Home Top News କୋଭିଡ଼୍ ନେଗେଟିଭ ସାର୍ଟିଫିକେଟ ପାଇଁ ଶ୍ରଦ୍ଧାଳୁମାନଙ୍କ ଶ୍ରୀମନ୍ଦିର ପ୍ରବେଶ ହ୍ରାସ ପାଉଛି

କୋଭିଡ଼୍ ନେଗେଟିଭ ସାର୍ଟିଫିକେଟ ପାଇଁ ଶ୍ରଦ୍ଧାଳୁମାନଙ୍କ ଶ୍ରୀମନ୍ଦିର ପ୍ରବେଶ ହ୍ରାସ ପାଉଛି

16

ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତ ୩ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣ ଦର୍ଶନ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଦୀର୍ଘ ୯ମାସ ପରେ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରି ରତ୍ନସିଂହାସନରେ ଦର୍ଶନ ପାଇବାର ସୁଯୋଗ ମିଳିଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା। ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଭକ୍ତମାନେ ୨ ତାରିଖଠାରୁ ଆସି ଏଠାରେ ବିଭିନ୍ନ ସ୍ଥାନରେ ରହିଥିଲେ। ୩ ତାରିଖ ଦିନ ସକାଳ ୮ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ଶ୍ରଦ୍ଧାଳୁ ଭକ୍ତମାନେ ମାର୍କେଟ ଛକରୁ ଲମ୍ବା ଧାଡ଼ିରେ ବ୍ୟାରିକେଟ ମଧ୍ୟରେ ଯାଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। ବାହାରୁ ଆସୁଥିବା ତୀର୍ଥ ଯାତ୍ରୀ, ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମେତ ପୁରୀ ସହର ବାସୀନ୍ଦାମାନେ ମଧ୍ୟ କୋଭିଡ଼ ନେଗେଟିଭ ସାଟିଫିକେଟ ଏବଂ ଆଧାର କାର୍ଡ଼ ସାଙ୍ଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା। ୩ ତାରିଖ ଦିନ ଯେତିକି ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଶ୍ରୀମନ୍ଦିରକୁ ଯାଇଥିଲେ, ୪, ୫, ୬ ତାରିଖ କ୍ରମଶଃ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଥିଲା। କୋରୋନା ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି। ସହରରେ ଏକମାତ୍ର ଘରୋଇ ଚିକିତ୍ସାଳୟକୁ କୋଭିଡ଼-୧୯ କୋରୋନା ପରୀକ୍ଷା ପାଇଁ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି। ବାହାରୁ ଆସୁଥିବା ଅଧିକାଶଂ ଭକ୍ତ ନିଜ ସାଙ୍ଗରେ କୋଭିଡ଼୍ ନେଗେଟିଭ ସାର୍ଟିଫିକେଟ ନ ଆଣିଥିବା ଯୋଗୁଁ ଏଠାରେ ସାର୍ଟିଫିକେଟ କରିବା ନିମନ୍ତେ ବାଧ୍ୟ ହେଉଛନ୍ତି। ଯଦ୍ୱାରା ଯଦିଓ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ଏହି ସବୁ କାରଣରୁ ମନ୍ଦିର ଭିତରକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଶୁଣାଯାଏ। ଦୀର୍ଘ ୯ ମାସ ଶ୍ରୀମନ୍ଦିର ବନ୍ଦ ରହିବା ଦ୍ୱାରା ଶ୍ରୀମନ୍ଦିରରେ ଥିବା ହୁଣ୍ଡିର ଆୟ କମି ଯାଇଥିଲା। ୩ ତାରିଖ ଦିନ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ଯୋଗୁଁ ଉକ୍ତ ଦିନ ୧, ୪୦, ୮୩୭ ଟଙ୍କା ଓ ୦.୩୮୦ମିଲିଗ୍ରାମ ସ୍ୱର୍ଣ୍ଣ ହୁଣ୍ଡିରୁ ମିଳିଥିଲା। ସେହିପରି ୪ ତାରିଖ ଦିନ ୮୬, ୬୬୩ ଟଙ୍କା ଓ ୧୪ଗ୍ରାମ ୫୦୦ ମିଲିଗ୍ରାମ ରୂପା ମିଳିଥିଲା। ୫ ତାରିଖ ଦିନ ୭୨, ୩୬୧ ଟଙ୍କା ହୁଣ୍ଡିରୁ ମିଳିଥିବା ଶ୍ରୀମନ୍ଦିର ସୂତ୍ରରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.