ଟାଏକୋଣ୍ଡୋ ପ୍ରତିଯୋଗିତା

ପୁରୀ ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ଆନୁକୂଲ୍ୟରେ ୧୨ତମ ପୁରୀ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍ ଘାଟିତ ହୋଇଯାଇଛି। ରେଲୱେ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ରବିବାର ପୁର୍ବାହ୍ନରେ ରାଜ୍ୟ ଟାଏକୋଣ୍ଡୋ ଆସୋସିଏସନର ସଭାପତି ବ୍ୟୋମକେଶ ଅଭିଳାସ ପ୍ରସାଦ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ପ୍ରତିଯୋଗିତାରେ ସୁପର ସବ୍ ଜୁନିୟର, ସବ୍ ଜୁନିୟର କ୍ୟାଡେଟ୍, ଜୁନିୟର ଓ ସିନିୟର ବିଭାଗର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି। ଭୋଳାନାଥ ଟାଏକୋଣ୍ଡୋ ଏକାଡେ଼ମୀ, ପୁରୀ ଟାଏକୋଣ୍ଡୋ ଏକାଡେ଼ମୀ, ରୟାଲ ଟାଏକୋଣ୍ଡୋ ଏକାଡେ଼ମୀ, ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେ଼ମୀ, କୋଣାର୍କ, ଏକଲବ୍ୟ ଆଦି ଟାଏକୋଣ୍ଡୋ ଏକାଡେ଼ମୀର ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ…

"ଟାଏକୋଣ୍ଡୋ ପ୍ରତିଯୋଗିତା"

ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନି

ପୁରୀ ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମେ ୧ ତାରିଖରୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦକରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ କରାଯିବ ବୋଲି ଘୋଷଣା କରିଛନ୍ତି ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ ୱାର୍କସ ଆସୋସିଏସନ ପୁରୀ ଶାଖା ଆସୋସିଏସନର ସଭାନେତ୍ରୀ ସଂଧ୍ୟା ରାଣୀ।ତପଥୀ ସଂପାଦିକା ଡଲି ଜେନା ପଅମୁଖ ବିହାର ଅତିଥି ଭବନରେ।ୟୋଜିତ, କ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଲେ ଯେ, କେବଳ ୧ ତାରିଖରୁ ଅଙ୍ଗନବାଡ଼ି ବନ୍ଦ କରାଯିବ ତା ନୁହେଁ ତତ୍ ସହିତ ଅଙ୍ଗନବାଡ଼ି କର୍ମୀ ମାନେ କରୁଥିବା ଗାଁକଲ୍ୟାଣ ସମିତି ବିଏଲ୍ ଓ, ମମତା ଯୋଜନା, ରନ୍ଧା ଖାଦ୍ୟ, ମା ଓ ଶିଶୁଙ୍କ ଯତ୍ନ ନେବାକାର୍ଯ୍ୟ ମଧ୍ୟ ବନ୍ଦ…

"ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନି"

ତ୍ରୟୋଦଶ ଅଷ୍ଟପଅ୍ରହରୀ ନାମ ସଂକୀର୍ତ୍ତନ

ପୁରୀ ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ତ୍ରୟୋଦଶ ଅଷ୍ଟପ୍ରହରୀ ନାମସଂକୀର୍ତ୍ତନ ଉତ୍ସବ ଭକ୍ତ ସାଳବେଗ ଲେନ୍ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ୧୨ ବର୍ଷ ଧରି ଏହି ନାମ ସଂକୀର୍ତ୍ତନ ଅଞ୍ଚଳର ବାସିନ୍ଦା, ଶୁଭେଚ୍ଛୁ ମାନଙ୍କର ସାହାର୍ଯ୍ୟ ଓ ସହଯୋଗରେ ହୋଇ ଆସୁଛି। ବିଭିନ୍ନ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ସଂକୀର୍ତ୍ତନ କରିଥିଲେ। ବାବାଜୀ କମଳ କାନ୍ତ ଦାସଙ୍କ ନେତୃତ୍ୱରେ କୁମ୍ବିଲୋ, ଖୋର୍ଦ୍ଧା ତଳସାହି, ଉପରସାହି, କଳାପଥର ଓ ଟାଙ୍ଗୀ ଅଞ୍ଚଳରୁ ମହିଳା ଓ ବାଳିକା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତ୍ତ କରିଥିଲେ। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ସାହୁ ଉପସଭାପତି ପ୍ରଶାନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ଅଜୟ କୃଷ୍ଣ ଦାସ, ସହ…

"ତ୍ରୟୋଦଶ ଅଷ୍ଟପଅ୍ରହରୀ ନାମ ସଂକୀର୍ତ୍ତନ"

ମନ୍ଦିର ପ୍ରତିଷ୍ଠା ଉତ୍ସବ

ପୁରୀ ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗଣେଶ ଓ ମହାବୀରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୁଆର ସାହି ସ୍ଥିତ ବଣିଆ ଗଳିରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ବିନାୟକ ସମିତି ପକ୍ଷରୁ ଆୟୋଜିତ ଆଧ୍ୟାମିôକ ଉତ୍ସବରେ ବୈଶାଖ ଅମାବାସ୍ୟାର ତିଥିରେ ଅଙ୍କୁରା ରୋପଣ ଓ ଶସ୍ୟ ବର୍ଦ୍ଧନ କରାଯାଇଥିଲା। ଶୁକ୍ଳ ପ୍ରତିପଦାରେ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶତାଧିକ ମହିଳା ନବବସ୍ତ୍ର ପରିଧାନ କରି ଶୁଦ୍ଧପୂତ ଭାବେ ଶୋଭଯାତ୍ରାରେ ଯାଇ ଶ୍ୱେତଗଙ୍ଗା ପୁଷ୍କରଣୀରୁ କଳସରେ ଜଳ ତୋଳି ଆଣି ଯଜ୍ଞ କୁଣ୍ଡ ନିକଟରେ ସ୍ଥାପନ କରିଥିଲେ। ପରେ ସୂର୍ଯ୍ୟ ପୂଜା, ଗୋପୂଜା କରାଯିବା ପରେ ପୁରୋହିତ ବିଦ୍ୟାଧର ତ୍ରିପାଠୀ, କଣ୍ଡୁରୀ ତ୍ରିପାଠୀ, ତ୍ରୟମୂଳ ତ୍ରିପାଠୀ, ନାରାୟଣ…

"ମନ୍ଦିର ପ୍ରତିଷ୍ଠା ଉତ୍ସବ"

ସ୍ୱାଭିମାନ ଦିବସ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ ସ୍ୱାଭିମାନ ଦିବସ ଜେ.ଏମ୍ . ଆଇନ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ .ସି.ଏସ୍ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଭଗବାନ ଜୟ ସିଂ ଓ ଲ କଲେଜର ଅଧ୍ୟକ୍ଷ ଡକ୍ଟର ଶେଷଦେବ ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ପ୍ରତ୍ୟେକ ଜଣେ ଜଣେ ସ୍ୱାଭିମାନୀ ଓଡ଼ିଆ ହେବାକୁ ପରାମର୍ଶ ଦେବା ସହ ଭାଷାପ୍ରତି ପ୍ରତ୍ୟକଙ୍କର ମମତା ରହିବା ଉଚିତ୍ ବୋଲି କହିଥିଲେ। ସମ୍ବାଦର ଜିଲ୍ଲା ସଭାପତି ବିଧୁ ରଂଜନ ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମଧୁବାବୁଙ୍କ ଜୀବନୀ ପଂଜିକା…

"ସ୍ୱାଭିମାନ ଦିବସ"

ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ରାଧାକୃଷ୍ଣ ମହାପାତ୍ରଙ୍କ ପରଲୋକ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବରିଷ୍ଠ ମଞ୍ଚ ଅଭିନେତା ନିର୍ଦ୍ଦେଶକ ଚଳଚିତ୍ର ଅଭିନେତ, ଆଇନଜୀବୀ ରାଧାକୃଷ୍ଣ ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳେକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ କଳାକାର, ଅଭିନେତା ଓ।ଇନ ଜୀବୀ ତାଙ୍କର ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଓଡ଼ିଆ ଚଳଚିତ୍ର “ଚିଲିକା ତୀର”ରେ ତାଙ୍କର ବଳିଷ୍ଠ ଅଭିନୟ ସବୁ ଦିନ ପାଇଁ ତାଙ୍କୁ ଅମର କରିରଖିବ। ସେ ଶତାଧିକ ମଞ୍ଚ ନାଟକରେ ଅଭିୟନ କରିବା ସହିତ ବହୁ ନାଟକର…

"ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ରାଧାକୃଷ୍ଣ ମହାପାତ୍ରଙ୍କ ପରଲୋକ"

ଇନର ହୁଇଲ ଅଧ୍ୟକ୍ଷାଙ୍କ ପରିଦର୍ଶନ ଉତ୍ସବ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରୋଟାରୀ ଶ୍ରୀକ୍ଷେତ୍ର ଇନରହୁଇଲ କ୍ଳବର ଅଧ୍ୟକ୍ଷା ମଧୁସ୍ମିତା ମହାନ୍ତିଙ୍କ ବାର୍ଷିକ ପରିଦର୍ଶନ କାର୍ଯ୍ୟକ୍ରମ ହୋଟେଲ ହାନ୍ସ କୋକୋପାମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇନରହୁଇଲ କ୍ଳବ ଶ୍ରୀକ୍ଷେତ୍ରର ସଭାନେତ୍ରୀ ମଧୁସ୍ମିତା ମହାପାତ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ସଂପାଦିକା ହେମାଙ୍ଗୀନୀ ମିଶ୍ର ବାର୍ଷିକ ବିବରଣୀ ପାଠକରି କ୍ଲବ ପକ୍ଷରୁ କରାଯାଇଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା , ବୃକ୍ଷରୋପଣ ଓ ସାମାଜିକ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଭାତୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଶାନ୍ତି ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ବେଥ୍ ଏବର୍ଣ୍ଣେଟ୍ ଏବଂ ଆନ୍ତର୍ଜାତୀୟ ଚେସ୍ ତାରକା ଅପରାଜିତା…

"ଇନର ହୁଇଲ ଅଧ୍ୟକ୍ଷାଙ୍କ ପରିଦର୍ଶନ ଉତ୍ସବ"

ବାର୍ ଆସୋସିଏସନ ମଧୁ ଜୟନ୍ତୀ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବାର୍ ଆସୋସିଏସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ୧୬୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାର୍ ଆସୋସିଏସନ ସମ୍ମୁଖସ୍ଥ ମଧୁବାବୁ ଓ ଉତ୍କଳ ମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଭାରପ୍ରାପ୍ତ ଜିଲ୍ଲା ଜଜ୍ ରାଜ୍ କିଶୋର ନାୟକ, ଫ୍ୟାମିଲି ଜଜ୍ ପି. ସୂର୍ଯ୍ୟରାଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ପ୍ରତ୍ତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ବାର୍ ଆସୋସିଏସନର ସଭାପତି ବିଜୟ କୁମାର ମିଶ୍ର, ସାଧାରଣ ସଂପାଦକ ଜୟ ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ବାର୍ ଆସୋସିଏସନ ହଲରେ ଏକ ରକ୍ତଦାନ ଶିବିର ଆୟୋଜିତ…

"ବାର୍ ଆସୋସିଏସନ ମଧୁ ଜୟନ୍ତୀ"

ଭାଷା ସୁରକ୍ଷା ସମ୍ମିଳନୀ ଧାରଣା

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ମଧୁ ସୁଦନ ଦାଶଙ୍କ ୧୬୯ ତମ ଜୟନ୍ତୀ ପାଳନ ସହ ଉପବାସ ଧାରଣା ଅନୁଷ୍ଠିତ ହୋଇଯାଇଛି। ପୁର୍ବାହ୍ନରେ ଏଥିପାଇଁ ପୌର ସଦନ ପରିସରସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ସମ୍ମିଳନୀରେ ସଭାପତି କୃଷ୍ଣ ଜଗଦେବ, ସମାଜସେବୀ ଚକ୍ରଧର ମହାପାତ୍ର, ଉମାବଲ୍ଲଭ ମହାପାତ୍ର, ଶିବପ୍ରସାଦ ମିଶ୍ର, ଶିକ୍ଷାବିତ ରଘୁନାଥ ମହାପାତ୍ର ଦିଗମ୍ବର ବେହେରା, ସୁକାନ୍ତ ପଣ୍ଡା, ବିଜୟ କୁମାର ନନ୍ଦ, ବିପିନ ଦଳାଇ, ଲକ୍ଷ୍ମୀଧର ମହାପାତ୍ର, ଉମେଶଚନ୍ଦ୍ର ଦାଶ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତରକୁ ସମ୍ମିଳନୀ ପକ୍ଷରୁ ବିରୋଧ କରାଯିବ ସହ ସଦସ୍ୟ ମାନେ…

"ଭାଷା ସୁରକ୍ଷା ସମ୍ମିଳନୀ ଧାରଣା"

ବାଲିଘାଟ ଗୁଳିକାଣ୍ଡ ଘଟଣା : ଆଉ ୩ ଅଭିଯୁକ୍ତ ଗିରଫ

ପୁରୀ ୨୭/୪ (ଓଡିଆ ପୁଅ/ବିଜୟ ପଟ୍ଟନାୟକ) ବାଲିଘାଟର ଠିକାଦାର ଭାଗୁ ପ୍ରଧାନଙ୍କୁ ଗୁଳି ଘଟଣାରେ ପୋଲିସ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପେଣ୍ଠକଟା ଧୋବାଖାଲର ୨୫ବର୍ଷିୟ ରାମଚନ୍ଦ୍ର ନାୟକ, ଭାରତୀପୁର ମୌଜା ହୁଳୁହୁଳିଆ ପୋଲ ନିକଟର ଗେଡ଼ା କାଳିଆ ଓରଫ ଜିତେନ୍ଦ୍ର ଭୋଇ ଏବଂ ବିଘ୍ନେଶ ନଗରର ୨୦ ବର୍ଷିୟ ଜ୍ୟୋତି ରଂଜନ ବାରିକ। ଏ ସମ୍ପର୍କରେ ଡିଏସ୍ ପିଙ୍କ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସିଟି ଡିଏସ୍ ପି ପ୍ରଭାତ ରାଉତରାୟ କହିଲେ ଯେ, ଗତ ୧୪ ତାରିଖ ସଂଧ୍ୟାରେ ଭାଗୁ ପ୍ରଧାନଙ୍କୁ ଅଭିଯୁକ୍ତ ମାନେ ଗୁଳିକରି ଫେରାର ହୋଇଯାଇଥିବା ବେଳେ ୨୦ ତାରିଖ ରାତ୍ରୀରେ…

"ବାଲିଘାଟ ଗୁଳିକାଣ୍ଡ ଘଟଣା : ଆଉ ୩ ଅଭିଯୁକ୍ତ ଗିରଫ"