Home ଜିଲ୍ଲା ପରିକ୍ରମା ବ୍ରାଉନ ସୁଗାର ଜବତ

ବ୍ରାଉନ ସୁଗାର ଜବତ

19

ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ପୁରୁଷୋତ୍ତମ ଏକ୍ସପ୍ରେସରେ ବ୍ରାଉନ ସୁଗାର ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ସିଦ୍ଧମହାବୀର ଅଞ୍ଚଳର ରଘୁନାଥ ଦାସ ଓ ଶିବ ପ୍ରସାଦ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅବକାରୀ ଭ୍ରାମ୍ୟମାଣ ଦଳ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିବା ସମୟରେ ୨୦୦ ଗ୍ରାମ ବ୍ରାଉନ ସୁଗାର ୨ଜଣଙ୍କ ଠାରୁ ଜବତ କରିଥିଲେ। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୦, ୦୦, ୦୦୦ ଟଙ୍କା ହେବ ବୋଲି ଜଣା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.