବା ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ସମଲେଶ୍ୱରୀ ମନ୍ଦିର, ରାନୀ ବଖରୀ, ଭିକ୍ଟୋରିଆ ଟାଉନ ହଲ ଏବଂ ବେଜବରୁଆ ଭବନ ପରିଦର୍ଶନ କରିବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ଇନ୍ଟାକ୍, ସମ୍ବଲପୁର ଚାପ୍ଟରର ସଦସ୍ୟମାନଙ୍କ ସହିତ ଏକ ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ତଥା ଆବଶ୍ୟକତା ସମ୍ପର୍କରେ ଅଲୋଚନା କରିଛନ୍ତି। ସମ୍ବଲପୁର ବିଧାୟିକା ଡା. ରସେଶ୍ୱରୀ ପାଣିଗ୍ରାହୀ, ଇନ୍ଟାକ୍ର ସଂରକ୍ଷଣ ବିଭାଗ ଓଡ଼ିଶା ମୁଖ୍ୟ ସୁଶ୍ରୀ ମଲ୍ଲିକା ମିତ୍ର, ସମ୍ବଲପୁର ଜିଲ୍ଲା…

"ସମ୍ବଲପୁରର ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ ପାଇଁ ଆବଶ୍ୟକ ଅତିରିକ୍ତ ରାଶି ଦିଆଯିବ : ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ"

୫୨୦୦ ଫୁଟ ଉଚ୍ଚକୁ ଉଡ଼ିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ରକେଟ୍

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଲୟ (ଭିସୁଟ୍)ର ବିଭିନ୍ନ ବିଭାଗର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଇଡିଆ ଓ ଇନୋଭେସନ୍ ସେଲ୍ ଆଜି ମହାନଦୀରୁ ୫୨୦୦ ଫୁଟ ଉଚ୍ଚକୁ ଏକ ରକେଟ ଉତ୍କ୍ଷେପଣ କରି ଆଉ ଏକ ସଫଳତା ହାସଲ କରିଛି। ଭିଏସ୍ଏଲ୍ଭି ୨.୦ ନାମକ ଏହି ରକେଟ ଉକ୍ତ ସେଲ୍ର ୧୦ଟି ମିସନ୍ ମଧ୍ୟରୁ ଏହା ଦ୍ୱିତୀୟ ମିସନ୍ ଅଟେ। ୪୦ କିଲୋମିଟର ଉଚ୍ଚକୁ ରକେଟ୍ ଉତ୍କ୍ଷେପଣ ଓ ହୀରାକୁଦ୍ ନଦୀବନ୍ଧର ଅନୁଧ୍ୟାନ ପାଇଁ ଏହି ଛାତ୍ରଛାତ୍ରୀ ଲକ୍ଷ୍ୟ ରଖିଛନ୍ତି। କେମିକାଲ, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍, ସିଭିଲ୍, କମ୍ପୁ୍ୟଟର୍ ସାଇନ୍ସ ଭଳି ବିଭାଗର ଏହି ଛାତ୍ରଛାତ୍ରୀମାନେ…

"୫୨୦୦ ଫୁଟ ଉଚ୍ଚକୁ ଉଡ଼ିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ରକେଟ୍"

ଲୋକ ସଂସ୍କୃତିର ଉତ୍ସବ ସମ୍ବଲପୁର ଲୋକ ମହୋତ୍ସବର ଉଦ୍ଘାଟନ

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର୍ ଜିଲ୍ଲା ସଂସ୍କୃତି ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା ଲୋକନୃତ୍ୟ ଓ ସଂଗୀତର ଉତ୍ସବ – ଲୋକ ମହୋତ୍ସବର ୨୨ ତମ ସଂସ୍କରଣ ଆଜି ସ୍ଥାନୀୟ ପିଏଚ୍ଡ଼ି ପଡ଼ିଆଠାରେ ଉଦ୍ଘାଟିତ ହୋଇଛି। ପୂର୍ବାହ୍ନରେ ଏହି ଅବସରରେ ଅଧିଷ୍ଠାତ୍ରୀ ସମଲେଶ୍ୱରୀଙ୍କ ମନ୍ଦିରରୁ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଲ ସମର୍ଥ ବର୍ମା, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଆୟୋଜନ କମିଟିର ସଂଯୋଜକ ଡ. ଦ୍ୱାରିକାନାଥ ନାୟକ, ନୋଡ଼ାଲ୍ ଅଧିକାରୀ ତଥା ସଦର ଉପ ଜିଲ୍ଲାପାଲ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ…

"ଲୋକ ସଂସ୍କୃତିର ଉତ୍ସବ ସମ୍ବଲପୁର ଲୋକ ମହୋତ୍ସବର ଉଦ୍ଘାଟନ"

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ୬ରେ

ସମ୍ବଲପୁର, ୩/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ବିଶ୍ୱବିଦ୍ୟାଳୟର ୨୮ତମ ସମାବର୍ତ୍ତନ ଏବଂ ୫୧ତମ ପ୍ରତିଷ୍ଠା ଦିବସ ଉତ୍ସବ ଆଗାମୀ ୬ ତାରିଖ ଦିନ ପୂର୍ବାହ୍ନ ୧୦ଟା ୧୫ ମିନିଟରୁ ଆରମ୍ଭ ହେବ। ଜ୍ୟୋତିବିହାରର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ହେବାକୁ ଥିବା ଏହି ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍.ସି.ଜମିର ଅଧ୍ୟକ୍ଷତା କରିବେ। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ସଂସ୍ଥାନର ଅଧ୍ୟକ୍ଷ ଡ. ସବ୍ରତ୍ ବାଗ୍ଚୀ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଉତ୍ସବରେ ୨୦୧୭ ବର୍ଷ ପାଇଁ ତିନୋଟି ଡ.ଏସ୍ସି ଓ ଡି.ଲିଟ୍ ଏବଂ ୫୭ଟି ପିଏଚଡ଼ି ଡିଗ୍ରୀ ପ୍ରଦାନ କରାଯିବ। ଉକ୍ତ ବର୍ଷ ପାଇଁ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ…

"ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ୬ରେ"